ମକା

ମକା ପତ୍ରରେ ଧୂସର ଦାଗ

Cercospora zeae-maydis

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ଛୁଞ୍ଚି ମୁନ ଭଳି ଦାଗ ଦେଖାଯାଏ ଯାହାକି ହଳଦିଆ ବଳୟ ଦ୍ୱାରା ଘେରି ହୋଇଥାଏ । ଦାଗ ଗୁଡିକ ପରସ୍ପର ସହ ମିଶି ଯାଆନ୍ତି ଓ ଫଳସ୍ୱରୁପ ସମ୍ପୂର୍ଣ ପତ୍ରଟି ପୋଡି ଯାଇପାରେ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ତଳୁଆ ପତ୍ର ଉପରେ ଫୁଲ ଫୁଟିବା ପୂର୍ବରୁ ଛୋଟ ପଚା (ମାଟିଆ କିମ୍ବା ବାଦାମୀ ରଂଗର) ଦାଗ ଦେଖାଯାଏ ଯାହାକି ହଳଦିଆ ବଳୟ ଦ୍ୱାରା ଘେରି ହୋଇ ପାରିଥାଏ. ଧିରେ ଧିରେ ଏହି ଦାଗ ଗୁଡିକ ଧୂସର ରଂଗରେ ପରିଣତ ହୋଇ ଯାଆନ୍ତି ଓ କଅଁଳ ପତ୍ର ଉପରେ ମଧ୍ୟ ଦେଖାଯିବା ଆରମ୍ଭ ହୋଇଯାଏ । ରୋଗ ବଢିବା ସହିତ, ଏଗୁଡିକ ପତ୍ରଶିରା ସମାନ୍ତରରେ ହିଁ ଲମ୍ବାଳିଆ, ଆୟତାକାର ଦାଗରେ ପରିଣତ ହୋଇ ଯାଆନ୍ତି । ଅନୂକୁଳ ପରିସ୍ଥିତିରେ (ଉଚ୍ଚ ତାପମାତ୍ରା, ଉଚ୍ଚ ଆର୍ଦ୍ରତା ଓ ଓଦା ପତ୍ର) ଏମାନେ ପରସ୍ପର ସହ ମିଶି ଯାଆନ୍ତି ଓ ସମ୍ପୂର୍ଣ ପତ୍ରଟିକୁ ଗ୍ରାସ କରିପାରେ । ଯଦି ଫସଲରେ ଦାନା ବାନ୍ଧିବା ସମୟରେ ଏହା ହୋଇଥାଏ ତାହେଲେ ଅମଳରେ ଯଥେଷ୍ଟ ପରିମାଣରେ କ୍ଷତି ହୋଇଥାଏ । ଏହି ପତ୍ର ପୋଡା ଫସଲକୁ ଦୁର୍ବଳ କରି ଦେଇପାରେ ଓ କିଛି ସମୟରେ କାଣ୍ଡ କୁ ନରମ କରି ଦେଇ ଫସଲକୁ ପକେଇ ଦେଇପାରେ.

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗର ଜୈବୀକ ଉପଚାର ପାଇଁ କୌଣସି ବିକଳ୍ପ ଉପଲବ୍ଧ ନାହିଁ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟକୁ ଜୈବୀକ ଉପଚାର ସହ ଏକୀକୃତ ଭାବେ ପ୍ରୟୋଗ କରିବାର ଯୋଜନା କରନ୍ତୁ. ଏହି ରୋଗ ଯଦି ପ୍ରାରମ୍ଭିକ ସ୍ତରରେ ହୋଇ ଥାଏ ତାହେଲେ ରୋଗର ନିୟନ୍ତ୍ରଣ ପାଇଁ ପତ୍ର ସମୂହ ଉପରେ କବକନାଶକ ଉପଚାର କରାଯାଇ ପାରେ କିନ୍ତୁ ପାଣିପାଗ ଅବସ୍ଥା, ସମ୍ଭବପର ଅମଳଜନିତ କ୍ଷତି ଓ ଫସଲର ସଂବେଦନଶୀଳତା କୁ ହିସାବରେ ନେବା ଉଚିତ୍. ପାଇରାକ୍ଲୋଷ୍ଟ୍ରୋବିନ୍ ଓ ଷ୍ଟ୍ରୋବିଲ୍ୟୁରିନ୍ ଥିବା କବକନାଶକର ଉପଚାର କିମ୍ବା ଆଯ଼ୋକ୍ସିଷ୍ଟ୍ରୋବିନ୍ ଓ ପ୍ରୋପିକୋନାଯ଼ୋଲ୍ ର ସମନ୍ୱୟ ଉପଚାର, ପ୍ରୋଥିଓକୋନାଯ଼ୋଲ୍ ଓ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ ର ସମନ୍ୱୟ ଉପଚାର ଦ୍ୱାରା କବକକୁ ନିୟନ୍ତ୍ରଣ କରା ଯାଇପାରେ ।

ଏହାର କାରଣ କଣ

ଏହି ପତ୍ର ରେ ଧୂସର ଦାଗ ରୋଗ ସେର୍କୋସ୍ପୋରା ଯ଼ିୟେ-ମେୟଡିସ୍ ନାମକ କବକ ଦ୍ୱାରା ହୋଇଥାଏ । ଏଗୁଡିକ ମାଟିରେ ଫସଲ ଅବଶେଷରେ ଦୀର୍ଘ ସମୟ ଧରି ବଂଚି ରହି ପାରେ । ବସନ୍ତ ଋତୁରେ ରେଣୁ ଗୁଡିକ ତଳ ପତ୍ର ଉପରକୁ ବର୍ଷା ଛାଟ ଓ ପବନ ଦ୍ୱାରା ପରିବାହିତ ହୋଇଥାଏ । ଉଚ୍ଚ ତାପମାତ୍ରା (25 ରୁ 30°C), ଉଚ୍ଚ ଆର୍ଦ୍ରତା (କାକର,କୁହୁଡି) ଓ ଲମ୍ବା ସମୟ ଧରି ପତ୍ର ଓଦା ହୋଇ ରହିଲେ, ଏହାର ଜୀବନ ଚକ୍ର ପାଇଁ ଅନୂକୁଳ ହୋଇଥାଏ । ଗରମ ଓ ଶୁସ୍କ ପାଣିପାଗ ଏହାର ବୃଦ୍ଧିରେ ବାଧା ସୃଷ୍ଟି କରେ । ଫସଲର କିସମ ଉପରେ ନୀର୍ଭର କରି ଲକ୍ଷଣ ଗୁଡିକ ଟିକେ ଟିକେ ଅଲଗା ହୋଇପାରେ । କବକଟି (ସଂକ୍ରମଣରୁ ଆରମ୍ଭ କରି ନୂଆ ରେଣୁ ଉତ୍ପାଦନ ଯାଏଁ) 14-21 ଦିନ ମଧ୍ୟରେ ସଂବେଦନଶୀଳ କିସମରେ ନିଜ ଜୀବନ ଚକ୍ର ପୂରଣ କରି ଥାଆନ୍ତି ଓ 21-28 ଦିନ ମଧ୍ୟରେ ପ୍ରତିରୋଧୀ କିସମରେ ନିଜ ଜୀବନ ଚକ୍ର ପୂରଣ କରି ଥାଆନ୍ତି.


ସୁରକ୍ଷାତ୍ମକ ଉପାୟ

  • ଆପଣଂକ ଜାଗାରେ ଯଦି ଉପଲବ୍ଧ ଅଛି ତାହେଲେ ପ୍ରତିରୋଧୀ ବା ସହିଷ୍ଣୁ କିସମର ଫସଲ ବୁଣନ୍ତୁ । ଫସଲ ପାଇଁ ପ୍ରତିକୂଳ ପାଣିପାଗରୁ ବଂଚିବା ପାଇଁ ଡେରିରେ ଫସଲ ଲଗାନ୍ତୁ । ଫସଲ ଗୁଡିକ ମଧ୍ୟରେ ଭଲ ବାୟୁ ପ୍ରବାହ ପାଇଁ ସେମାନଙ୍କ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ବଜାୟ ରଖନ୍ତୁ । ଅମଳ ପରେ ଗଭୀର ଭାବେ ହଳ କରି ଫସଲ ଅବଶେଷକୁ ପୋତି ଦିଅନ୍ତୁ । ପୋଷକ ନଥିବା ଫସଲ ସହ ଦୀର୍ଘ କାଳୀନ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ