ମେଲାନୋଜ - ଲେମ୍ବୁଜାତୀୟ

ଲେମ୍ବୁଜାତୀୟଲେମ୍ବୁଜାତୀୟ

ମେଲାନୋଜ

Diaporthe citri


ସଂକ୍ଷେପରେ

  • ରୋଗ ସଂକ୍ରମଣର ପ୍ରାୟ ଏକ ସପ୍ତାହ ପରେ ଛୋଟ ବାଦାମୀ ରଙ୍ଗର ଅଲଗା ଅଲଗା ଦାଗ ପତ୍ର ଉପରେ ଦେଖାଯାଏ.
  • ପତ୍ରରେ ସଂକ୍ରମଣ ପରେ ଗାଢ଼ ରଙ୍ଗର ଉଠାଣିଆ ରେଣୁପୁର୍ଣ ଫୋଟକା (pustules) ଦେଖାଯାଏ ଏବଂ ଏହାର ଚାରିପାଖରେ ହଳଦିଆ ଟିସୁ କିମ୍ବା ବଳୟ ଥାଏ.

ଲକ୍ଷଣ

ପରିପକ୍ଵ ହେବାର ବିଳମ୍ବିତ ଅବସ୍ଥାରେ ଫଳରେ ଲାଲ-ବାଦାମୀ ରୁ ଗାଢ଼ ବାଦାମୀ ରଙ୍ଗର ଦାଗ (.2 - 1.5 ମିମି ବ୍ୟାସର) ଦେଖାଯାଏ. ଏହି ଦାଗ ଫଳ ଚୋପା ରେ ଥିବା ତେଲ ଗ୍ରନ୍ଥି ଚାରିପାଖରେ ଦେଖାଦେଇଥାଏ. ସଂକ୍ରମଣ ପ୍ରକ୍ରିୟାରେ ଟିସୁରେ ଆଘାତ ଲାଗିବା ଏବଂ ଫାଟିବା ସାଧାରଣ କଥା. ଫଳ ଛୋଟ ହୋଇ ଅପରିପକ୍ଵ ଅବସ୍ଥାରେ ଝଡିପାରେ. ମେଲାନୋଜ ରୋଗ ଯୋଗୁ ହେଉଥିବା ଦାଗ ଗୁଡିକୁ ଛୁଇଁଲେ ବାଲି କାଗଜକୁ ଛୁଇଁଲା ପରି ଅନୁଭୂତ ହୁଏ, କିନ୍ତୁ ଅନ୍ୟ ରୋଗ ଦ୍ୱାରା ହେଉଥିବା ଦାଗ ଗୁଡିକ ଏପରି ନୁହେଁ. ପୁରା ପାଚିଥିବା ଫଳରେ ଏହି ରୋଗ ଫଳ ପଚା ସୃଷ୍ଟି କରିଥାଏ ଯାହା ବିଶେଷ କରି କାଣ୍ଡ ରୁ ସୃଷ୍ଟି ହୋଇଥାଏ ଏବଂ ଏହା ଦ୍ୱାରା ଫଳ ଶୀଘ୍ର ଝଡି ଯାଇପାରେ. ପତ୍ରରେ ଲକ୍ଷଣଗୁଡିକ ପ୍ରଥମେଏକ ବାଦାମୀ ରଙ୍ଗର ଅଲଗା ଦାଗ ଦେଖାଯାଏ ଯାହା ପରେ ଉଠାଣିଆ ଘା ରେ ପରିଣତ ହୁଏ ଏବଂ ସେଥିରେ ଲାଲ-ବାଦାମୀ ରଙ୍ଗର ଅଠା ଥାଏ. ଅଧିକାଂଶ ସମୟରେ ଏଗୁଡିକର ଚାରିପାଖରେ ହଳଦିଆ ବଳୟ ଦେଖାଯାଏ. ଶେଷରେ ଏହା ଛୋଟ ଟାଣ ସୋଲ ଫୋଟକା ସଦୃଶ ଘ।ରେ ପରିଣତ ହୁଏ. ଭଣ୍ଡାରଣ ସମୟରେ ଫଳର ଡ଼େମ୍ଫ ଛାଡିଥିବା ଜାଗା ପଚି ଯାଇ ପାରେ.

ପୋଷକ

ଟ୍ରିଗର

ମେଲାନୋଜ ଏକ ସଢା ପ୍ରକ୍ରିୟା କରୁଥିବା ଫିମ୍ପି ଯାହା ନିଜର ଜୀବନ ଚକ୍ର ମଲା ଡାଳ ଉପରେ ସମ୍ପନ୍ନ କରିଥାଏ. ରୋଗର ତୀବ୍ରତା ମଲା କାଠରେ ଫିମ୍ପି ସୃଷ୍ଟିର ପରିମାଣ ଏବଂ ବର୍ଷା ପରେ କିମ୍ବା ସିଞ୍ଚନ ଜଳସେଚନ ପରେ ଅନବରତ ଓଦା ପରିବେଶର ସମୟସୀମା ଉପରେ ନିର୍ଭର କରେ. ଏହି ରୋଗ ସଂକ୍ରମଣ ହେବା ପାଇଁ ପ୍ରାୟ 18-24 ଘଣ୍ଟା ଆର୍ଦ୍ର ପରିବେଶ ଏବଂ 20-24 °C ତାପମାନ ର ଦରକାର ହୋଇଥାଏ. ଯେତେବେଳେ ଯଥେଷ୍ଟ ପରିମାଣ ର ମଲା କାଠ ଗଛରେ ଥାଏ, ଜମିରେ ଥାଏ କିମ୍ବା ଅଳିଆଗଦାରେ ଥାଏ ତାହେଲେ ଏହି ଫିମ୍ପିର ଅଣୁ ସମସ୍ୟା ସୄଷ୍ଟି କରିଥାନ୍ତି.

ଜୈବିକ ନିୟନ୍ତ୍ରଣ

ଡି. ସାଇଟ୍ରି (D. citri) ର ନିୟନ୍ତ୍ରଣ ପାଇଁ ଜୈବିକ କପର ଫର୍ମୁଲା ସ୍ପ୍ରେ କରନ୍ତୁ. ପ୍ରଥମ ସ୍ପ୍ରେ ପାଖୁଡା ଝଡିଲା ସମୟରେ କରିବା ଦରକାର ଏବଂ ଦ୍ଵିତୀୟ ସ୍ପ୍ରେ 6-8 ସପ୍ତାହ ପରେ କରାଯାଏ ।

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. ପାଇରାକ୍ଲୋସ୍ଟ୍ରବିନ (pyraclostrobin) ର ବ୍ୟବହାର ବସନ୍ତ ଋତୁରେ ନୂଆ ଡାଳପତ୍ର ବାହାରିବା ସମୟରେ କଲେ ଫଳରେ ମେଲାନୋଜ ର ସଂକ୍ରମଣ ହେବା କମିଯାଏ . ମାଙ୍କୋଜେବ (mancozeb) ଏବଂ ଫେନବୁକୋନାଜୋଲ (fenbuconazole) ର ଫର୍ମୁଲା ମଧ୍ୟ ଅନୁମୋଦନ କରାଯାଇଥାଏ. ଫିମ୍ପିନାଶକ ସ୍ଟ୍ରୋବିଲୁରିନ (Strobilurin) ମଧ୍ୟ ସନ୍ତୋଷଜନକ ଫଳାଫଳ ଦିଏ ଏବଂ ଏହାର ପ୍ରୟୋଗ କରାଯାଇପାରେ.

ସୁରକ୍ଷାତ୍ମକ ଉପାୟ

  • ନଷ୍ଟ ହୋଇଯାଇଥିବା ଡାଳପତ୍ର ନିୟମିତ ଭାବେ ତୋଟାରୁ ବାହାର କରନ୍ତୁ.
  • ବର୍ଷରେ 1-2 ଥର ନଷ୍ଟ ହୋଇଥିବା କିମ୍ବା ଶୁଖିଯାଇଥିବା ଅଂଶ କୁ କାଣ୍ଟଛାଣ୍ଟ କରିଦିଅନ୍ତୁ.
  • ଗଛର ରୋଗ ପ୍ରତିରୋଧି କ୍ଷମତା ବଢାଇବା ପାଇଁ ସମନ୍ଵିତ ଖାଦ୍ୟସାର ପ୍ରୟୋଗ କରନ୍ତୁ.
  • ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ଭାବେ ଫସଲ ପର୍ଯ୍ୟବେକ୍ଷଣ କରନ୍ତୁ.