କ୍ଷୁଦ୍ର ଶସ୍ୟ

କ୍ଷୁଦ୍ରଶସ୍ୟ କଳଙ୍କି ରୋଗ

Puccinia substriata

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରରେ ହଳଦିଆ ରୁ ଧବଳ ଦାଗ ଥାଏ। ପରବର୍ତ୍ତୀ ସମୟରେ ହଳଦିଆ ଧାର ସହିତ ଲାଲ-କମଳା ''କଳଙ୍କି" ବ୍ରଣ ଭଳି ଦାଗ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କ୍ଷୁଦ୍ର ଶସ୍ୟ

ଲକ୍ଷଣ

ପତ୍ରର ଉଭୟ ପଟେ ବହଳିଆ ହଳଦିଆ ରୁ ଧବଳ ଦାଗ ଦେଖାଯାଏ। ରୋଗ ବଢିବା ସମୟରେ, ଏହି ଦାଗ ଗୁଡିକ ପରସ୍ପର ମିଶି ଲାଲ-କମଳା ଓ କଳଙ୍କି ବ୍ରଣ ଭଳି ଦାଗ ଗଠନ କରନ୍ତି। ଏହି ବ୍ରଣର ହଳଦିଆ ଧାର ଥାଇପାରେ ଏବଂ ପରବର୍ତ୍ତୀ ଅବସ୍ଥାରେ ଗାଢ ରଙ୍ଗରେ ପରିଣତ ହୋଇପାରେ। ସଂକ୍ରମଣ ଯୋଗୁଁ ପତ୍ର ମରି ଯାଇପାରେ ଏବଂ ମାତ୍ରା ଅଧିକ ହେଲେ ଗଛ ମରି ଯାଇପାରେ। ଫସଲର ଯେ କୌଣସି ଅବସ୍ଥାରେ ଏହି ରୋଗ ହୋଇପାରେ, କିନ୍ତୁ ଫୁଲ ଅବସ୍ଥା ପୂର୍ବରୁ ସଂକ୍ରମଣ ହେଲେ କ୍ଷତି ଅଧିକ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆଜାଡିରାଚିଟିନ 0.15% କିମ୍ବା ଟ୍ରାଇକୋଡର୍ମା ଭିରିଡେ 3% ଏହି କଳଙ୍କି ରୋଗ ନିୟନ୍ତ୍ରଣ ପାଇଁ ସିଞ୍ଚନ କରାଯାଇ ପାରିବ। ବିକଳ୍ପ ଭାବରେ, ଆସ୍ପର୍ଜିଲସ ଗ୍ଲୋବସମ, ଚେଟୋମିଉମ ଗ୍ଲୋବୋସମ ଏବଂ ଟ୍ରାଇକୋଡର୍ମା କନିଞ୍ଜି ପ୍ରୟୋଗ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଛୋଟ ଚାଷୀଙ୍କ ପାଇଁ, ଅଧିକାଂଶ କ୍ଷେତ୍ରରେ କବକନାଶକ ପ୍ରୟୋଗ ଲାଭଦାୟକ ନୁହେଁ। କପର ଯୌଗିକ, କ୍ଳୋରୋଥାଲୋନିଲ, ଗନ୍ଧକ କିମ୍ବା ମାଙ୍କୋଜେବ ଭଳି କବକନାଶକ ଏହି ରୋଗ ନିୟନ୍ତ୍ରଣ ପାଇଁ ପ୍ରୟୋଗ କରାଯାଇ ପାରେ।

ଏହାର କାରଣ କଣ

ପକ୍ସିନିଆ ସବଷ୍ଟ୍ରିଆତା ନାମକ କବକ ଦ୍ଵାରା ଏହି ଲକ୍ଷଣ ହୋଇଥାଏ। ଏହି ଜୀବାଣୁର ବ୍ୟାପକ ପ୍ରକାରର ବିକଳ୍ପ ପୋଷକ ଯଥା:- ବାଇଗଣ ଓ କିଛି ଘାସ ଅଛି। ପବନ ଦ୍ଵାରା ଏହା ବହୁ ଦୂର ପର୍ଯ୍ୟନ୍ତ ବିସ୍ତାର ଲାଭ କରିପାରେ। ଆହୁରି, ଏହି ଜୀବାଣୁ ମାଟି, ଗଛ ଅବଶେଷ ଓ ବିକଳ୍ପ ପୋଷକ ମଧ୍ୟରେ ବଞ୍ଚିଥାଏ। କବକ ପାଇଁ ଅନୁକୂଳ ପରିସ୍ଥିତି ହେଉଛି ଥଣ୍ଡା ରାତ୍ରି (15-20°C) ଏବଂ ଉଷ୍ମ ଦିନ (25-34°C) ଯେପରି ପତ୍ରରେ କାକର ପଡିପାରେ। ଏହା ସଂକ୍ରମଣର ଆଶଙ୍କା ବଢାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ଉପଲବ୍ଧ ପ୍ରତିରୋଧୀ କିସମ ବ୍ୟବହାର କରନ୍ତୁ। ସହଳ ଲଗାଇବା ଦ୍ଵାରା ଅମଳ ଏବଂ ଦାନା ଗୁଣବତ୍ତା ହ୍ରାସ କମାଇ ଥାଏ। ସିଞ୍ଚନ ଜଳସେଚନ ଏଡାନ୍ତୁ। ବାଇଗଣ କିମ୍ବା ସୋଲାନାସିଆସ ପରିବାରର ଅନ୍ୟ ଫସଲ ଯଥା:- ଆଳୁ, ଲଙ୍କା ଓ ଟମାଟୋ ଆଦି ଏହା ନିକଟରେ ଲଗାନ୍ତୁ ନାହିଁ। ଜମିର ଉତ୍ତମ ପରିଚ୍ଛନ୍ନତା ସୁନିଶ୍ଚିତ କରନ୍ତୁ। ଅମଳ ପରେ ଯେ କୌଣସି ଗଛ ଅବଶେଷ କାଢନ୍ତୁ ଓ ପୋତି କିମ୍ବା ଜାଳି ନଷ୍ଟ କରି ଦିଅନ୍ତୁ। ଜୋଆର କିମ୍ବା ଡାଲି ଜାତୀୟ ଫସଲ ସହିତ କ୍ଷୁଦ୍ରଶସ୍ୟର ଫସଲ ପର୍ଯ୍ୟାୟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ