ଜୋଆର

ଜୋଆରର ଦାନା ଆବରଣ କଳା ଗୁଣ୍ଡି ରୋଗ ( ସ୍ମଟ )

Sporisorium sorghi

ଫିମ୍ପି

5 mins to read

ସଂକ୍ଷେପରେ

  • କେଣ୍ଡା ପିଛା କେତେକ ଦାନା କୋନ୍ କିମ୍ବା ଅଣ୍ଡାକାର ଗଠନ ଦ୍ଵାରା ବିସ୍ଥାପିତ ହୋଇଥାଏ । ଧଳା ରୁ ଧୂସର କିମ୍ବା ମାଟିଆ ରଙ୍ଗର , ବେଳେବେଳେ ପଟ୍ଟୀ ଦାଗ ଥାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଜୋଆର

ଲକ୍ଷଣ

ଜୋଆର ଦାନା କୋନ୍ କିମ୍ବା ଅଣ୍ଡାକାର ରେଣୁ ସୃଷ୍ଟିକାରୀ ଗଠନ ଦ୍ଵାରା ବିସ୍ଥାପିତ ହୋଇଥାଏ ଯାହାକୁ ସ୍ମଟ ସୋରି ବୋଲି କୁହାଯାଏ । ଏହି ଅଙ୍ଗଗୁଡିକ ଏକ ଦୃଢ ଆବରଣ ଦ୍ଵାରା ଘୋଡାଇ ହୋଇ ରହିଥାଏ ଏବଂ ଏହାର ଆକାର ଅନୁସାରେ ପ୍ରାୟ 1 ସେମି ପର୍ଯ୍ୟନ୍ତ ତଷୁ ଦ୍ଵାରା ଘୋଡାଇ ହୋଇ ରହିପାରେ । ଏହି ତଷୁ ଦେଖିବାକୁ ସାଧାରଣ ତଷୁ ବର୍ଣ୍ଣର । ଅଧିକାଂଶ ସୋରି କୋନ୍ ବା ଅଣ୍ଡାକାର ଭଳି ଥାଏ ଏବଂ ଏକ ଦୀର୍ଘାକାର ଜୋଆର ମଞ୍ଜି ଭଳି ଦେଖାଯାଏ । ସୋରି ଗୁଡିକ ଧଳା ଠାରୁ ଧୂସର କିମ୍ବା ବାଦାମୀ , ବେଳେବେଳେ ପଟ୍ଟୀ ଦ୍ଵାରା ଢାଙ୍କି ହୋଇ ରହିଥାଏ । ଅଧିକାଂଶ କ୍ଷେତ୍ରରେ , କେଣ୍ଡାଗୁଡିକ କେବଳ ଆଂଶିକଭାବରେ ସ୍ମଟ ଦ୍ଵାରା ଆକ୍ରାନ୍ତ ହୋଇଥାଏ । କେତେକ କ୍ଷେତ୍ରରେ , ଶାଖା କେଣ୍ଡାଗୁଡିକ ସଂପୂର୍ଣ୍ଣ ଭାବରେ ନଷ୍ଟ ହୋଇପାରେ , ଏବଂ କେବଳ ଖଣ୍ଡ ବିଖଣ୍ଡିତ କେନ୍ଦ୍ରୀୟ ଗଠନ ସୋରି ଦ୍ଵାରା ଆବରିତ ହୋଇ ରହିଥାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗର ଉପଚାର ପାଇଁ କୌଣସି ଜୈବିକ ଉପଚାର ଉପଲବ୍ଧ ନାହିଁ । ଯଦି ଆପଣ କିଛି ଜାଣିଛନ୍ତି , ଦୟାକରି ଆମକୁ ସମ୍ପର୍କ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ରୋଗ ପ୍ରାଦୁର୍ଭାବ ଦମନ କରିବା ପାଇଁ କାର୍ବୋକ୍ସିନ ( 2ଗ୍ରାମ /1କେଜି ବିହନ ) ଦ୍ଵାରା ବିହନ ଉପଚାର ସୁପାରିସ କରାଯାଏ । ପ୍ରୋପିକୋନାଜଲ , ମାନେବ କିମ୍ବା ମାଙ୍କୋଜେବ ଥିବା ଦ୍ରବ୍ୟ ପତ୍ର ସିଞ୍ଚନ ଜମି ପରୀକ୍ଷଣ ବେଳେ ସନ୍ତୋଷଜନକ ଫଳ ଦେଇଛି ।

ଏହାର କାରଣ କଣ

ଯେତେବେଳେ ଏକ ସ୍ମଟ ବା କାଳାଗୁଣ୍ଡି ଆକ୍ରାନ୍ତ ଦାନା ଲଗାଯାଏ , ବିହନ ସହିତ ସେଥିରେ ଥିବା ରେଣୁ ଅଙ୍କୁରିତ ହୁଏ , ଚାରା ଭିତରେ ବିକାଶ ଲାଭ କରେ ଓ ରେଣୁ ଉତ୍ପାଦନ କରି ସଂକ୍ରମଣ ପ୍ରକ୍ରିୟାକୁ ଅଧିକ ଖରାପ କରେ । ଏହି ରେଣୁଗୁଡିକ ପବନ ଦ୍ଵାରା ଅନ୍ୟ ଗଛକୁ ଯାଆନ୍ତି , ଯେଉଁଠାରେ ସେଗୁଡିକ ଅଙ୍କୁରିତ ହୋଇ କବକ ବୃଦ୍ଧି ସୃଷ୍ଟି କରନ୍ତି ଯାହାକି ଗଛ ଭିତରେ ଠିକ ପ୍ରଣାଳୀରେ ବିସ୍ତାର କରେ ( ସ୍ପଷ୍ଟ ଭାବରେ ଏହାକୁ କ୍ଷତି ନକରି ) ଫୁଲ ହେବା ସମୟରେ ( କେଣ୍ଡା ବାହାରିବା ) ପ୍ରଥମ ଲକ୍ଷଣ ଦେଖାଯାଏ । ସେହି ସମୟରେ , କବକ ଗଠନ ଧୀରେ ଧୀରେ ଦନାକୁ ବିସ୍ଥାପିତ କରେ ଏବଂ ସେଗୁଡିକ ଚାରିପଟେ ଏକ ଝିଲ୍ଲୀ ବଢେ । ପରିପକ୍ଵ ସମୟରେ , ଏହି ଝିଲ୍ଲୀ ଫାଟି ନୂଆଁ ରେଣୁ ମୁକ୍ତ କରେ ଯାହାକି ଅନ୍ୟ ମଞ୍ଜି କିମ୍ବା ମାଟିକୁ ପ୍ରଦୂଷିତ କରେ । ରେଣୁ ଅଙ୍କୁରଣ ଓ ସଂକ୍ରମଣର ଅନୁକୂଳ ତାପମାତ୍ରା ହେଉଛି 30 ଡିଗ୍ରୀ C ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ , ପ୍ରତିରୋଧି କିମ୍ବା ସହନୀୟ କିସମ ଲଗାନ୍ତୁ । 15 ଡିଗ୍ରୀ C ରୁ 32 ଡିଗ୍ରୀ C ମଧ୍ୟରେ ବିହନ ଲଗାଇଲେ କବକର ଅଙ୍କୁରଣ ପ୍ରତିହତ କରିଥାଏ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ