ଆଖୁ

ସପୁରୀର କଳା ସଢା ରୋଗ

Ceratocystis paradoxa

ଫିମ୍ପି

5 mins to read

ସଂକ୍ଷେପରେ

  • ଅନ୍ତଃ ଟିସୂର ବିବର୍ଣତା , ଲାଲ ବାଦାମୀ କଳା ଠାରୁ କଳା ,ସପୁରୀ ଅତ୍ୟଧିକ ପାଚିବା ଭଳି ଗନ୍ଧ ବାହାରେ । କାଣ୍ଡ ଓ ଡାଳ ଧୀରେ ଧୀରେ ବିଘଟନ ହୁଏ । ଚେର ସୃଷ୍ଟି ହୋଇପାରେ ନାହି ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ

ଆଖୁ

ଲକ୍ଷଣ

ପୋକ ଦ୍ଵାରା ହୋଇଥିବା ଘା' ଦେଇ କିମ୍ବା ରୋପଣ ସାମଗ୍ରୀ ଦେଇ କବକ ପଶେ । ତାପରେ ଏହା ଦ୍ରୁତ ଗତିରେ ଅନ୍ତଃ ଟିସୁରେ ବିସ୍ତାର କରେ । ଏହା ପ୍ରଥମେ ଲାଲ ଓ ପରେ ବାଦାମି କଳା ଓ କଳାରେ ପରିଣତ ହୁଏ । ଏହି ପଚନ ପ୍ରକ୍ରିୟା ଗଛରେ ଫମ୍ପା ସୃଷ୍ଟି କରେ ଓ ସପୁରୀ ଅତ୍ୟଧିକ ପାଚିଲା ଭଳି ଗନ୍ଧ ଛଡେ । ଏହି ଗନ୍ଧ କିଛି ସପ୍ତାହ ପର୍ଯ୍ୟନ୍ତ ରହିପାରେ । ସଂକ୍ରମିତ ଗଛର ଚେର ସୃଷ୍ଟି ହୁଏ ନାହି । ପ୍ରାଥମିକ କଢ ବଢେ ନାହି , ଓ ଯଦି ବଢେ ମରିଯାଏ କିମ୍ବା ରୁଗୁଡିଆ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ଲଗାଇବା ଋତୁରେ ବିଳମ୍ବ ହେଲେ ,ଲଗାଇବା ପୂର୍ବରୁ ଆଖୁ ଖଣ୍ଡ ( ବିହନ ) କୁ 30 ମିନଟ ପାଇଁ 51 ଡିଗ୍ରୀ C ଗରମ ପାଣିରେ ଉପଚାର କରନ୍ତୁ । ଜମିରେ ଗଜା ହୋଇନଥିବା ଆଖୁ ଦେଖନ୍ତୁ ଓ ଲମ୍ବ ଭାବରେ କାଟି ରୋଗର ଲକ୍ଷଣ ( ପଚିବା ଓ ଖରାପ ଗନ୍ଧ ) ଦେଖନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କବକନାଶୀ ସହିତ ଉପଚାର ଅର୍ଥନୈତିକ ଦୃଷ୍ଟିରୁ ଅନୁକୂଳ ହୋଇନପାରେ ।

ଏହାର କାରଣ କଣ

ଲଗାଇବାର ପ୍ରଥମ ସପ୍ତାହରେ ଏହି ଅନିଷ୍ଟକାରୀ ଜୀବ ଦେଖାଯାଏ । ପବନ , ପଣି ଏବଂ ଜଳସେଚନରେ ଏହି କବକ ରେଣୁ ଦ୍ଵାରା ବିସ୍ତାର ଲାଭ କରେ । ପୋକ , ମୁଖ୍ୟତଃ ବିଟଲ , ଆଖୁ ବିହନରେ କଣା କରି ଏହି ରେଣୁ ବଣ୍ଟନ କରନ୍ତି ।ମାଟିରେ ରେଣୁ ଅତି କମରେ ଏକ ବର୍ଷ ପାଇଁ ବଞ୍ଚନ୍ତି । ସଂକ୍ରମିତ ଗଛରେ ସେମାନେ କିଛି ମାସ ବଞ୍ଚିପାରନ୍ତି । ବର୍ଷା ପରେ ପାଣି ଜମୁଥିବା ଜାଗାରେ ଏହି ରୋଗ ପ୍ରବଣତା ବଢାଏ । କବକ ବୃଦ୍ଧି ଓ ରେଣୁ ସୃଷ୍ଟି ପାଇଁ ପ୍ରାୟ 28 ଡିଗ୍ରୀ C ତାପମାତ୍ରା ଅନୁକୂଳ ଅଟେ । ଅଧିକ ଦିନ ମରୁଡି ରହିଲେ ରୋଗକାରୀ ଜୀବାଣୁ ପ୍ରବଣତା ବଢାଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିସମ ଲଗାନ୍ତୁ । ଅତି କମ ରେ 3 ଟି ଗଣ୍ଠି ଥିବା ସୁସ୍ଥ ବିହନ ସାମଗ୍ରୀ ବ୍ୟବହାର କରନ୍ତୁ । ଲଗାଇବା ପରେ ଶୀଘ୍ର ଗଜା ହେଉଥିବା କିସମ ବାଛନ୍ତୁ । ଜମିରେ ଉତ୍ତମ ନିଷ୍କାସନ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ । ପ୍ରତିକୂଳ ପାଣିପାଗ ଏଡେଇବା ପାଇଁ ରୋପଣ ସମୟ ଯୋଜନା କରନ୍ତୁ । ଅମଳ ପରେ ଜମିରେ ଥିବା ବଳକା ଅବଶେଷ ଜାଳି ନଷ୍ଟ କରିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ