ଗହମ

ଶସ୍ୟ ଫସଲର ପାଉଁଶିଆ ରୋଗ

Blumeria graminis

ଫିମ୍ପି

5 mins to read

ସଂକ୍ଷେପରେ

  • ଧଳା ,କୋମଳ ତୁନ୍ତୁ ବୁଣା ତାଳି ପତ୍ର , କାଣ୍ଡ , ଏବଂ କେଣ୍ଡାରେ ଦେଖାଯାଏ । କେତେକ ଫସଲରେ , ତାଳି ବା ପେଚ୍ ଏହା ପରିବର୍ତ୍ତେ ବଡ , ବହଳିଆ ବ୍ରଣ ଭଳି ଦେଖାଯାଏ । ଏହି ଗୁଣ୍ଡ ଅଞ୍ଚଳ ରୋଗ ବଢିବା ସମୟରେ ଧୂସର - ତମ୍ବା ରଙ୍ଗ ହୁଏ। ଋତୁର ବିଳମ୍ବ ସମୟରେ ଧଳା ତାଳି ମଝିରେ ସ୍ପଷ୍ଟ କଳା ଦାଗ ଦେଖାଯାଇପାରେ । ଘଞ୍ଚଭାବରେ ବୁଣା ହୋଇଥିବା ଗଛ , ଅତ୍ୟଧିକ ଯବକ୍ଷାରଜାନ ଦିଆହିଥିବା ଓ କେବଳ ଗୋଟିଏ ଫସଲ ବାରମ୍ବାର କରାଯାଇଥିବା ଜମି ଏହି ରୋଗ ପାଇଁ ଅନୁକୂଳ ପରିସ୍ଥିତି ଯୋଗାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବାର୍ଲି
ଗହମ

ଗହମ

ଲକ୍ଷଣ

ଲକ୍ଷଣ ତଳ ପତ୍ରରୁ ଉପର ପତ୍ରକୁ ଯାଏ ଏବଂ ଗଛର ଯେ କୌଣସି ଅବସ୍ଥାରେ ଦେଖାଦେଇପାରେ । ଧଳା ,କୋମଳ ତୁନ୍ତୁ ବୁଣା ତାଳି ପତ୍ର , କାଣ୍ଡ , ଏବଂ କେଣ୍ଡାରେ ଦେଖାଯିବା ଦ୍ଵାରା ଏହା ଚିହ୍ନିତ ହୁଏ । ଗଛ ଟିସୁରେ ଏହି ଗୁଣ୍ଡା ଜାଗା ପୂର୍ବରୁହଳଦିଆ ପାଣ୍ଡୁର ଚିହ୍ନ ଦେଖାଯାଇଥାଏ ଯାହାକି ନିରୀକ୍ଷଣ ବେଳେ ନଦେଖିବା ଭଳି ରହିଯାଏ । କେତେକ ଫସଲରେ , ତାଳି ବା ପେଚ୍ ଏହା ପରିବର୍ତ୍ତେ ବଡ , ବହଳିଆ ବ୍ରଣ ଭଳି ଦେଖାଯାଏ । ଏହି ଗୁଣ୍ଡ ଜାଗା , କବକ ଜୀବନ ଚକ୍ର ସଂପୂର୍ଣ୍ଣ କରିବା ସମୟରେ, ଧୂସର - ତମ୍ବା ରଙ୍ଗ ହୁଏ। ଋତୁର ବିଳମ୍ବ ସମୟରେ ଧଳା ତାଳି ମଝିରେ ସ୍ପଷ୍ଟ କଳା ଦାଗ ଦେଖାଯାଇପାରେ , ଯାହାକି ଅତି ନିକଟରୁ ଜବ କାଚ ସାହାଯ୍ୟରେ ଦେଖାଯାଇପାରେ । ତଳ ଭାଗରେ , ପୁରୁଣା ପତ୍ରରେ ଚାରିପଟେ ଉଚ୍ଚ ଆର୍ଦ୍ରତା ଯୋଗୁଁ ସାଧାରଣତଃ ଖରାପ ଲକ୍ଷଣ ଦେଖାଏ। ଘଞ୍ଚଭାବରେ ବୁଣା ହୋଇଥିବା ଗଛ , ଅତ୍ୟଧିକ ଯବକ୍ଷାରଜାନ ଦିଆହିଥିବା ଓ କେବଳ ଗୋଟିଏ ଫସଲ ବାରମ୍ବାର କରାଯାଇଥିବା ଜମି ଏହି ରୋଗ ପାଇଁ ଅନୁକୂଳ ପରିସ୍ଥିତି ଯୋଗାଏ ।

Recommendations

ଜୈବିକ ନିୟନ୍ତ୍ରଣ

ପାଉଁଶିଆ ରୋଗର ଉପଚାର ଭାବରେ କ୍ଷୀର ଦ୍ରବଣ ସଫଳ ଭାବରେ ଛୋଟ ଜୈବିକ ଚାଷୀ ଓ ଉଦ୍ୟାନ ଚାଷୀ ଦ୍ଵାରା ବ୍ୟବହୃତ ହୋଇଅଛି । କ୍ଷୀର ପାଣିରେ ମିଶାଇ ( ନିର୍ଦ୍ଦିଷ୍ଟ ଭାବରେ 1:10 ) ଏବଂ ସଂକ୍ରମଣର ପ୍ରଥମ ଲକ୍ଷଣରେ ପ୍ରବଣତା ଥିବା ଗଛ ଉପରେ ନିରାକରଣ ପଦ୍ଧତି ଭାବେ ସିଂଚନ କରାଯାଏ । ଏହି ରୋଗ ଦୂର କରିବାକୁ ସାପ୍ତାହିକ ଅନ୍ତରରେ ବାରମ୍ବାର ପ୍ରୟୋଗର ଆବଶ୍ୟକତା ରହିଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଅଛି , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଡାଇଫେନୋକୋନାଜୋଲ , ତାପରେ ଫ୍ଲୁଟ୍ରିଆଫଲ , ଟ୍ରିଟିକୋନାଜୋଲ ଗହମର ଏହି ରୋଗ ଓ ଅନ୍ୟ କବକ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ବିହନ ଉପଚାର ଭାବରେ ବ୍ୟବହୃତ ହେଉଥିଲା । କବକନାଶୀ ଯଥା , ଫେନପ୍ରୋପିଡିନ , ଫେରାନିମଲ , ଟେବୁକୋନାଜୋଲ , ସାଇପ୍ରୋକୋନାଜୋଲ ଏବଂ ପ୍ରୋପିକୋନାଜୋଲ ଆଦି ଦ୍ଵାରା ଆରୋଗ୍ୟକର ରାସାୟନିକ ନିୟନ୍ତ୍ରଣ ସମ୍ଭବ ଅଟେ । ଗଛକୁ ସୁରକ୍ଷା ଦେବାକୁ ଆଉ ଏକ ଉପାୟ ହେଉଛି ସିଲିକନ କିମ୍ବା କାଲସିୟମ ସିଲିକେଟ ଭିତ୍ତିକ ଦ୍ରବଣ ଦ୍ଵାରା ଉପଚାର କରିବା ଯାହାକି ଏହି ଜୀବାଣୁ ପ୍ରତି ପ୍ରତିରୋଧକ ଶକ୍ତି ଆଣେ ।

ଏହାର କାରଣ କଣ

ଏହି ଲକ୍ଷଣ ବ୍ଲୁମେରିଆ ଗ୍ରାମିନିସ କବକ ଦ୍ଵାରା ହୋଇଥାଏ । ଏହା ଏକ ଅବିକଳ୍ପି ପରଜୀବୀ ଯାହାକି କେବଳ ଜୀବନ୍ତ ପୋଷକ ଉପରେ ବଢେ ଓ ସଂଖ୍ୟା ବୃଦ୍ଧି କରିପାରେ । ଯଦି କୌଣସି ପୋଷକ ନମିଳନ୍ତି , ଏହା ଦୁଇଟି ଋତୁ ମଧ୍ୟରେ ଜମିରେ ଥିବା ଫସଲ ଅବଶେଷରେ ସୁପ୍ତ ଭାବରେ ଥାଏ । ଶସ୍ୟ ବ୍ୟତୀତ , ଏହା ଅନେକ ଗଛରେ ବସା ବାନ୍ଧି ପାରେ, ଯାହାକୁ ଏହା ଦୁଇଟି ଋତୁ ମଧ୍ୟରେ ସେତୁ ଭଳି ବ୍ୟବହାର କରେ । ଅନୁକୂଳ ପରିସ୍ଥିତି ହେଲେ , ଏହା ବଢେ ଓ ରେଣୁ ସୃଷ୍ଟି କରେ ଯାହାକି ପରେ ସୁସ୍ଥ ଗଛକୁ ପବନ ଦ୍ଵାରା ବିସ୍ତାର ହୁଏ । ଠାରେ ପତ୍ରରେ ପଡିଲେ , ରେଣୁ ଗଜା ହୁଏ ଓ ଖାଇବା ଗଠନ ସୃଷ୍ଟି କରେ ଯାହା କବକର ବୃଦ୍ଧି ପାଇଁ ପୋଷକ କୋଷରୁ ଖାଦ୍ୟ ଗ୍ରହଣ କରେ ।ଆପେକ୍ଷିକ ଭାବରେ ଥଣ୍ଡା ଓ ଆର୍ଦ୍ର ପରିସ୍ଥିତି ( 95 % ଆର୍ଦ୍ରତା ) ଏବଂ ମେଘୁଆ ପାଗ ଏହାର ବିକାଶ ଅନୁକୂଳ କରାଏ । ଯାହାହେଲେବି , ରେଣୁର ଅଙ୍କୁରଣ ପାଇଁ ଓଦା ପତ୍ର ଆବଶ୍ୟକ ନାହିଁ ଏବଂ ପ୍ରକୃତରେ ଏହା ବାଧା ଦେଇପାରେ । ଆଦର୍ଶ ତାପମାତ୍ରା ହେଉଛି 16 ଡିଗ୍ରୀ C ରୁ 21 ଡିଗ୍ରୀ C ଏବଂ 25 ଡିଗ୍ରୀ C ରୁ ଅଧିକ ରହିଲେ ବିପଦଜନକ ଅଟେ । ଏହି ରୋଗ ପାଇଁ କୌଣସି ସଙ୍ଗରୋଧ ନିୟମ ନାହିଁ , କାରଣ ଏହା ବ୍ୟାପକ ଭାବେ ବଣ୍ଟନ ହୋଇଛି ଓ ପବନ ବାହିତ ବିସ୍ତାର ମଧ୍ୟ କରେ ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ପ୍ରତିରୋଧି କିସମ ବାଛନ୍ତୁ । ଋତୁରେ ଅତି ସହଳ ଲଗାନ୍ତୁ ନାହିଁ । ଫସଲରେ ଉତ୍ତମ ବାୟୁ ଚଳାଚଳ ପାଇଁ ବୁଣିବା ଘଞ୍ଚତା ପରିବର୍ତ୍ତନ କରନ୍ତୁ ଏବଂ ଆର୍ଦ୍ରତା କମାନ୍ତୁ ।ରୋଗର ପ୍ରଥମ ଲକ୍ଷଣ ପାଇଁ ଜମି ନିରୀକ୍ଷଣ କରନ୍ତୁ । ଯବକ୍ଷାରଜାନ ପ୍ରୟୋଗ ସତର୍କତାର ସହିତ ତଦାରଖ କରନ୍ତୁ , ଯେହେତୁ ମାଟିରେ ଏହାର ଅତ୍ୟଧିକ ପରିମାଣ ଜୀବାଣୁ ବୃଦ୍ଧିରେ ଅନୁକୂଳ ହୁଏ । ପୋଷାକ ନଥିବା ଗଛସହ ଫସଲ ପର୍ଯ୍ୟାୟ ଯୋଜନା କରନ୍ତୁ । ଏହାର ଜୀବନ ଚକ୍ର ଭାଙ୍ଗିବା ପାଇଞ୍ଜାମିରୁ ଅନାବନା ଗଛ ଓ ସାହାଯ୍ୟକାରୀ ଗଛ କାଢନ୍ତୁ । ଗଛର ପ୍ରତିରୋଧ ଶକ୍ତି ବଢାଇବା ପାଇଁ ସିଲିକନ କିମ୍ବା କାଲସିୟମ ସିଲିକେଟ ପ୍ରୟୋଗ ଦ୍ଵାରା ଉର୍ବରିକରଣ ଯୋଜନା ସଂପୂର୍ଣ୍ଣ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ