ଲେମ୍ବୁଜାତୀୟ

ଲେମ୍ବୁରେ ଅଠା ବାହାରିବା

Phytophthora spp.

ଫିମ୍ପି

5 mins to read

ସଂକ୍ଷେପରେ

  • ମାଟି ସ୍ତରରୁ ଆରମ୍ଭ କରି ବକଳା ଉପରେ ଗାଢ଼ ପାଣିଭିଜା ଜାଗା ଦେଖାଯାଏ.
  • ଶୁଖିଲା ପାଗରେ ଦ୍ରବଣୀୟ ଅଠା ବକଳାରେ ଥିବା ଫାଟରୁ ବାହାରେ.
  • ମାଟି ତଳେ ଥିବା ବକଳା ପାଣିଭିଜା, ଲାଳୁଆ ଏବଂ ଲାଲ-ବାଦାମୀ ରୁ କଳା ରଙ୍ଗର ହୋଇଥାଏ.
  • ସଢା ଜାଗା ଭିତର ଟିସୁ ପର୍ଯ୍ୟନ୍ତ ବଢିଥାଏ ଏବଂ ବକଳା କୁ ଘେରି ଥାଏ ଯାହା ଫଳରେ ଗଛ ମରିଯାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଲେମ୍ବୁଜାତୀୟ

ଲକ୍ଷଣ

ମୂଳ ସଢା ବା ୮ ବାହାରିବା ରୋଗ ବହୁତ ସମୟରେ ମାଟି ସ୍ତରରୁ ଆରମ୍ଭ ହୋଇଥାଏ. ଗାଢ଼ ପାଣି ଭିଜା ଜାଗା ବକଳାରେ ହୁଏ ଓ ଓଦା ପରିବେଶରେ ଖଟାଳିଆ ଗନ୍ଧ ନିର୍ଗତ ହୋଇଥାଏ. ଜଳରେ ଦ୍ରବଣୀୟ ଅଠା ବକଳାରେ ଥିବା ଲମ୍ବାଳିଆ ଫାଟରୁ ବିଶେଷ କରି ଶୁଖିଲା ପରିବେଶରେ ବାହାରିଥଏ. ମାଟି ତଳେ ଥିବା ବକଳା ପାଣି ଭିଜା, ଲାଳୁଆ, ଲାଲ ବାଦାମୀ କିମ୍ବା ପରବର୍ତୀ ସମୟରେ କଳା ରଙ୍ଗର ହୋଇଯାଇଥାଏ. ବାଦାମୀ ପଚା ଜାଗା କାଠର ଭିତର ଟିସୁ ପର୍ଯ୍ୟନ୍ତ ବଢ଼ିଯାଇପାରେ. ଖାଦ୍ୟ ସାର ଅଭାବ ଯୋଗୁଁ ପତ୍ର ହଳଦିଆ ହୋଇଯାଏ. ପରବର୍ତ୍ତୀ ସମୟରେ ମଲା ବକଳା ଶୁଖିଯାଏ, ଶୁକୁଡ଼ି ଯାଏ ଏବଂ କିଛି ଝଡ଼ିଯାଇପାରେ, ଯାହା ଫଳରେ ମେଲା କଣା ସୃଷ୍ଟି ହୋଇଯାଏ. ଗଛ ମରିଯାଇପାରେ ଯଦି ଏହି କବକ ବକଳାକୁ ଗୁଡେଇ ରଖିଥାଏ. ସଂକ୍ରମିତ ଫଳରେ କୋମଳ ବାଦାମୀ ସଢା ସୃଷ୍ଟି ହୁଏ ଯାହା ଏକ ବିଶିଷ୍ଟ ପ୍ରକାରର ଭୀଷଣ ଦୁର୍ଗନ୍ଧ ବାହାରିଥାଏ.

Recommendations

ଜୈବିକ ନିୟନ୍ତ୍ରଣ

4-10 ମିନିଟ ପର୍ଯ୍ୟନ୍ତ ବିହନ କୁ ଗରମ ପାଣିରେ (ପ୍ରାୟ 49 ଡ଼ିଗ୍ରୀ) ବୁଡାଇ ରଖିଲେ ବିହନ ଜନିତ ରୋଗ ହୋଇନଥାଏ. ଟୋପା ଟୋପା ଜଳସେଚନ ଦ୍ୱାରା ପାଣିରେ କ୍ଲୋରିନ ମିଶାଇଲେ ଫାଇଟୋଫ୍ଥୋରା ସଂକ୍ରମଣ କମ ହୋଇଥାଏ. କିଛି କବକ କିମ୍ବା ବ୍ୟାକ୍ଟେରିଆ (ଟ୍ରାଇକୋଡର୍ମା ଏସପିପି. ଓ ବ୍ୟାସିଲସ୍ ଏସପିପି.) କୁ ଏହି କବକ ନିୟନ୍ତ୍ରଣ ପାଇଁ ପରୀକ୍ଷା କରାଯାଇଛି ଓ ସେଥିରେ ସୁଫଳ ମିଳିଛି. ରୋଗର ପ୍ରାରମ୍ଭିକ ସମୟରେ ନିୟନ୍ତ୍ରଣ କରିବା ପାଇଁ କପର କବକନାଶକ ମଧ୍ୟ ବ୍ୟବହାର କରାଯାଇପରେ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପଚାର କୁ ମଧ୍ୟ ଧ୍ୟାନ ଦେବା ଦରକାର. ପ୍ରତିରୋଧକ ଏବଂ ଜୈବିକ ନିୟନ୍ତ୍ରଣ ସହିତ ତୋଟା ରେ ମେଟାଲାକ୍ସାଇଲ୍ ଓ ଫୋସେଟିଲ୍-ଆଲୁମିନିୟମ୍ ଥିବା କବକ ନାଶକ ପ୍ରୟୋଗ କଲେ ଭଲ ପ୍ରଭାବ ପଡିଥାଏ. ଫୋସେଟିଲ୍-ଆଲୁମିନିୟମ୍ ର ସ୍ପ୍ରେ କିମ୍ବା ମେଟାଲାକ୍ସାଇଲ୍ କୁ ମାଟିରେ ଛିଂଚାଡିଲେ ଭଲ ଫଳ ମିଳିଥାଏ. ଅମଳ ପୂର୍ବରୁ ଏବଂ ପରେ ରସାୟନ ଦ୍ୱାରା ଡୁବେଇବା କିମ୍ବା ରସାୟନ ଯୁକ୍ତ କାଗଜ ରେ ଫଳସବୁ ଗୁଡ଼ାଇ ରଖିବା ପାଇଁ ଅନୁମୋଦନ କରା ଯାଇଥାଏ.

ଏହାର କାରଣ କଣ

ବିଭିନ୍ନ ଜାତିର ଫାଇଟୋଫ୍ଥୋରା କବକ ଦ୍ୱାରା ଏହି ରୋଗର ଲକ୍ଷଣ ଦେଖା ଯାଇଥାଏ. ଅତ୍ୟଧିକ ଆର୍ଦ୍ରତା ଓ ଅଧିକ ତାପମାନ ପରି ଅନୁକୂଳ ସମୟରେ ଏହି କବକ ପାଣି ଦ୍ୱାରା ପରିବାହିତ ଅସଂଖ୍ୟ ରେଣୁ ସୃଷ୍ଟି କରିଥାଏ ଯାହା ପାଣିରେ କିଛି ଦୂର ପହଁରିପାରେ. ଏହି ରେଣୁ ଗୁଡିକ ବର୍ଷା କିମ୍ବା ଜଳସେଚନ ପାଣି ମାଧ୍ୟମରେ ଗଛର ମୂଳ କୁ ପରିବାହିତ ହୋଇଥାନ୍ତି. ଏହି ରେଣୁ କବକର ପରିବର୍ତିତ ହୋଇ ମୂଳର ଅଗ ରେ ପଶିଥାନ୍ତି ଓ ପୁରା ମୂଳର ଅଂଶ ସଢ଼ିଯାଏ. ପରେ ଏହା ମୂଳର ଅନ୍ୟ ଭାଗକୁ ସଂକ୍ରମଣ ହୋଇଥାଏ. ଯେତେବେଳେ ଏହି ରେଣୁ ଗଣ୍ଡି ର ତଳ ପାଖରେ ଥିବା ବକଳାର କିଛି ଫାଟ ବା କ୍ଷତରେ ଛିଟିକି କରି ପଡିଥାଏ ତେବେ ମୂଳ ସଢା କିମ୍ବା ଅଠା ବାହାରିବା ରୋଗ ଦେଖାଦେଇଥାଏ. ଗଛରେ ରୋଗ ଲାଗିବା ପାଇଁ ଦୁର୍ବଳତା କବକର ପ୍ରକାର ଏବଂ ବିଶେଷ କରି ପରିବେଶ ଉପରେ ନିର୍ଭର କରିଥାଏ. (ମାଟିର ପ୍ରକାର, ପାଣିର ଉପସ୍ଥିତି).


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ.
  • ପ୍ରନର୍ସରୀ ପାଇଁ ତିରୋଧି କିମ୍ବା ସହନଶୀଳ କିସମ ଚୟନ କରନ୍ତୁ.
  • ନର୍ସରୀ ଜାଗାରୁ ଭଲ ଭାବେ ଜଳ ନିଷ୍କାସନ କରନ୍ତୁ.
  • ବ୍ୟବହାର ପୂର୍ବରୁ ଉପକରଣ ଗୁଡିକୁ ରୋଗମୁକ୍ତ କରନ୍ତୁ.
  • ଜମିରେ ସିଆର କରି ଢିପ ଉପରେ ଗଛ ଲଗାନ୍ତୁ ଯାହା ଫଳରେ ରୋଗ ଦ୍ୱାରା କ୍ଷତିରୁ ବଞ୍ଚିହେବ.
  • ବିଶେଷ କରି ଗଛର ଗଣ୍ଡି ମୂଳରେ କୌଣସି ଆଘାତ କରନ୍ତୁ ନାହିଁ.
  • ମଲା ଏବଂ ସଂକ୍ରମିତ ଗଛ ଅଂଶ ତୁରନ୍ତ ବାହାର କରିଦିଅନ୍ତୁ.
  • ରୋଗର ଲକ୍ଷଣ ପାଇଁ ତୋଟା ରେ ନିୟମିତ ଭାବେ ନିରୀକ୍ଷଣ କରନ୍ତୁ.
  • ସିଆର ରେ ଥିବା ଜଳସେଚନ ପାଣି ଯେମିତି ଗଛର ଗଣ୍ଡି ସ୍ପର୍ଶରେ ନ ଆସେ ତାହାର ଯତ୍ନ ନିଅନ୍ତୁ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ