ଅନ୍ୟ

ଗହମର ସାଆରା ବା କଳା ରୋଗ

Tilletia tritici

ଫିମ୍ପି

5 mins to read

ସଂକ୍ଷେପରେ

  • ଗାଢ ସବୁଜ ନିକ୍ଷେପ ସହିତ ଗ୍ରିଜ ଭଳି ଶୂଳିଆ ବା ସ୍ତବକ । ଚିପିଲେ , ଦାନା କଳା ରେଣୁ କାଢେ ଯାହାକି ପଚା ମାଛ ଭଳି ଗନ୍ଧ ହୁଏ । ରୁଗୁଡିଆ ବୃଦ୍ଧି । ଫୁଲ ସ୍ତବକ ଛୋଟ ଶୁଙ୍କ ଦେଖାଇପାରେ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବାର୍ଲି
ଗହମ

ଅନ୍ୟ

ଲକ୍ଷଣ

ଫୁଲର ପରାଗସଂଗମ ପରେ ସଂକ୍ରମଣର ପ୍ରଥମ ଅବସ୍ଥା ଦେଖାଯାଏ । ସଂକ୍ରମିତ ଶୂଳିଆ ( ଫୁଲ ସ୍ତବକର ଛୋଟ ଅଂଶ ) ସବୁଜ ନିକ୍ଷେପ ସହିତ ଗ୍ରିଜ ଭଳି ଦେଖାଯାଏ । ମଞ୍ଜି ଆବରଣ ଅକ୍ଷତ ଥାଏ , କିନ୍ତୁ ଭିତରେ ଏହା କଳା ଗୁଣ୍ଡ " କଳା ଗୁଣ୍ଡ ବଲ" ଦ୍ଵାରା ସ୍ଥାନାନ୍ତରିତ ହୋଇଥାଏ । ଏହି ଦାନା ସମାନ ଆକାରର ଥାଏ କିନ୍ତୁ ସାଧାରଣତଃ ଧୂସର ବାଦାମି ରଙ୍ଗର ହୋଇଥାଏ । ଚିପିଲେ , ଦାନା କଳା ରେଣୁ କାଢେ ଯାହାକି ପଚା ମାଛ ଭଳି ଗନ୍ଧ ହୁଏ । ସଂକ୍ରମିତ ଗହମ ଗଛ ସୁସ୍ଥ ଗଛରୁ ସାମାନ୍ୟ ଛୋଟ ହୁଏ । ସେମାନଙ୍କ କେଣ୍ଡାରେ ଛୋଟ ଶୁଙ୍କ ଥାଏ ଓ ଏପରିକି ନଥାଏ । ସାଧାରଣତଃ , କେଣ୍ଡାର ସବୁ ଦାନା ପ୍ରଭାବିତ ହୁଏ , କିନ୍ତୁ ଗଛର ସବୁ କେଣ୍ଡା ପ୍ରଭାବିତ ହୋଇନପାରେ ।

Recommendations

ଜୈବିକ ନିୟନ୍ତ୍ରଣ

ଜମିକୁ ସର କଢା କ୍ଷୀର ଗୁଣ୍ଡ , ଗ୍ତାହମ ଅଟା କିମ୍ବା ସମୁଦ୍ର ଗଛ ଗୁଣ୍ଡ ପାଣିରେ ମିଶାଇ ଉପଚାର କଲେ ପ୍ରାୟ ସଂପୂର୍ଣ୍ଣ ଟି॰କାରିସ ଦୂରେଇପାରେ ।ଗରମ ପାଣି ସହିତ ( 45 ଡିଗ୍ରୀ C ) ବୁଣିବାର ଦୁଇ ଘଣ୍ଟା ପୂର୍ବରୁ ବିହନ ଉପଚାର କଲେ ରେଣୁକୁ ନଷ୍ଟ କରିପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ସଂସ୍ପର୍ଶ ଓ ଶରୀର ଚର ବା ସର୍ବାଙ୍ଗ ଭେଦି କବକନାଶୀ ( ବିକାଶ ହେଉଥିବା ଚାରା ମଧ୍ୟକୁ ଯାଏ ) ଯଥା ଟେବୁକୋନାଜୋଲ , ଫିନାଇଲ ପାଇରୋଲସ ଏବଂ ଟ୍ରାୟାଜୋଲ ଆଦି ଟି॰ କାରିସ ଠାରୁ ମଞ୍ଜିକୁ ସୁରକ୍ଷା ଦେବାରେ ଫଳପ୍ରସୂ ଅଟେ ।

ଏହାର କାରଣ କଣ

ତିଲେଟିଆ କାରିସ କବକ ଦ୍ଵାରା ଏହି ଲକ୍ଷଣ ହୁଏ , ଯାହାକି ସୁପ୍ତ ରେଣୁ ଭାବରେ ବିହନରେ ଏବଂ ମାଟିରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିପାରେ । ଯେଉଁ ଅଞ୍ଚଳରେ ମାଟିରେ ରେଣୁ ବଞ୍ଚେ , ଅଧିକାଂଶ ସଂକ୍ରମଣ ଗଛ ବୃଦ୍ଧିର ଅତି ସହଳ ଅବସ୍ଥାରେ ଅଙ୍କୁରଣର ସାମାନ୍ୟ ପରେ ଆରମ୍ଭ ହୁଏ। ଏହି କବକ ନୂଆଁ ଗହମ ପିଲକୁ ମଧ୍ୟ ମାଟିରୁ ବାହାରିବା ପୂର୍ବରୁ ସଂକ୍ରାମକ କେଶ ଦ୍ଵାରା ସଂକ୍ରମଣ କରିପାରେ । ତାପରେ ସେମାନେ ଧୀରେଧିରେ ଗଛର ଭିତର ଟିସୁରେ ବସା ବାନ୍ଧନ୍ତି , ଘଟଣାକ୍ରମେ ସ୍ତବକ ଓ ଦାନା ପାଖକୁ ଆସେ । କେତେକ କଳା ଫିମ୍ପିଯୁକ୍ତ ଗହମ ଦାନା ଅମଳ ସମୟରେ ଭାଙ୍ଗି ଖୋଲି ଯାଏ ଏବଂ ନୂଆଁ ରେଣୁ ମୁକ୍ତ କରେ ଯାହାକି ପବନ ସ୍ରୋତ ଦ୍ଵାରା ମାଟିକୁ ଯାଇ ନୂଆଁ ଚକ୍ର ଆରମ୍ଭ କରେ । ବଳକା ଦାନା ଅମଳ କରାହୁଏ ଓ ଭବିଷ୍ୟତ ସଂକ୍ରମଣ ପାଇଁ ବାହକ କାର୍ଯ୍ୟ କରେ । ରେଣୁ ଅଙ୍କୁରଣ ପାଇଁ ଅନୁକୂଳ ପରିସ୍ଥିତି ହେଉଛି 5-15 ଡିଗ୍ରୀ C ମାଟି ତାପମାତ୍ରା ।


ସୁରକ୍ଷାତ୍ମକ ଉପାୟ

  • ଯେତେବେଳେ ମାଟିର ତାପମାତ୍ରା 20 ଡିଗ୍ରୀ C ରୁ ଅଧିକ ଥାଏ ଶୀତ ଦିନିଆ ଗହମ ଶୀଘ୍ର ଲଗାଇଲେ ପ୍ରାୟ ସଂକ୍ରମଣ ହୁଏ ନାହି । ଖରାଟିଆ ଗହମ ମଧ୍ୟ ଯେତେ ସମ୍ଭବ ଡେରିରେ ଲଗାଇଲେ ମଧ୍ୟ ହୁଏନାହି । ପ୍ରତିରୋଧି କିସମ ବ୍ୟବହାର କରନ୍ତୁ ଓ ବିହନର ପ୍ରାମାଣିକତା ଯାଞ୍ଚ କରନ୍ତୁ । ତଦନୁଯାୟୀ ଫସଲ ପର୍ଯ୍ୟାୟ କରନ୍ତୁ । ଜୀବାଣୁମୁକ୍ତ କୃଷି ଯନ୍ତ୍ରପାତି ବ୍ୟବହାର କରନ୍ତୁ , ଯେତେବେଳେ ବିଭିନ୍ନ ଜମିରେ କାମ କରୁଥିବେ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ