ଚିନାବାଦାମ

ଚିନାବାଦାମର କଳଙ୍କି ରୋଗ

Puccinia arachidis

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ତଳ ପଟେ କଳଙ୍କି ପରି ଫୁଲା ଦେଖାଯାଏ.
  • ଏହାର ଚାରିପାଖରେ ଏକ ହଳଦିଆ ପ୍ରଭାମଣ୍ଡଳ ଥାଏ.
  • ସାଙ୍ଘାତିକ ସଂକ୍ରମଣ ହେଲେ ପତ୍ରର ଉଭୟ ପାର୍ଶ୍ୱରେ କଳଙ୍କି ଫୁଲା ଦେଖାଯାଏ.
  • ପତ୍ର ହଳଦିଆ ପଡ଼ିଯାଏ ଓ ଶୁକୁଡିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ଚୀନବଡ଼ମ ର କଳଙ୍କି ରୋଗ ବହୁତ ଛୋଟ ନାରଙ୍ଗୀ-ବାଦାମୀ (କଳଙ୍କି) ଫୁଲା ଭାବେ ବହୁତ ସମୟରେ ପତ୍ରର ତଳ ପାର୍ଶ୍ୱରେ ଦେଖାଯାଇଥାଏ. ଏହାର ଚାରିପାଖରେ ରଙ୍ଗ ଛାଡି ଏକ ହଳଦିଆ ପ୍ରଭାମଣ୍ଡଳ ଦେଖାଦେଇଥାଏ. ଏହା ପତ୍ର ଓ ଗଛର ଅଭିବୃଦ୍ଧିକୁ ଯଥେଷ୍ଟ କମ କରିଥାଏ. ରୋଗ ବଢି ଚାଲିଲେ ସାଙ୍ଘାତିକ ଭାବେ ସଂକ୍ରମିତ ହୋଇଥିବା ପତ୍ରର ଉଭୟ ପାର୍ଶ୍ୱରେ କଳଙ୍କି ଫୁଲା ଘୋଡାଇ ହୋଇଥାଏ ଯଦ୍ୱାରା ଏହା ହଳଦିଆ ଏବଂ କଳଙ୍କି ହୋଇ ଶେଷରେ ଶୁକୁଡ଼ି ଯାଏ. ଚିନାବାଦାମର ଗୋଡ଼, କାଣ୍ଡ, ଏବଂ ଡେମ୍ଫ ରେ ମଧ୍ୟ ଲମ୍ବା, ଲାଲ ବାଦାମୀ (ଏବଂ ପରେ କଳା) ଫୁଲା ଦେଖାଯାଇପାରେ. ତାପରେ ପତ୍ରଝଡ଼ା ଆରମ୍ଭ ହୋଇପାରେ. ଏହି ରୋଗ ଚିନାବାଦାମ ଛୁଇଁ ଓ ଚରା ଉତ୍ପାଦନ ତଥା ତେଲ କ୍ୱାଲିଟି ଯଥେଷ୍ଟ କମ କରିଦେଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଜୈବିକ ଏଜେଣ୍ଟ ଏହି ରୋଗର ସଂକ୍ରମଣ କୁ ନିୟନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିପାରିବେ. ସାଲଭିଆ ଅଫିସିନାଲିସ (Salvia officinalis) ଏବଂ ପୋଟେନ୍ସିଲା ଇରେକ୍ଟା (Potentilla erecta) ର ଅର୍କ ର ପ୍ରୟୋଗ ଏହି ଫିମ୍ପି ର ବିକାଶ ବିରୁଦ୍ଧରେ ସୁରକ୍ଷାତ୍ମକ ଉପଚାର ଭାବେ କାମ କରିଥାଏ. ଅନ୍ୟ ଗଛର ଅର୍କ ଯଥା ଫ୍ଲାକ୍ସ ମଞ୍ଜି ତେଲ ଏବଂ ଚିନାବାଦାମ ତେଲ ମଧ୍ୟ କଳଙ୍କି ରୋଗ ର ପ୍ରକୋପ କମ କରିବାରେ ପ୍ରଭାବଶାଳୀ ହୋଇଥାଏ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ରୋଗ ବିକାଶ ର ବିଳମ୍ବିତ ଅବସ୍ଥାରେ ରୋଗର ରାସାୟନିକ ଉପଚାର ଅସମ୍ଭବ ହୋଇପାରେ. ଯଦି ଫିମ୍ପିନାଶକର ଆବଶ୍ୟକତା ହୁଏ ତାହେଲେ ମାଙ୍କୋଜେବ୍ (mancozeb), ପ୍ରୋପିକୋନାଜୋଲ (propiconazole) କିମ୍ବା କ୍ଲୋରୋଥାଲୋନିଲ (chlorothalonil) (3ଗ୍ରା/ଲି. ପାଣି) ଥିବା ଫିମ୍ପିନାଶକ ପ୍ରୟୋଗ କରନ୍ତୁ. ଏହାର ପ୍ରୟୋଗ ପ୍ରଥମ ଲକ୍ଷଣ ଦେଖାଯିବାର ତୁରନ୍ତ ପରେ ଆରମ୍ଭ କରାଯିବ ଦରକାର ଏବଂ ପ୍ରତି 15 ଦିନରେ ପୁଣି ସ୍ପ୍ରେ କରିବା ଆବଶ୍ୟକ.

ଏହାର କାରଣ କଣ

ମାଟିରେ ଥିବା ଫସଲ ଅବଶେଷ କିମ୍ବା ଅନ୍ୟ ଡାଲିଜାତୀୟ ଗଛ ରେ ଚିନାବାଦାମ କଳଙ୍କି ରୋଗ ର ଫିମ୍ପି ବଞ୍ଚି ରହିଥାଏ. ମାଟି ଜନିତ ଅବସ୍ଥାରେ ପ୍ରସ୍ତୁତ ହୋଇଥିବା ଫିମ୍ପିର ରେଣୁ ଗୁଡିକ ପ୍ରାଥମିକ ସଂକ୍ରମଣ ଭାବେ ଗଛର ତଳ ପଟେ ଥିବା ପତ୍ର ଗୁଡିକରେ ପହଞ୍ଚି ଥାଏ. ଦ୍ଵିତୀୟକ ବିସ୍ତାର ପବନ ଦ୍ୱାରା ହୋଇଥାଏ. ପାରିପାର୍ଶ୍ଵିକ ପରିସ୍ଥିତି ଅନୁକୂଳ ଥିଲେ ଏହି ଦାଗ ଗୁଡିକ ଅତି ଶୀଘ୍ର ବଢି ଚାଲିଥାଏ, ଉଦାହରଣ ସ୍ୱରୂପ ଗରମ ତାପମାନ (21 ରୁ 26°C) ଏବଂ ଓଦା ମେଘୁଆ ପାଗ (କୁହୁଡି କିମ୍ବା ରାତିସାରା ପଡିଥିବା କାକର). ଏହା ଗଛରେ କାଣ୍ଡ ଓ ଚେର ର ବୃଦ୍ଧିକୁ ଦବେଇ ଦେଇ ଥାଏ ଯାହା ଫଳରେ ଗଛ ବାଙ୍ଗରା ହୋଇଯାଏ. ମାଟିରେ ଉଚ୍ଚ ମାତ୍ରାରେ ଫସଫରସ ରହିଲେ ଏହି କଳଙ୍କି ରୋଗର ବିକାଶ ମନ୍ଥର ହୋଇଯିବା ଦେଖାଯାଏ.


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ ଓ ପ୍ରାମାଣିକ ସୂତ୍ରରୁ ବିହନ ବ୍ୟବହାର କରନ୍ତୁ.
  • ପ୍ରତିରୋଧି କିସମ ର ଫସଲ ଲଗାନ୍ତୁ.
  • ଗଛରୁ ଗଛ ମଧ୍ୟରେ ବ୍ୟବଧାନକୁ ଓସାରିଆ କରି ଅଧିକ ଆର୍ଦ୍ରତା ରୁ ଦୁରେଇ ରୁହନ୍ତୁ.
  • ଜମି ଭିତରୁ ଓ ଚାରିପାଖରେ ଥିବା ବାଳୁଙ୍ଗା ଓ ନିଜେ ନିଜେ ଉଠିଥିବା ଗଛର ନିୟନ୍ତ୍ରଣ କରନ୍ତୁ.
  • ଫସଲ ଆଖପାଖରେ ବୈକଳ୍ପିକ ପୋଷକ ଫସଲ ଲଗାନ୍ତୁ ନାହିଁ.
  • କଳଙ୍କି ରବିକାଶ କମ କରିବା ପାଇଁ ଅଧିକ ପରିମାଣର ଫସଫରସ ସାର ବ୍ୟବହାର କରନ୍ତୁ.
  • ସଂକ୍ରମିତ ଗଛ ତଥା ଫସଲ ଅବଶେଷକୁ ବାହାର କରି ଦିଅନ୍ତୁ କିମ୍ବା ଜଳାଇ ବା ଚାଷ କରି ପୋତି ନଷ୍ଟ କରି ଦିଅନ୍ତୁ.
  • ଅଣ-ପୋଷକ ଫସଲ (ମକା, ଜୋଆର, ଧାନ, ଆଖୁ) ସହିତ ଫସଲ ପର୍ଯ୍ୟାୟ ପ୍ରତି ତିନି ରୁ ଚାରି ବର୍ଷରେ କରିବା ପାଇଁ ପରାମର୍ଶ ଦିଆଯାଇଥାଏ.
  • କ୍ରମାଗତ ଚିନାବାଦାମ ଫସଲ ମଧ୍ୟରେ ଦୀର୍ଘକାଳୀନ ଭାବେ ଜମିକୁ ଖାଲି ରଖିବା ଯୋଜନା କରନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ