ଅଙ୍ଗୁର

ଅଙ୍ଗୁରର ପାଉଡର ମିଲଡିଉ ରୋଗ

Erysiphe necator

ଫିମ୍ପି

5 mins to read

ସଂକ୍ଷେପରେ

  • ନୂଆ ପତ୍ରରେ, ଧାର ନିକଟରେ ହଳଦିଆ ଦାଗ ଥାଏ। ଦାଗ ଉପରେ ଧୂସରରୁ ଧଳା ପାଉଡର କବକ ବୃଦ୍ଧି ଥାଏ। ଶିରା ଏବଂ ଡାଳ ଉପରେ, ବାଦାମୀ କିମ୍ବା କଳା ପ୍ୟାଚ୍ ଦେଖାଯାଏ। ଫଳଗୁଡିକ ଗାଢ ବାଦାମୀ ବର୍ଣ୍ଣରେ ପରିଣତ ହୋଇପାରେ ଏବଂ କ୍ଷତଯୁକ୍ତ ହୋଇପାରେ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅଙ୍ଗୁର

ଲକ୍ଷଣ

ଲକ୍ଷଣର ଗମ୍ଭୀରତା ଅଙ୍ଗୁରଲତା କିସମ ଏବଂ ପରିବେଶ ପରିସ୍ଥିତି ଉପରେ ନିର୍ଭର କରେ। ସାଧାରଣତଃ ବିଗଳିତ ଦାଗଗୁଡିକ (2 ରୁ 10 ମିମି ବ୍ୟାସ) ପ୍ରଥମେ ପତ୍ରର ଉପର ପୃଷ୍ଠରେ ଦେଖାଯାଏ, ସାଧାରଣତଃ ପତ୍ରର ଧାର ନିକଟରେ ଦେଖାଯାଏ। ପାଉଁଶ-ଧୂସରରୁ ଧଳା ପାଉଡର କବକ ଅଭିବୃଦ୍ଧି ଧୀରେ ଧୀରେ ଏହି ଦାଗଗୁଡ଼ିକରେ ବିକଶିତ ହୁଏ। ଏହି ରୋଗ ଆଗକୁ ବଢିବା ସହିତ ଦାଗଗୁଡ଼ିକ ବଢିଥାଏ ଏବଂ ପରସ୍ପର ସହିତ ମିଶି ପୁରା ପତ୍ରକୁ ଘୋଡାଇ ଦେଇପାରେ, ଯାହା ଶେଷରେ ବିକୃତ, ଶୁଷ୍କ ଏବଂ ଝଡି ଯାଇପାରେ। ସଂକ୍ରମିତ ପତ୍ରର ତଳ ଭାଗରେ ଥିବା ଶିରା ଅଂଶଗୁଡ଼ିକ ବାଦାମୀ ରଙ୍ଗ ହୋଇପାରେ। ଡାଳରେ, ବାଦାମୀ କିମ୍ବା କଳା ଫିକା ପ୍ୟାଚ୍ ମଧ୍ୟ ଦେଖାଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ, ପୁଷ୍ପଗୁଚ୍ଛ ଏବଂ ବେରୀ/ଫଳ ମଧ୍ୟ ପ୍ରଭାବିତ ହୁଏ ଏବଂ ଅଙ୍ଗୁରଲତା ଏକ ବାସି ଗନ୍ଧ ନିର୍ଗତ କରେ। ସଂକ୍ରମିତ ବେରୀ/ଫଳ ଗାଢ ବାଦାମୀ ଏବଂ ଦାଗଯୁକ୍ତ କିମ୍ବା ମମି ପରି ହୋଇପାରେ। କେତେକ ଅଙ୍ଗୁରଲତା କିସମ ରେ, ଆବରଣ ଅଳ୍ପ ଏବଂ ଏହାର ଲକ୍ଷଣଗୁଡ଼ିକ ପତ୍ରର ଧୂସର କିମ୍ବା ବାଇଗଣୀ ରଙ୍ଗରେ ସୀମିତ ରହିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ସଲଫର, ଉଦ୍ୟାନ କୃଷି ତେଲ ଏବଂ ବିଭିନ୍ନ ବ୍ୟବସାୟିକ ଦ୍ରବ୍ୟ ଜୈବିକ ପ୍ରମାଣିତ ଅଙ୍ଗୁର ପାଇଁ ଗ୍ରହଣୀୟ ହୋଇଥାଏ। ଆମ୍ପେଲୋମିସେସ୍ କ୍ୱିସ୍କାଲିସ୍ ନାମକ ପରଜୀବୀ କବକ ଏରିସିଫ୍ ନେକେଟରର ଜୀବନଚକ୍ରକୁ ବାଧା ଦେଇଥିବା ଜଣା ଯାଇଛି। କେତେକ ଅଙ୍ଗୁରଲତା ଉପରେ ପାଉଡର ମିଲଡିଉ ବସତି ହ୍ରାସ କରିବାକୁ କବକ ଖାଉଥିବା ମାଇଟ୍ ଏବଂ ଭୃଙ୍ଗ ବିଷୟରେ ଜଣା ଯାଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଗଛର ସମସ୍ତ ସବୁଜ ପୃଷ୍ଠରେ ଭଲ ଭାବରେ ସିଞ୍ଚନ ଏବଂ ସମୟାନୁବର୍ତ୍ତୀ ପ୍ରୟୋଗ ଆବଶ୍ୟକ ଅଟେ। ସଲଫର/ଗନ୍ଧକ, ତେଲ, ବାଇକାର୍ବୋନେଟ୍ କିମ୍ବା ଫ୍ୟାଟି ଏସିଡ୍ ଆଧାରିତ ସୁରକ୍ଷାତ୍ମକ ପଦାର୍ଥ ପ୍ରାରମ୍ଭିକ ସଂକ୍ରମଣକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୋଇପାରେ। ମିଲଡିଉ ଚିହ୍ନଟ ହେବା ପରେଷ୍ଟ୍ରୋବିଲୁରିନ୍ ଏବଂ ଆଜୋନାଫଥାଲେନସ୍ ଆଧାରିତ ଉତ୍ପାଦ ସିଞ୍ଚନ କରାଯାଇପାରେ।

ଏହାର କାରଣ କଣ

ପାଉଡର ମିଲଡିଉ ଏରିସିଫେ ନେକେଟର ନାମକ କବକ ଦ୍ୱାରା ହୋଇଥାଏ। ସୁପ୍ତ କଢ କିମ୍ବା ବକଳ ଫାଟରେ ନିଶ୍ଚଳ କବକ ସ୍ପୋର/ରେଣୁ ଭାବରେ ଶୀତଋତୁରେ ବଞ୍ଚିଥାଏ। ବସନ୍ତ ସମୟରେ, ଏହି ସ୍ପୋରଗୁଡିକ ପବନ ଦ୍ୱାରା ନୂତନ ଗଛ/ଫସଲକୁ (ପ୍ରାଥମିକ ସଂକ୍ରମଣ) ପରିବାହିତ ହୋଇଥାଏ। ବିଭିନ୍ନ ଉଦ୍ଭିଦ ଅଂଶରେ ମିଲଡିଉ ରୋଗ ବିକଶିତ ହେବା ପରେ, ଏହା ନୂତନ ସ୍ପୋର ଉତ୍ପାଦନ ଆରମ୍ଭ କରେ ଯାହା ପବନ ଦ୍ଵାରା ବିସ୍ତାର ହୁଏ (ଦ୍ଵିତୀୟ ସଂକ୍ରମଣ)। କୁହୁଡି ଏବଂ କାକରର ଆର୍ଦ୍ରତା, ଦୀର୍ଘ ସମୟର ପତ୍ର ଓଦା କିମ୍ବା ମେଘୁଆ ପାଣିପାଗ ସ୍ପୋର ଉତ୍ପାଦନକୁ ଅନୁକୂଳ କରାଇ ଥାଏ କିନ୍ତୁ ଏହା ସଂକ୍ରମଣ ପ୍ରକ୍ରିୟା ପାଇଁ ଆବଶ୍ୟକ ନୁହେଁ (ଅନ୍ୟ କବକ ରୋଗର ବିପରୀତ)। କବକ ଚକ୍ର ମଧ୍ୟ ନିମ୍ନରୁ ମଧ୍ୟମ ବିକିରଣ ଏବଂ 6 ରୁ 33 ° C ତାପମାତ୍ରାରେ (ସର୍ବୋଚ୍ଚ 22 ରୁ 28 ° C) ଅନୁକୂଳ ହୋଇଥାଏ। 35 ° C ରୁ ଅଧିକ ତାପମାତ୍ରା, ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣ ଏବଂ ବାରମ୍ବାର ବର୍ଷା ଦ୍ଵାରା ଖୋଲା ପତ୍ର ପୃଷ୍ଠରେ ପାଉଡର ମିଲଡିଉ କମିଯାଏ।


ସୁରକ୍ଷାତ୍ମକ ଉପାୟ

  • ଉପଲବ୍ଧ ଥିଲେ ସହନଶୀଳ କିସମ ବ୍ୟବହାର କରନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ସୁବିଧା ଦେବା ପାଇଁ ଅଙ୍ଗୁର ଲତା ମଧ୍ୟରେ ଅଧିକ ବ୍ୟବଧାନ ରଖନ୍ତୁ। ବୈକଳ୍ପିକ ଭାବରେ, ଖୋଲା ପତ୍ର ସମୂହକୁ ସୁହାଉଥିବା କାଟଛାଣ୍ଟ ପଦ୍ଧତି ଚୟନ କରନ୍ତୁ। ସୂର୍ଯ୍ୟ ଆଲୋକ ସଂସ୍ପର୍ଶରେ ଆସୁଥିବା ସ୍ଥାନ ବାଛନ୍ତୁ। ରୋଗର ଲକ୍ଷଣ ପାଇଁ କ୍ଷେତ୍ରକୁ ନିୟମିତ ତଦାରଖ କରନ୍ତୁ। ଅତ୍ୟଧିକ ଅଙ୍ଗୀୟ ବୃଦ୍ଧିକୁ ଏଡାଇବା ପାଇଁ ସତର୍କତାର ସହିତ ନାଇଟ୍ରୋଜେନ୍/ଯବକ୍ଷାରଜାନ ସାର ବ୍ୟବହାର କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ