ଯତ୍ନ
3-4 ଦିନ ମଧ୍ୟରେ ବିନ୍ସ ଗଜା ହୋଇଥାଏ। ଏଥିରେ 45 ଦିନ ପରେ ଫୁଲ ଧରିବା ଆରମ୍ଭ ହୋଇଥାଏ। ବୁଣିବାର 20-25 ଦିନ ଏବଂ 40-50 ଦିନ ପରେ ଘାସ ବାଛିବା ଆବଶ୍ୟକ। ପ୍ରତି ଘାସବଛା ପରେ କୋଡା ଖୁସା କରିବା ଆବଶ୍ୟକ। ବେତ ର ଫ୍ରେମ କିମ୍ବା କାଠ ଖୁଣ୍ଟ ସହିତ ଦଉଡି ବାନ୍ଧି ରଞ୍ଜା ଲଗାଇଲେ ପୋଲ୍ କିସମ ର ବିନ୍ସ ଭଲ ବଢିଥାଏ।
ମାଟି
ଏକ ଭଲ ପ୍ରସ୍ତୁତ ଜମି ରେ ଭୁରହୁରା କିନ୍ତୁ କମ୍ପାକ୍ଟ ମାଟି ଯେଉଥିରେ ଆବଶ୍ୟକ ଆର୍ଦ୍ରତା ଥିବ ଓ ବାଳୁଙ୍ଗା ଏବଂ ଗଛ ଅବଶେଷ ରହିତ ହୋଇଥିବ। ଅମ୍ଳ ମାଟି କୁ ନିଶ୍ଚିତ ଭାବେ ଚୂନ ର ଉପଚାର କରିବା ଆବଶ୍ୟକ। ଜମି ପ୍ରସ୍ତୁତି ପାଇଁ, ମାଟି କୁ ପାୱାର ଟିଲର କିମ୍ବା କୋଦାଳ ସାହାଯ୍ୟରେ 2-3 ଥର ହଳ କରିବା ଆବଶ୍ୟକ। ଶେଷ ହଳ ସମୟରେ ମଇ ଦେଇ ବୁଣିବା ପାଇଁ ଭୁରଭୂରା ଜମି ପ୍ରସ୍ତୁତ କରା ଯାଇଥାଏ।
ଜଳବାୟୁ
ଏହି ଫସଲର ଉପଯୁକ୍ତ ବୃଦ୍ଧି ପାଇଁ ଅନୁକୂଳତମ ତାପମାନର ରେଞ୍ଜ ହେଲା 10-27°C। 30°C ରୁ ଅଧିକ ତାପମାନରେ ଫୁଲ ଝଡା ଏକ ଗମ୍ଭୀର ସମସ୍ଯା ହୋଇପାରେ ଏବଂ 5°C ରୁ କମ ତାପମାନ ରେ ବିକାଶ ହେଉଥିବା ଛୁଇଁ ଏବଂ ଶାଖା ଗୁଡିକ ନଷ୍ଟ ହୋଇପାରେ।