ଅନ୍ୟ

ପ୍ଳମ କଳଙ୍କି ରୋଗ

Tranzschelia pruni spinosae

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ଉଜ୍ଜ୍ୱଳ ହଳଦିଆ ଦାଗଗୁଡ଼ିକ ଉପର ପତ୍ର ପୃଷ୍ଠରେ ଏକ ମୋଜାଇକ ଢାଞ୍ଚା ସୃଷ୍ଟି କରେ। ପତ୍ରର ତଳ ପୃଷ୍ଠରେ ଏହି ଦାଗଗୁଡ଼ିକ ତଳେ କଳଙ୍କିରୁ ହାଲୁକା ବାଦାମୀ ବ୍ରଣ ଦେଖାଯାଏ। ଗୁରୁତର ସଂକ୍ରମିତ ପତ୍ର ଶୁଖିଯାଏ, ବାଦାମୀ ହୋଇଯାଏ ଏବଂ ଶୀଘ୍ର ଝଡି ଯାଏ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ
ବାଦାମ
ଆପ୍ରିକଟ
ପିଚ

ଅନ୍ୟ

ଲକ୍ଷଣ

ଏହି ରୋଗ ପ୍ଳମ ଗଛ ଏବଂ ବେଳେବେଳେ ଅନ୍ୟ ଷ୍ଟୋନ ଫଳ ଗଛକୁ ପ୍ରଭାବିତ କରିଥାଏ। ପତ୍ରଗୁଡିକ ଉପରେ ବସନ୍ତର ଶେଷ ଭାଗରୁ ଲକ୍ଷଣ ଦେଖାଯାଏ ଏବଂ ଗଛ ପ୍ରଜାତି ଉପରେ ନିର୍ଭର କରି ସାମାନ୍ୟ ଭିନ୍ନ ହୋଇପାରେ। ପ୍ରାରମ୍ଭରେ, ଛୋଟ, କୋଣାକାର, ଉଜ୍ଜ୍ୱଳ ହଳଦିଆ ଦାଗଗୁଡ଼ିକ ଉପର ପତ୍ର ପୃଷ୍ଠରେ ଏକ ମୋଜାଇକ୍ ଢାଞ୍ଚା ସୃଷ୍ଟି କରିଥାଏ। ଏହି ରୋଗ ପରବର୍ତ୍ତୀ ସମୟରେ ବଢିବା ସହିତ ପତ୍ରର ତଳ ପୃଷ୍ଠରେ ଏହି ଦାଗଗୁଡ଼ିକ ତଳେ କଳଙ୍କିରୁ ହାଲୁକା ବାଦାମୀ ବ୍ରଣ ଦେଖାଯାଏ। ଋତୁର ବିଳମ୍ବ ସମୟରେ, ତାହା ଗାଢ ବାଦାମୀ କିମ୍ବା କଳା ହୋଇଯାଏ। ଗୁରୁତର ସଂକ୍ରମିତ ପତ୍ର ଶୁଖିଯାଏ, ବାଦାମୀ ହୋଇଯାଏ ଏବଂ ଶୀଘ୍ର ଝଡିଯାଏ। ପତ୍ରଗୁଡିକର ଅକାଳ ଝଡିବା ପରବର୍ତ୍ତୀ ଋତୁରେ ଫୁଲର ବିକାଶ ଏବଂ ଫଳର ଗୁଣ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଅଧିକନ୍ତୁ, ଯଦି ଏହା ବର୍ଷକୁ ବର୍ଷ ସମାନ ଗଛରେ ରହିଥାଏ, ତେବେ ଏହା ଗଛର ଶକ୍ତିକୁ ଦୁର୍ବଳ କରିପାରେ। ଫଳଗୁଡିକ ଦାଗଯୁକ୍ତ ହୋଇପାରେ ଏବଂ ତେଣୁ ବଜାର ଅଯୋଗ୍ୟ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ସାଧାରଣତଃ, ଉପଚାର ଆବଶ୍ୟକ ନାହିଁ, ଯେହେତୁ କବକ ଅନିୟମିତ ଭାବରେ ଦେଖାଯାଏ ଏବଂ ଗଛକୁ ଦୁର୍ବଳ କରେନାହିଁ ଓ ଫଳ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଏ ନାହିଁ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ହେଲେ ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ୱିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ସଂକ୍ରମଣର ପ୍ରଥମ ଲକ୍ଷଣ ଦେଖାଯିବା ପରେ ତୁରନ୍ତ କବକନାଶୀ ସ୍ପ୍ରେ ଆରମ୍ଭ କରାଯିବା ଉଚିତ। ମାଇକ୍ଲୋବୁଟାନିଲ୍, ପିରାକ୍ଲୋଷ୍ଟ୍ରୋବିନ୍, ବସ୍କାଲିଡ୍, ମାନକୋଜେବ୍, ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ କିମ୍ବା ଡିଫେନୋକୋନାଜୋଲ ଉପରେ ଆଧାରିତ କବକନାଶୀର ପ୍ରୟୋଗ ଏହି ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ବିଳମ୍ବରେ ସଂକ୍ରମଣ ହେଲେ, ଯଦି ସମ୍ଭବ ହୁଏ ଅମଳ ପରେ ସିଧାସଳଖ ଉପଚାର ପ୍ରୟୋଗ କରାଯିବା ଉଚିତ।

ଏହାର କାରଣ କଣ

ଟ୍ରାନ୍ସଜେଲିଆ ପ୍ରୁନି-ସ୍ପିନୋସା ନାମକ କବକ ଦ୍ଵାରା ଏହାର ଲକ୍ଷଣ ସୃଷ୍ଟି ହୋଇଥାଏ, ଯାହା ଏକ ପରଜୀବୀ, ଅର୍ଥାତ୍ ଏହାର ଜୀବନଚକ୍ର ସଂପୂର୍ଣ୍ଣ କରିବା ପାଇଁ ଏହା ଜୀବନ୍ତ ଟିସୁ ଆବଶ୍ୟକ କରିଥାଏ। ଏହି କବକ ସ୍ପୋରସ୍ ବା ରେଣୁ ଭାବରେ ଶାଖାର ବକଳର ଫାଟରେ କିମ୍ବା କଢ କାତିରେ ରହିପାରେ। ବୈକଳ୍ପିକ ଭାବରେ, ଏହା ଗ୍ରୀଷ୍ମର ଶେଷ ଭାଗରେ ପୋଷକ ପରିବର୍ତ୍ତନ କରେ ଏବଂ ପ୍ଲମ୍ ଗଛଗୁଡିକ ସୁପ୍ତ ହେଲେ ଆନିମୋନ୍ ବଂଶର ପ୍ରଜାତି ଉପରେ ବଞ୍ଚିଥାଏ। ପତ୍ରର ତଳଭାଗରେ ଥିବା ଦାଗଗୁଡ଼ିକରେ ସ୍ପୋର ବା ରେଣୁ-ଉତ୍ପାଦନକାରୀ ସଂରଚନା ରହିଥାଏ ଯାହାକି ଦୁଇ ପ୍ରକାରର ସ୍ପୋର ଉତ୍ପାଦନ କରିଥାଏ: ଗୋଟିଏ ହେଉଛି ବସନ୍ତ ଏବଂ ଗ୍ରୀଷ୍ମ ସମୟରେ ଷ୍ଟୋନ ଫଳଗୁଡିକ ସଂକ୍ରମିତ କରେ କିମ୍ବା ଅନ୍ୟ ଗୋଟିଏ ହେଉଛି ଯାହା ଋତୁରେ ବିଳମ୍ବରେ ବିକଳ୍ପ ପୋଷକମାନଙ୍କୁ ସଂକ୍ରମିତ କରେ। ଉଭୟ କ୍ଷେତ୍ରରେ, ପତ୍ରଗୁଡିକ ଉପରେ ଆର୍ଦ୍ରତା (କାକର କିମ୍ବା ବର୍ଷା) ଉପସ୍ଥିତିରେ ସ୍ପୋରସ୍ ବା ରେଣୁ ସହଜରେ ଗଜା ହୋଇଥାଏ। କମ୍ ଉଚ୍ଚତା, ଆର୍ଦ୍ର ଅବସ୍ଥାନ ଏବଂ ସମ୍ବେଦନଶୀଳ କିସମ କବକ ସଂକ୍ରମଣକୁ ସହଜ କରିଥାଏ। ବିଶ୍ଵର ଅଧିକାଂଶ ସ୍ଥାନରେ ରୋଗ ପରିଲକ୍ଷିତ ହୋଇଥିଲା। ଏହା ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ଏହାର ଅଭିବୃଦ୍ଧି ପାଇଁ ପାଣିପାଗ ଅବସ୍ଥା ଅନୁକୂଳ ହେଲେ ମହାମାରୀ ଆକାର ଧାରଣ କରିପାରେ।


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିଲେ ପ୍ରତିରୋଧକ କିସମ ବାଛନ୍ତୁ। ଏକ କାଟଛାଣ୍ଟ ନିଶ୍ଚିତ କରନ୍ତୁ ଯାହା ପତ୍ରର ଭଲ ବାୟୁ ଚଳାଚଳ ପାଇଁ ସୁବିଧା କରାଇଥାଏ। ଯବକ୍ଷରଜାନ ସାରର ଅତ୍ୟଧିକ ପ୍ରୟୋଗରୁ ଦୂରେଇ ରୁହନ୍ତୁ। ନିଶ୍ଚିତ କରନ୍ତୁ ଯେ ଜମି ଏବଂ ଏହାର ଆଖପାଖରେ କୌଣସି ବିକଳ୍ପ ପୋଷକ ନାହିଁ। ତଳେ ପଡିଥିବା ପ୍ରଦୂଷିତ ପତ୍ର କାଢି ଦିଅନ୍ତୁ ଓ ଜାଳି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ