ସୋୟାବିନ

ଉତ୍ତରା କାଣ୍ଡ ଯାଦୁରା

Diaporthe caulivora

ଫିମ୍ପି

5 mins to read

ସଂକ୍ଷେପରେ

  • ତଳ ଶାଖା ଓ ପତ୍ର ଦେମ୍ଫାର ମୂଳରେ ଲାଲ ବାଦାମୀ କ୍ଷତ ଚିହ୍ନ ଦେଖାଯାଏ । ଲମ୍ବାଳିଆ ଗାଢ ବାଦାମୀ ଯାଦୁରା ଚିହ୍ନ କାଣ୍ଡକୁ ଘେରି ରହିଥାଏ । ଜଳ ଓ ପୋଷଣର ବାଧାପ୍ରାପ୍ତ ପରିବହନ ପତ୍ରର ଶିରା ମଧ୍ୟ ବର୍ଣ୍ଣହୀନତା ସୃଷ୍ଟି କରେ । ପ୍ରଭାବିତ ପତ୍ରଗୁଡିକ ମାରି ଯାଆନ୍ତି , କିନ୍ତୁ କାଣ୍ଡକୁ ଲାଗି ରହନ୍ତି ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ତଳ ଶାଖା ଓ ପତ୍ର ଦେମ୍ଫାର ମୂଳରେ ଲାଲ ବାଦାମୀ କ୍ଷତ ଚିହ୍ନ ପ୍ରଥମ ଲକ୍ଷଣ ରୂପେ ଦେଖାଯାଏ । ପରେ କ୍ଷତ ଚିହ୍ନଗୁଡିକ କାଣ୍ଡର ଚାରିଆଡେ ପ୍ରସାରିତ ଭୁଆନ୍ତି ଓ ଗାଢ ବାଦାମୀ ରଙ୍ଗରେ ପରିଣତ ହୁଅନ୍ତି । କାଣ୍ଡରେ ସବୁଜ ଓ ବାଦାମୀ ତାଳିର ଏକାନ୍ତର ସରଞ୍ଚନା ଏହି ରୋଗକୁ ଚିହ୍ନିତ କରେ । କାନଦାରଭିତର ଅଂଶକୁ ଏହି ଯାଦୁରା କ୍ଷତି କରେ ଏବଂ ଜଳ ଓ ପୋଷଣ ପରିବହନରେ ବାଧାସୃଷ୍ଟି କରେ । ପତ୍ରରେ ଶିରା ମଧ୍ୟ ବର୍ଣ୍ଣହୀନତା ଦେଖାଯାଏ । ପରେ ପତ୍ର ମରିଯାଇପାରେ , କିନ୍ତୁ କାଣ୍ଡ ସହିତ ଲାଗିରହେ ।ଗଛରେ କ୍ଷତ ଚିହ୍ନର ଉପର ଅଂଶ ମରିଯାଇପାରେ ଏବଂ ଛୁଇଁ ସୃଷ୍ଟି ଅଧିକ ମାତ୍ରାରେ ପ୍ରଭାବିତ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ଜୈବିକ କବକନାଶୀ ସହିତ ଏକ ସମନ୍ଵିତ ପଦ୍ଧତି ସୁପାରିସ କରାଯାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସଂକ୍ରମଣ ନିୟନ୍ତ୍ରଣ ପାଇଁ କବକ ଉପଚାର ସାହାଯ୍ୟ କରିପାରେ , କିନ୍ତୁ ପ୍ରୟୋଗ ସମୟ ,ପରିବେଶ ପରିସ୍ଥିତି ଏବଂ ବ୍ୟବହୃତ ସାମଗ୍ରୀ ଅନୁସାରେ ଫଳାଫଳ ଅଲଗା ହୋଇପାରେ । ଯଦି ଆବଶ୍ୟକ ହୁଏ , ଅଙ୍ଗୀୟ ଓ ଲିଙ୍ଗୀୟ ବୃଦ୍ଧି ଅବସ୍ଥାରେ ମେଫେନୋକ୍ସାମ , କ୍ଳୋରୋଥାଲୋନୀଲ , ଥାୟୋଫେନେଟ-ମିଥାଇଲ କିମ୍ବା ଆଯୋକ୍ସିଷ୍ଟ୍ରୋବିନ ଥିବା ପଦାର୍ଥ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

ମୃତ୍ତିକା ବାହିତ କବକ ଡାୟାପୋର୍ଥେ ଫାଜିୟଲୋରମ ଯୋଗୁଁ ଏହି ସୋୟାବିନ କାଣ୍ଡ ଯାଦୁରା ରୋଗ ହୁଏ । ଦକ୍ଷିଣା ଏବଂ ଉତ୍ତରା କାଣ୍ଡ ଯାଦୁରା ପାଇଁ ଦୁଇଟି ଭିନ୍ନ ଭିନ୍ନ କବକ ଜାତି ଅଛି । ଏହା ଆକ୍ରାନ୍ତ ଗଛ ଅବଶେଷ କିମ୍ବା ବିହନରେ ଶୀତସୁପ୍ତି କରେ । ଏହା ଅଙ୍ଗୀୟ ବୃଦ୍ଧିର ସହଳ ଅବସ୍ଥାରେ ସ୍ସଙ୍କ୍ରମାନ କରେ , କିନ୍ତୁ ଲିଙ୍ଗୀୟ ବୃଦ୍ଧି ଅବସ୍ଥାରେ ହିଁ ଲକ୍ଷଣ ସ୍ପଷ୍ଟ ହୁଏ ।ଲଗାତର ଓଦା ଓ ବର୍ଷା ପାଣିପାଗ ପରିସ୍ଥିତି , ନିର୍ଦ୍ଦିଷ୍ଟ ରୂପରେ ଋତୁର ସହଳ ସମୟରେ , ସଂକ୍ରମଣକୁ ଅନୁକୂଳ କରେ । ଦୁର୍ବଳ ଚାଷ ପଦ୍ଧତି ମଧ୍ୟ ଏଥିପାଇଁ ଅନୁକୂଳ ହୋଇପାରେ ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିମ୍ବା ପ୍ରତିରୋଧି କିସମ ଲଗାନ୍ତୁ । ରୋଗମୁକ୍ତ ପ୍ରାମାଣିକ ଚାରା ସାମଗ୍ରୀ ବ୍ୟବହାର କରନ୍ତୁ । ଋତୁର ବିଳମ୍ବରେ ଲଗାନ୍ତୁ । ସମତୁଲ ପୋଷଣ ସହିତ ଉତ୍ତମ ମୃତ୍ତିକା ଉର୍ବରତା ରକ୍ଷା କରନ୍ତୁ । ମକା , ଗହମ , ଜୋୱାର ଭଳି ପୋଷକ ନଥିବା ଫସଲ ସହିତ ଅତି କମରେ ଦୁଇ ବର୍ଷ ପର୍ଯ୍ୟାୟ କରନ୍ତୁ । ଜମି ପାଖରେ ଅତ୍ୟଧିକ ଘାସ ବୃଦ୍ଧି ବାରଣ କରନ୍ତୁ । ଓଦା ସମୟ ଦୂରେଇବା ପାଇଁ ଯେତେ ଶୀଘ୍ର ସମ୍ଭବ ଅମଳ କରନ୍ତୁ । ମାଟି ସୌର ବିକିରଣ ସଂସ୍ପର୍ଶରେ ଆସିବା ପାଇଁ ଜମି ହଳ ବା ଚାଷ କରନ୍ତୁ । ଅମଳ ପରେ ସଂକ୍ରମିତ ଗଛ ଅବଶେଷକୁ ପୋତନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ