ଅଙ୍ଗୁର

ଅଙ୍ଗୁରର ଆନଥ୍ରାକନୋଜ

Elsinoe ampelina

ଫିମ୍ପି

5 mins to read

ସଂକ୍ଷେପରେ

  • ନୂଆ ପତ୍ରରେ ଛୋଟ ବାଦାମୀ ଦାଗ। ବଡ଼ ଧୂସର ଏବଂ ଶୁଖିଲା ପ୍ୟାଚ୍। ପ୍ୟାଚ୍ ଝଡି ଯାଏ ଏବଂ ପତ୍ରରେ ଛିଦ୍ର ସୃଷ୍ଟି କରିଥାଏ।କାଣ୍ଡ ଓ ଡାଳ ଏବଂ ମଧ୍ୟ ପ୍ରଭାବିତ ହୁଏ। ଫଳ ଉପରେ ବାଦାମୀ ଧାର ସହିତ ପାଉଁଶିଆ ଧୂସର ଦାଗ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅଙ୍ଗୁର

ଲକ୍ଷଣ

କବକ ଅଙ୍ଗୁର ଲତା, ପତ୍ର, ଡାଳ, କାଣ୍ଡ ଏବଂ ଟେଣ୍ଡ୍ରିଲ/ଆକର୍ଷୀର ସମସ୍ତ ସବୁଜ ଅଂଶକୁ ଆକ୍ରମଣ କରିଥାଏ। ତଥାପି, ନୂଆ ଦ୍ରୁତ ଭାବରେ ବଢୁଥିବା ଟିସୁ ଅଧିକ ପ୍ରଭାବିତ ହୋଇଥାଏ। ପତ୍ର ଉପର ପଟେ ଛୋଟ ବାଦାମୀ ଦାଗ ବିକଶିତ ହୁଏ। ଯେତେବେଳେ ସେମାନେ ବଢନ୍ତି, ସେମାନେ ଅନିୟମିତ ହୁଅନ୍ତି ଏବଂ ସେମାନଙ୍କର କେନ୍ଦ୍ର ଧୀରେ ଧୀରେ ଧୂସର ଏବଂ ବିଗଳିତ ହୋଇଯାଏ। ପରିଶେଷରେ, ସାଇଟ୍ରସ୍ ସବୁଜକରଣ ରୋଗର ମୃତ ଟିସୁ ଝଡିଯାଏ, ଏକ ଗୁଳିବିନ୍ଧା (ସଟ-ହୋଲ୍) ପ୍ରଭାବ ସୃଷ୍ଟି କରେ। ସମାନ ପ୍ରକାରର ଦାଗ ଏବଂ କ୍ଷତଦାଗ ଡାଳ ଏବଂ କାଣ୍ଡରେ ଦେଖାଯାଏ ଏବଂ ଏହାକୁ ଘେରି ରଖିପାରେ, ଫଳସ୍ୱରୂପ ଯାଦୁରା ଏବଂ ଡାଏବ୍ୟାକ୍ ବା ଅଙ୍ଗମାରୀ ରୋଗ ସୃଷ୍ଟି ହୁଏ। ଫଳ ଉପରେ ଛୋଟ, ଗୋଲାକାର, ବାଇଗଣୀ ଦାଗ ମଧ୍ୟ ବିକଶିତ ହୁଏ। ସେମାନେ ଧୀରେ ଧୀରେ ବିସ୍ତାର ହୋଇ ବାଦାମି ଧାର ସହିତ ଖାଲୁଆ ଏବଂ ପାଉଁଶିଆ ଧୂସର ହୋଇଯାଆନ୍ତି। ଯେହେତୁ ସେମାନେ ଚର୍ମକୁ ଆଚ୍ଛାଦନ କରନ୍ତି, ବେରୀ/ଫଳ ଶୁଖିଯାଏ ଏବଂ ଝଡି ଯାଇପାରେ କିମ୍ବା ପେନ୍ଥାରେ ଶୁଖି ଯାଇପାରେ। ପାଉଁଶିଆ ଧୂସର କେନ୍ଦ୍ର ସହିତ ନିର୍ଦ୍ଧିଷ୍ଟ ଦାଗ ଯୋଗୁଁ ଏହି ରୋଗର ସାଧାରଣ ନାମ ପକ୍ଷୀ ଆଖି ରୋଗ କୁହାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଜୀବାଣୁର ପ୍ରାଦୁର୍ଭାବ ଏଡ଼ାଇବା ପାଇଁ ବସନ୍ତର ଆରମ୍ଭରେ ତରଳ ଚୂନ ସଲଫର କିମ୍ବା କପର ସ୍ପ୍ରେର ପ୍ରୟୋଗ କରାଯାଇଛି। ନିଶ୍ଚିତ କରନ୍ତୁ ଯେ ଜୈବିକ ସେର୍ଟିଫିକସନ ପ୍ରୋଗ୍ରାମ ମଧ୍ୟରେ କବକନାଶୀ ଅନୁମତିପ୍ରାପ୍ତ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ସୁରକ୍ଷିତ କବକନାଶୀ ସ୍ପ୍ରେ ବ୍ୟବହାର ସହିତ ଉତ୍ତମ କୃଷି ପଦ୍ଧତି ଅନୁସରଣ କରାଯାଏ ତେବେ ଆନ୍ଥ୍ରାକ୍ନୋଜ୍ ନିୟନ୍ତ୍ରଣ କରାଯାଇପାରିବ। କଢ ଭାଙ୍ଗିବା ସମୟରେ ତରଳ ଚୂନ ସଲଫର କିମ୍ବା ବୋର୍ଡୋକ୍ସ ମିଶ୍ରଣର ଏକ ସ୍ପ୍ରେ ଆନ୍ଥ୍ରାକ୍ନୋଜ୍ ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିବ। ବିକାଶଶୀଳ ନୂତନ ଅଭିବୃଦ୍ଧି ଏବଂ ଫଳର ସୁରକ୍ଷା ପାଇଁ ପଞ୍ଜୀକୃତ କବକନାଶକ ହେଉଛି କ୍ୟାପଟନ୍, କ୍ଲୋରୋଥାଲୋନିଲ୍ ଏବଂ ମାନକୋଜେବ୍। ଫଳ ରଙ୍ଗ ହେବା ଆରମ୍ଭ ନହେବା ପର୍ଯ୍ୟନ୍ତ କଢ ଭାଙ୍ଗିବା ଠାରୁ 2-ସପ୍ତାହ ବ୍ୟବଧାନରେ ସ୍ପ୍ରେ କରନ୍ତୁ।

ଏହାର କାରଣ କଣ

ଏହି ଲକ୍ଷଣଗୁଡ଼ିକ ଏଲସିନୋ ଆମ୍ପେଲିନା ନାମକ କବକ ଦ୍ୱାରା ହୋଇଥାଏ। ଏହା ଡାଳ ଏବଂ ସଂକ୍ରମିତ ଅଙ୍ଗୁରଲତାର ବକଳ ଉପରେ ଥିବା କବକ ଗଠନରେ ଶୀତସୁପ୍ତି କରିଥାଏ। ବସନ୍ତ ସମୟରେ, ଏହା ସ୍ପୋରସ୍/ରେଣୁ ଉତ୍ପାଦନ କରିବା ଆରମ୍ଭ କରେ ଯାହା ବର୍ଷା ଛିଟଦ୍ଵାରା ବିସ୍ତାର ଲାଭ କରିଥାଏ। ପବନ ଏବଂ ବର୍ଷା ଛିଟ ସ୍ପୋର/ରେଣୁକୁ ଛୋଟ, ବିକାଶଶୀଳ ପତ୍ର କିମ୍ବା ଡାଳକୁ ନେଇଥାଏ। ଦୀର୍ଘକାଳୀନ ଭାବେ ଟିସୁ ଆର୍ଦ୍ରତା (12 ଘଣ୍ଟା କିମ୍ବା ଅଧିକ) ଏବଂ 2-32 ° C ରୁ ତାପମାତ୍ରା ସ୍ପୋରସ୍ ଉତ୍ପାଦନ ଏବଂ ଅଙ୍କୁରଣକୁ ସୁହାଇ ଥାଏ। ତାପମାତ୍ରା ଏବଂ ଆର୍ଦ୍ରତା ଯେତେ ଅଧିକ ହେବ, ସଂକ୍ରମଣ ସେତେ ଶୀଘ୍ର ଘଟିବ ଏବଂ ଲକ୍ଷଣଗୁଡ଼ିକ ଶୀଘ୍ର ଦେଖାଯିବ। ଥଣ୍ଡା ପାଗ କବକ ବୃଦ୍ଧିକୁ ମନ୍ଥର କରିଥାଏ। ପତ୍ର ଝଡା ଏବଂ ସିଧାସଳଖ ଫଳର କ୍ଷତି ବେରୀ/ଫଳର ଅମଳ ଏବଂ ଗୁଣ ଉପରେ ଗୁରୁତର ପ୍ରଭାବ ପକାଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଉପଯୁକ୍ତ ସୂର୍ଯ୍ୟ ଆଲୋକର ସଂସ୍ପର୍ଶ ଏବଂ ଭଲ ବାୟୁ ଚଳାଚଳ ଥିବା ସ୍ଥାନ ବାଛନ୍ତୁ। ଉପଲବ୍ଧ ଥିଲେ ଅଧିକ ସହନଶୀଳ କିସମ ବ୍ୟବହାର କରନ୍ତୁ। ଅଙ୍ଗୁରଲତା ମଧ୍ୟରେ ଅଧିକ ବ୍ୟବଧାନ ରଖିବାକୁ ନିଶ୍ଚିତ କରନ୍ତୁ। ଘରୋଇ ଅଙ୍ଗୁର କ୍ଷେତ୍ରରେ, ସଂକ୍ରମିତ ଅବଶେଷକୁ ଘୋଡାଇବା ପାଇଁ ପତ୍ର ଛାଦି କିମ୍ବା ସୂକ୍ଷ୍ମ ଗଛ ବକଳ ବ୍ୟବହାର କରନ୍ତୁ। ଅଙ୍ଗୁର କ୍ଷେତ୍ର ନିକଟରେ ଥିବା କୌଣସି ବଣୁଆ ଅଙ୍ଗୁର ଗଛକୁ କାଢି ଦିଅନ୍ତୁ। ଅଙ୍ଗୁରଲତା ଉପରେ ନଜର ରଖନ୍ତୁ ଏବଂ ରୋଗର ଚିହ୍ନ ଦେଖାଉଥିବା ଫଳ କିମ୍ବା ଗଛର ଅଂଶଗୁଡିକ ବାହାର କରିଦିଅନ୍ତୁ। ଶୀତଦିନ ଆରମ୍ଭରେ ଅଙ୍ଗୁରଲତାକୁ କାଟଛାଣ୍ଟ କରନ୍ତୁ। ଅଙ୍ଗୁରକ୍ଷେତ୍ରରୁ ଉଦ୍ଭିଦ ଅବଶିଷ୍ଟାଂଶ ବାହାର କରନ୍ତୁ। ଜମି ହଳ କରନ୍ତୁ ଏବଂ ଉଦ୍ଭିଦ ଅବଶିଷ୍ଟାଂଶ ଏବଂ ବେରୀ/ଫଳ ପୋତି ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ