ମକା

ମକାରେ ଅଳନ୍ଧୁ ବା କଳା ଫିମ୍ପି ଲାଗିବା (ସ୍ମଟ୍)

Ustilago maydis

ଫିମ୍ପି

5 mins to read

ସଂକ୍ଷେପରେ

  • ଚାରା ଅବସ୍ଥାରେ ଗଛ ରୁଗୁଡିଆ ବୃଦ୍ଧି ଦେଖାଏ ଓ ଫୁଲ ଫୁଟି ନଥାଏ କିମ୍ବା ଚଁଅର ଉତ୍ପାଦନ ହୋଇପାରି ନଥାଏ । ବୟସ୍କ ଗଛରେ , ଏହି ସଂକ୍ରମଣ ପ୍ରଭାବରେ ଚଁଅର ଉପରେ ଫିମ୍ପି ପୂର୍ଣ ଆବୁ ହୋଇଯାଏ ଓ କଳା ରଂଗର ଅଳନ୍ଧୁ ଲାଗିଯାଏ ।ଆବୁ ଗୁଡିକ ଯେତେବେଳେ ଛିଡନ୍ତି, କଳା ଗୁଣ୍ଡ ଭଳି ପଦାର୍ଥ ଦେଖାଯାଇଥାଏ । ପତ୍ର ଉପରେ, ଭାତୁଡି ଭଳି ଛୋଟ ବୃଦ୍ଧି ଦେଖାଯାଇଥାଏ ଓ ନ ଫାଟି ଶୁଖିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ଫସଲର ବଢୁଥିବା ସମସ୍ତ ଅଂଶ କବକ ଦ୍ୱାରା ସଂକ୍ରମିତ ହୋଇପାରେ । କ୍ଷତ ସ୍ଥାନରେ ସେମାନଙ୍କ ପୂର୍ବ ପ୍ରବଣତା ଏବଂ ବୃଦ୍ଧି ପାଇବା କ୍ଷମତା ଗଛରେ ନାଟକୀୟ ଲକ୍ଷଣ ଦେଖାଏ । ଗଛ ଚାରା ଅବସ୍ଥାରେ ସଂକ୍ରମଣ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ଥାଆନ୍ତି । ଏହି କ୍ଷେତ୍ରରେ , ଗଛର ରୁଗୁଡିଆ ବୃଦ୍ଧି ହୋଇଯାଇଥାଏ ଓ ଏଥିରେ ଫୁଲ ଫୁଟି ନଥାଏ କିମ୍ବା ଚଁଅର ଉତ୍ପାଦନ ହୋଇପାରି ନଥାଏ । ପୁରୁଣା ଫସଲ ଗୁଡିକରେ, ଏହି ସଂକ୍ରମଣ ଭାତୁଡି ଭଳି ଛୋଟ ବୃଦ୍ଧି ରୂପରେ ଦେଖାଯାଇଥାଏ, ପୋଷକ ଓ କବକ କୋଷର ମିଳିତ ଭାବେ ଥାଆନ୍ତି । ଚଁଅର ଅଳନ୍ଦୁ ଗୁଡିକ ପ୍ରାରମ୍ଭିକ ଅବସ୍ଥାରେ ସବୁଜ ରଂଗର ଥିବା ବେଳେ ପରିପକ୍ୱ ହେବା ସମୟରେ କଳା ହୋଇଯାଆନ୍ତି । ଏହା ବିଶେଷ ଭାବରେ ଚଁଅର ଉପରେ ଦେଖା ଯାଇଥାଏ, ଯେଉଁଠି ପ୍ରତ୍ୟେକ ଚଁଅର ନିଜର ଏକ ଅଳନ୍ଦୁ ବିକସିତ କରିଥାଏ । ସେଗୁଡିକ ଯେତେବେଳେ ଫାଟନ୍ତି , କଳା ଗୁଣ୍ଡ ଭଳି ପଦାର୍ଥ ଦେଖାଯାଇଥାଏ । ପତ୍ର ଉପରେ, ଭାତୁଡି ଭଳି ଛୋଟ ବୃଦ୍ଧି ଦେଖାଯାଇଥାଏ ଓ ନ ଫାଟି ଶୁଖିଯାଏ.

Recommendations

ଜୈବିକ ନିୟନ୍ତ୍ରଣ

କବକ ଗୁଡିକର ସିଧାସଳଖ ନିୟନ୍ତ୍ରଣ କଷ୍ଟକର ଅଟେ ଓ ଏ ଯାଏଁ ଏହି ରୋଗଜନକ କବକ ପାଇଁ ପ୍ରଭାବ ପକେଇବା ଭଳି କିଛି ଉପାୟ ବିକଶିତ କରାଯାଇ ନାହିଁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରନ୍ତୁ । କବକନାଶକ ବିହନ ଓ ପତ୍ର ଉପରେ ପ୍ରୟୋଗ କରିବା ଦ୍ୱାରା ମକାରେ ଅଳନ୍ଧୁ ଲାଗିବା ଭଳି ଘଟଣା କମି ନଥାଏ.

ଏହାର କାରଣ କଣ

ମକାରେ ଅଳନ୍ଧୁ ଲାଗିବା ଉଷ୍ଟିଲାଗୋ ମେୟଡିସ୍ ନାମକ କବକ ଯୋଗୁଁ ହୋଇଥାଏ, ଯାହାକି ମାଟି ଭିତରେ ବହୁତ୍ ବର୍ଷ ପାଇଁ ଜୀବନକ୍ଷମ ରହିପାରେ. ରେଣୁ ଗୁଡିକ ଫସଲ ଗୁଡିକୁ ପବନ, ଧୂଳି ଓ ବର୍ଷାପାଣି ଦ୍ୱାରା ପରିବହିତ ହୋଇଥାଏ । ଏହି ସଂକ୍ରମଣ ପ୍ରକ୍ରିୟା ପୋକ,ପଶୁ ଓ ଖରାପ ଫସଲ ଚାଷ କରିବା ଯୋଗୁଁ କିମ୍ବା କୁଆ ପଥର ଯୋଗୁଁ ହୋଇଥିବା କ୍ଷତ ଯୋଗୁଁ ଅନୁକୂଳିତ ହୋଇଥାଏ । ଏଥିରେ ଗଛରୁ ଗଛ ସିଧାସଳଖ ସଂକ୍ରମଣ ହେବାର କୌଣସି ଉପାୟ ନାହିଁ ଯେଉଁ କୋଷ ଗୁଡିକର ଅତ୍ୟଧୀକ ବୃଦ୍ଧି କ୍ଷମତା(ଯେପରିକି ଚଁଅର ଓ ଅଗ୍ର ଭାଗ) ଥାଏ, ତା ଉପରେ ଲକ୍ଷଣ ଗୁଡିକ ମାରାତ୍ମକ ଥାଏ । ଅତ୍ୟଧିକ ପାଣିପାଗ ପ୍ରଭାବରେ ହୋଇଥିବା କମ୍ ରେଣୁ ଉତ୍ପାଦନ ଓ ଖରାପ ପରାଗଣ ହାର (ଯେମିତି ମୂସଳଧାରା ବର୍ଷା ପରେ ମରୁଡି ଆସିଥାଏ) ରେଣୁ ପରିବହନ ପାଇଁ ଅନୁକୂଳ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଯଦି ଉପଲବ୍ଧ ଥାଏ ତେବେ ସହନଶୀଳ କିସମର ଚାଷ କରନ୍ତୁ । ଗଛ ଗୁଡିକ ମଧ୍ୟରେ ଚଉଡା ଜାଗା ଥିବା ସୁନିଶ୍ଚିତ କରନ୍ତୁ.
  • କଳା କବକ ଜନିତ ରେଣୁ ବାହାରିବା ପୂର୍ବରୁ ଆବୁ ଗୁଡିକୁ ପର୍ଯ୍ୟବେକ୍ଷଣ,ସଂଗ୍ରହ ଓ ଧ୍ୱଂସ କରି ନିଅନ୍ତୁ । କୀଟ ଓ ଅନ୍ୟାନ୍ୟ ପୋକ ଦ୍ଵାରା କ୍ଷତି କରନ୍ତୁ ନାହି । ଚାଷ କରିବା ସମୟରେ ଚଁଅର ଗୁଡିକୁ କ୍ଷତି କରିବାରୁ ବଂଚନ୍ତୁ । ଏହା ସୁନିଶ୍ଚିତ କରନ୍ତୁଯେ ଉପକରଣ ଓ ଯନ୍ତ୍ରପାତି ଗୁଡିକ ସଫା ଅଛ ।.
  • ଅତ୍ୟଧିକ ଯବକ୍ଷାରଜାନ ଉର୍ବରୀକରଣ ଠାରୁ ଦୂରରେ ରୁହନ୍ତୁ । ଅମଳ ପରେ ସମସ୍ତ ଅବଶେଷକୁ କାଢି ନିଅନ୍ତୁ ଓ ସଂକ୍ରମିତ ଫସଲ ଗୁଡିକୁ ଖତ ପାଇଁ କମ୍ପୋଷ୍ଟ କରନ୍ତୁ ନାହିଁ । ଅମଳ ପରେ ଗଛ ଅବଶେଷକୁ ଭଲରେ ପୋତିଦେବା ପାଇଁ ଗଭୀର ଭାବେ ହଳ କରନ୍ତୁ । ପୋଷକ ନଥିବା ଫସଲ ସହ ଦୀର୍ଘ କାଳ ପାଇଁ ପର୍ଯ୍ୟାୟ ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ