ଆଳୁ

ପାଉଡର ଯାଦୁରା ରୋଗ

Spongospora subterranea

ଫିମ୍ପି

5 mins to read

ସଂକ୍ଷେପରେ

  • ଫାଟିଥିବା ଚୋପାର ଚିରା ବହଳିଆ ଧାର ଦ୍ଵାରା ଘେରି ହୋଇ ରହିଥିବା ଅଳ୍ପ ଖାଲୁଆ ଛୋଟ ଗାଢ ଗୋଲ କ୍ଷତ ଚିହ୍ନ ଥାଏ । ଯେଉଁଠାରେ ବଡ ଅଞ୍ଚଳ ପ୍ରଭାବିତ ହୋଇଥାଏ ସେମାନେ ଏକ ସମୂହ ବୈଶିଷ୍ଟ୍ୟ ଭଳି ଦେଖାଯାନ୍ତି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଳୁ

ଲକ୍ଷଣ

ଭୂମି ଉପରେ କୌଣସି ଲକ୍ଷଣ ଦେଖାଯାଏ ନାହି । ଆଳୁ ଉପରେ ପ୍ରାଥମିକ ଲକ୍ଷଣ ହେଲା , ଛୋଟ , ସାମାନ୍ୟ ବହଳିଆ , ବାଇଗଣି ବାଦାମି ବ୍ରଣ , ଗୋଲାକାର ଏବଂ ଚିକ୍କଣ ଓ ସ୍ପଞ୍ଜ ଭଳି ଦେଖାଯାଏ । ଯେତେବେଳେ ସେମାନେ ଆକାର ବଢାନ୍ତି ,ସେମାନେ ପରସ୍ପର ସହିତ ମିଶନ୍ତି ଓ ବଡ , ଅନିୟମିତ କ୍ଷତ ଚିହ୍ନ ଚୋପା ଉପରେ ସୃଷ୍ଟି କରନ୍ତି । ସେମାନେ ପରେଚୋପା ଫଟାଇ ଫୁଟି ଖଣ୍ଡ ଖଣ୍ଡ ହୁଅନ୍ତି ଓ ସୋଲ ପରି ଯାଦୁରା ସୃଷ୍ଟି କରନ୍ତି । ଫୁଲା , କ୍ଷତ କିମ୍ବା ଭାତୁଡି ସୃଷ୍ଟି ହୁଏ ଓ ଆଳୁକୁ ବିକୃତ କରି ବଜାର ଅଯୋଗ୍ୟ କରାଏ । ଉଚ୍ଚ ଆର୍ଦ୍ରତା ଥିବା ମାଟିରେ , କ୍ଷତ ଚିହ୍ନ ଭିତର ଆଡକୁ ପ୍ରସାରିତ ହୁଏ , ଗଭୀର ଗାତ ସୃଷ୍ଟି କରେ ଓ ଭିତରର ବଡ ଅଂଶ ନଷ୍ଟ କରେ । ଏହି ଅସଙ୍ଗତି ଭଣ୍ଡାର କରିବା ସମୟରେ ମଧ୍ୟ ଚାଲୁ ରହେ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ଜୀବାଣୁ ପାଇଁ କୌଣସି ବିକଳ୍ପ ଉପଚାର ନାହି , ତେଣୁ ନିରାକରଣ ଉପଚାର ସୁନିଶ୍ଚିତ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ପ୍ରୟୋଗ କରନ୍ତୁ । ମେଟାମ ସୋଡିଅମ କିମ୍ବା ଫ୍ଲୁଜିନାମ ଦ୍ଵାରା ମୃତ୍ତିକା ଉପଚାର ( ଓଦା ) କେତେକ କ୍ଷତରରେ ଭଲ କାମ କରେ , ଏହା ପ୍ରାୟତଃ ପାରିପାର୍ଶ୍ଵିକ ପରିସ୍ଥିତି ଓ ମାଟିର ପ୍ରକାର ଉପରେ ନିର୍ଭର କରେ ।

ଏହାର କାରଣ କଣ

ଏହି ପାଉଡର ଯାଦୁରା ରୋଗ ମୃତ୍ତିକା ବାହିତ ରୋଗକାରୀ ଜୀବାଣୁ( ସ୍ପୋଞ୍ଜୋସ୍ପୋରା ସବଟେରେନେ, ଯାହାକି ମାଟିରେ 6 ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ) ଦ୍ଵାରା ହୁଏ । ଏହି ରୋଗ ଥଣ୍ଡା ତାପମାତ୍ରାରେ ( 12 ରୁ 18 ଡିଗ୍ରୀ C ) , ଭାରୀ ଓ ଅମ୍ଳ ମାଟି ଯାହାକି ଜଳ ଜମାଇ ରଖେ ଆଦି ସ୍ଥାନରେ ସାଧାରଣ ଅଟେ । ଓଦା ଓ ଶୁଖିଲାର ଏକାନ୍ତର ସମୟ ମଧ୍ୟ ଏହାର ବୃଦ୍ଧି ପାଇଁ ଅନୁକୂଳ ଅଟେ । ସଂକ୍ରମିତ ଆଳୁ ବିହନ , ପୋଷାକ , ଯନ୍ତ୍ରପାତି କିମ୍ବା ଖତ ଏହି ଜୀବାଣୁର ବାହକ ଅଟନ୍ତି । ଏହି ସଂକ୍ରମଣ ଆଳୁ କନ୍ଦ ଆରମ୍ଭ ହେବ ସମୟରେ କାଣ୍ଡର ରନ୍ଧ୍ର , ଆଖି କିମ୍ବା ଘା' ଦେଇ ହୁଏ । ପିଙ୍ଗଳ ରଙ୍ଗର ଆଳୁ କିସମ ଏହି ରୋଗ ପ୍ରତି ଅଧିକ ସହନୀୟ ଦେଖାଇଥାନ୍ତି ଓ ଅଳ୍ପ ଲକ୍ଷଣ ଦେଖନ୍ତି । ପାଉଡର ଯାଦୁରା ରୋଗ ସୋଲାନାସିଆସ ପରିବାରର କେତେକ ପାରିବ , ଉଦାହରଣ ଟମାଟୋକୁ ସଂକ୍ରମିତ କରିପାରେ ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିସମ ପାଇଁ ଖୁଚୁରା ବିକ୍ରେତା ଠାରେ ଖୋଜନ୍ତୁ । ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ସାମଗ୍ରୀ ଆଣନ୍ତୁ । ଏକ ଉତ୍ତମ ସମନ୍ଵିତ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ । ଉତ୍ତମ ନିଷ୍କାସନ ଥିବା ମାଟିରେ ଲଗାନ୍ତୁ ଯାହାକି ଜଳ ଜମାଇ ରଖେ ନାହି । ଜମିରେ ଓ ଆଖପାଖରେ ସୋଲାନାସିଆସ ପରିବାରର ବିକଳ୍ପ ପୋଷକ ଗଛ ସନ୍ଧାନ କରନ୍ତୁ ଓ କାଢିନିଅନ୍ତୁ । ପିଏଚ କମାଇବା ପାଇଁ ଗନ୍ଧକ ପ୍ରୟୋଗ କରନ୍ତୁ । ଉପକରଣ , ଯନ୍ତ୍ରପାତି ଓ ପୋଷାକର ବିଶୋଧନର ସ୍ଵତନ୍ତ୍ର ଯତ୍ନ ନିଅନ୍ତୁ । ଯାଦୁରା ଆଳୁ ଖାଇଥିବା ପଶୁମାନଙ୍କଠାରୁ ଖତ ପ୍ରୟୋଗ କରନ୍ତୁ ନାହି । ଅମଳ ପରେ ଗଭୀର ଚାଷ ଓ ସୌର ଉପଚାର ସାହାଯ୍ୟ କରେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ