ବିନ

କଳା ଦାଗ ରୋଗ

Colletotrichum lindemuthianum

ଫିମ୍ପି

5 mins to read

ସଂକ୍ଷେପରେ

  • ଗୋଲ , ପତ୍ର ଓ କାଣ୍ଡରେ ଗାଢ ବାଦାମୀ ଠାରୁ କଳା ଖାଲୁଆ ଚିହ୍ନ । ପତ୍ର ଶିରା ଓ ଡେମ୍ଫରେ ଇଟା ରଙ୍ଗଠାରୁ କଳା କୌଣିକ କ୍ଷତ ଚିହ୍ନ ଦେଖାଯାଏ। ଛୁଇଁ ଓ କାଣ୍ଡ ଉପରେ କଳା ଧାର ସହିତ ଘେରିହୋଇଥିବା ଗୋଲାକାର ,ଫିକା ବାଦାମୀ ଠାରୁ କଳଙ୍କି ରଙ୍ଗର କ୍ଷତ ଚିହ୍ନ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବିନ

ଲକ୍ଷଣ

ସଂକ୍ରମିତ ବିହନରୁ ହୋଇଥିବା ଚାରାର ପତ୍ର ଓ କାଣ୍ଡ ଉପରେ ଗୋଲ, ଗାଢ ବାଦାମୀ ଠାରୁ କଳା ଖଳୁଆ ଚିହ୍ନ ଥାଏ । ଚାରାର ବୃଦ୍ଧିରେ ଅସୁବିଧା ହୁଏ ଏବଂ ସେମାନେ ପରିପକ୍ଵତା ପୂର୍ବରୁ ମରିଯାଇପାରନ୍ତି କିମ୍ବା ରୁଗୁଡିଆ ବୃଦ୍ଧି ହୁଏ । ଦ୍ଵିତୀୟକ ସଂକ୍ରମଣ ସମୟରେ , ପତ୍ର ଶିରା ଓ ଡେମ୍ଫରେ ଇଟା ରଙ୍ଗଠାରୁ କଳା କୌଣିକ କ୍ଷତ ଚିହ୍ନ ଦେଖାଯାଏ, ପ୍ରଥମେ ପତ୍ର ତଳ ପଟେ ଓ ପରେ ଉପର ପଟେ । ଛୁଇଁ ଓ କାଣ୍ଡ ଉପରେ କଳା ଧାର ସହିତ ଘେରିହୋଇଥିବା ଗୋଲାକାର ,ଫିକା ବାଦାମୀ ଠାରୁ କଳଙ୍କି ରଙ୍ଗର କ୍ଷତ ଚିହ୍ନ ଥାଏ । ଅଧିକ ସଂକ୍ରମିତ ଛୁଇଁ ରେ କ୍ଷତ ଚିହ୍ନ ଗୁଡିକ ଶୁଖିଯାଏ ବା ଶୁକୁଟିଯାଏ ଓ କ୍ଷୟ ହେବାସହ ବିକୃତ ହୁଏ। ସଂକ୍ରମିତ ବିହନ ବିବର୍ଣ ହୁଏ ଓ ବାଦାମୀ ଠାରୁ କଳା କ୍ଷୟ ଚିହ୍ନ ହୁଏ । ସାଧାରଣ ବିନ ଗଛ ଏହି ରୋଗ ପାଇଁ ସଂକ୍ରମଣପ୍ରବଣ ଅଟେ ।

Recommendations

ଜୈବିକ ନିୟନ୍ତ୍ରଣ

ବୃଦ୍ଧି ଅବସ୍ଥାର ଅତ୍ୟଧିକ ଗରମ ସମୟରେ ପ୍ରତି 7 ରୁ 10 ଦିନରେ ନିମ୍ବ ତେଲ ପ୍ରୟୋଗ କଲେ କବକ ବୃଦ୍ଧି ସୀମିତ କରେ । ଜୈବିକ ଏଜେଣ୍ଟ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣ କରେ । ଟ୍ରାଇକୋଡ଼େର୍ମା ହର୍ଜିନମ କବକ ଓ ସୁଡୋମୋନାଶ ଫ୍ଲୋରେସେନ୍ସ ବୀଜାଣୁ ଭଳି ଜୈବ ନିୟନ୍ତ୍ରକ ଏଜେଣ୍ଟ ମଧ୍ୟ ଏହାର ବୃଦ୍ଧି ସୀମିତ କରେ , ଯଦି ବିହନ ଉପଚାରରେ ବ୍ୟବହାର କରାଯାଏ । ଗରମ ପାଣି ( 50 ଡିଗ୍ରୀ C ) ରେ ବିହନକୁ 10 ମିନଟ ବୁଡାଇ ରଖିଲେ କବକ ମରିଯାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ ,ସର୍ବଦା, ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ବିହନ କବକ ନାଶୀ ପତ୍ରରେ ସିଞ୍ଚନ କଲେ ଜମିରେ ରୋଗର ମାତ୍ର କମାଇପାରେ । କିନ୍ତୁ ଏହା ଖରଚ ବହୁଳ ଅଟେ ।ମଙ୍କୋଜେବ, କ୍ଳୋରୋଥାଲୋନୀଳ ,ଫ୍ଲୁତ୍ରିଆଫଲ ,ପେଙ୍କୋନାଜୋଲ କିମ୍ବା ତମ୍ବା ଥିବା ପଦାର୍ଥ ପତ୍ର ଓଦା ଥିବା ସମୟରେ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

କୋଳେତୋଟ୍ରିଚୁମ ଲିନ୍ଦେମୁଥିଆନମ କବକ ଯୋଗୁଁ ଏହି ଲକ୍ଷଣ ହୁଏ । ଏହା ମୁଖ୍ୟତଃ ବିହନ ବାହିତ ଅଟେ , କିନ୍ତୁ ଫସଲ ଅବଶେଷ ଓ ବିକଳ୍ପ ପୋଷକରେ ମଧ୍ୟ ଏହା ବଞ୍ଚିପାରେ । ଯେତେବେଳେ ପରିବେଶ ଅନୁକୂଳ ଥାଏ ,ଏହା ରେଣୁ ଛାଡେ ଏବଂ ଜମିରେ ବର୍ଷା ଓ ପବନ ଦ୍ଵାରା ବିସ୍ତାର ହୁଏ । ଥଣ୍ଡା ଠାରୁ ମଧ୍ୟମ ତାପମାତ୍ରା ( 13-21ଡିଗ୍ରୀ C ), ଉଚ୍ଚ ଆର୍ଦ୍ରତା ସମୟ , କାକର , ଓଦା ପତ୍ର କିମ୍ବା ବାରମ୍ବାର ବର୍ଷା ଏହାର ଜୀବନ ଚକ୍ରକୁ ଅନୁକୂଳ କରେ ଏବଂ ରୋଗ ବଢାଏ । ଯେହେତୁ କବକ ଜଳ ଉପସ୍ଥିତିରେ ବିସ୍ତାର ଲାଭ କରେ , ପତ୍ର ଓଦା ଥିବାବେଳେ ଜମିରେ ଯାନ୍ତ୍ରିକ ଆଘାତ ଯୋଗୁଁ ମଧ୍ୟ ଏହା ବିସ୍ତାର କରିପାରେ । ଏହି କବକ ଛୁଇଁକୁ ଆକ୍ରମଣ କରିପାରେ ଏବଂ ଭ୍ରୂଣପତ୍ର ଓ ମଞ୍ଜି ଆବରଣକୁ ସଂକ୍ରମିତ କରିପାରେ ।


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଗଛରୁ ବା ପ୍ରାମାଣିକ ସୂତ୍ରରୁ ବିହନ ବ୍ୟବହାର କରନ୍ତୁ । ସହନୀୟ କିସମ ଲଗାନ୍ତୁ । ଗଛ ଗଛ ମଧ୍ୟରେ ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା କରନ୍ତୁ । ରୋଗର ଲକ୍ଷଣ ଜାଣିବା ପାଇଁ ଜମି ନିରୀକ୍ଷଣ କରନ୍ତୁ । ଚାଷ ପାଖରେ ଅତ୍ୟଧିକ ଘାସ ରଖନ୍ତୁ ନାହି କାରଣ ଏହା ବିକଳ୍ପ ପୋଷାକ ଭାବେ କାର୍ଯ୍ୟ କରନ୍ତି । ଜମି ପରିଚ୍ଛନ୍ନତା ରକ୍ଷା କରନ୍ତୁ । ପତ୍ର ଓଦା ଥିବା ବେଳେ କାମ କରନ୍ତୁ ନାହି । ଅମଳ ପରେ ମାଟି ଭିତରେ ଗଛ ଅବଶେଷ ପୋତିଦିଅନ୍ତୁ । 2 ବା 3 ବର୍ଷରେ ପୋଷକ ନଥିବା ଗଛ ସହିତ ଫସଲ ପର୍ଯ୍ୟାୟ କରନ୍ତୁ । ସୁସ୍ଥ ବିହନକୁ ରୋଗ ନଯିବା ପାଇଁ ଭଣ୍ଡାର ଜାଗା ସଫା ରଖନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ