ମକା

ମକାର ବାଦାମି ଦାଗ

Physoderma maydis

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ର, କାଣ୍ଡ, ପତ୍ର ଛଦ ଓ ଚୋପା ଉପରେ ଛୋଟ ଛୋଟ ହଳଦିଆରୁ ମାଟିଆ ରଂଗର ଦାଗ ଦେଖା ଯାଇଥାଏ । ପତ୍ରର ଅଧିକ ଅଂଶରେ ରୋଗା ଟିସୂର ପଟ୍ଟୀର ଆବରଣ ଥାଏ । ମୂଖ୍ୟ ଶୀରା ସମାନ୍ତରରେ ଓ ତାର ଆଖ ପାଖ ଜାଗାରେ ଗାଢ ମାଟିଆ ଠାରୁ କଳା ରଂଗର ଦାଗ ଦେଖା ଯାଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ମକା

ଲକ୍ଷଣ

ସଂକ୍ରମଣ ଦ୍ୱାରା ପତ୍ର, କାଣ୍ଡ, ପତ୍ରଛଦ ଓ ଚୋପା ଉପରେ ଛୋଟ ଛୋଟ ହଳଦିଆରୁ ମାଟିଆ ରଂଗର ଦାଗ ଦେଖା ଯାଇଥାଏ । ରୋଗ ବଢିବା ସହ, ଦାଗ ବଡ ହୋଇ ଚାଲେ ଓ ଅଧିକ ହୋଇ ଚାଲନ୍ତି । ଏହା ପରଣାମରେ ରୋଗଗ୍ରସ୍ତ ଟିସୂର ପଟ୍ଟୀ ପତ୍ରର ଏକ ବଡ ଭାଗକୁ ଆବୃତ କରି ଦେଇଥାଏ । ଏହାର ରଂଗ ସାଧାରଣତଃ ହଳଦିଆରୁ ମାଟିଆ ରଂଗର ହୋଇଥାଏ ଓ କଳଂକ ରୋଗର ଲକ୍ଷଣ ଭଳି କିଛି ମାତ୍ରାରେ ସମାନ ଲାଗିଥାଏ । କିନ୍ତୁ କଳଂକ ରୋଗ ଭଳି ନ ହୋଇ ପି. ମେୟଡିସ୍ ଘା ଗୁଡିକ ପତ୍ରର ଓ ମୁଖ୍ୟତଃ ପତ୍ର ମୂଳର ଚାରିପଟେ ଏକ ନିର୍ଦ୍ଦିଷ୍ଟ ପଟ୍ଟୀ ଭାବରେ ଦେଖାଯାଏ । ଅନ୍ୟ ଏକ ଅନ୍ତର ହେଉଛି ମୂଖ୍ୟ ଶୀରା ସମାନ୍ତରରେ ଅତି ପାଖରେ ସ୍ପଷ୍ଟ ଗାଢ ବାଦାମିରୁ କଳା ରଂଗର ଦାଗ ଦେଖା ଯାଇଥାଏ । ରୋଗପ୍ରବଣ କିସମରେ,ମଝି ଶୀରାଟି ଏହି ଘା ଗୁଡିକ ଦ୍ୱାରା ଆବୃତ ହୋଇ ଯାଇ ଥାଇ ପାରେ ଓ ପରେ ପରେ ଚକୋଲେଟ୍ ରଂଗରୁ ମାଟିଆ ନାଲି ବା ବାଇଁଗଣୀ ରଂଗକୁ ପରିଣତ ହୋଇଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ବର୍ତ୍ତମାନ ପାଇଁ ,ପି. ମେୟଡିସ୍ ପାଇଁ କୌଣସି ଜୈବୀକ ଉପଚାର ନାହିଁ । ଯଦି ଆପଣଂକୁ ଏହି ରୋଗକୁ ମୁକାବିଲା କରିବା ପାଇଁ କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ.ଏହି ରୋଗ ହେବାରୁ ଓ ସମ୍ଭବପର ସଂକ୍ରମଣକୁ ରୋକିବା ପାଇଁ ଚାଷ ପଦ୍ଧତି ଜନିତ ନିୟନ୍ତ୍ରଣ ସବୁଠାରୁ ମହତ୍ତ୍ୱପୂର୍ଣ ଅଭ୍ୟାସ ଅଟେ.

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିରାକରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ଯୋଜନା କରିବା ଜରୁରୀ ଅଟେ । ଯେହେତୁ ଏହା ରେଣୁ ଯୋଗୁଁ ହୋଇିଥାଏ ଓ ଏହାର ପ୍ରଭାବ ଅମଳ ଉପରେ ବହୁତ କମ୍ ହୋଇଥାଏ, ପି. ମେୟଡିସ୍ ପାଇଁ କୌଣସି ରସାୟନିକ ଉପଚାର ସୁପାରିସ କରାଯାଏ ନାହି ।

ଏହାର କାରଣ କଣ

ଫିଯ଼ୋଡର୍ମା ମେୟଡିସ୍ ନାମକ ଏକ କବକ ଦ୍ୱାରା ଲକ୍ଷଣ ଗୁଡିକ ଦେଖାଦେଇଥାଏ, ଯାହାକି ଫସଲ ନଥିବା ସମୟରେ ସଂକ୍ରମିତ ଫସଲ ଅବଶେଷରେ ବା ମାଟିରେ ବଂଚୁଥାଏ(ଅନୂକୁଳ ପରସ୍ଥିତିରେ 7 ବର୍ଷ ଯାଏଁ) । ଲଗାତାର ଭାବେ ମକା ଚାଷ କରାଯାଉଥିବା ବା ଅତ୍ୟଧୀକ ଶସ୍ୟ ଅବଶେଷ ଥିବା ଜମିରେ ଏହା ସାଧାରଣ ଅଟେ, ଉଦାହରଣ ସ୍ୱରୁପ ଯେଉଁ ଜମିରେ କମ୍ ହଳ କାର୍ଯ୍ୟ କରାଯାଇଥାଏ । ସଂକ୍ରମଣ ପ୍ରଥମେ, ପତ୍ର ସମୂହରୁ ଆରମ୍ଭ ହୋଇଥାଏ, ଯେଉଁ ଠାରେ କି ବର୍ଷା ବା ଜ‌ଳସେଚନ ପରେ ପାଣି ଜମି ଥାଏ । ସେଠାରୁ, ପରବର୍ତ୍ତୀ ସଂକ୍ରମଣ ପବନ ଓ ପାଣି ଛିଟା ଦ୍ୱାରା ଅନ୍ୟ ପତ୍ର ସମୂହକୁ ବ୍ୟାପିଥାଏ । ଏହି କାରଣରୁ ଲକ୍ଷଣଗୁଡିକ ପୁରୁଣା ପତ୍ରର ମୂଳ ପାଖେ ଦେଖାଯାଏ । ଏଥି ପାଇଁ ଅନୁକୂଳତମ ଆଲୋକ ଓ ତାପମାତ୍ରା ମଧ୍ୟ ଜରୁରୀ ଥାଏ । ମୋଟାମୋଟି ଭାବରେ , ଏହି ରୋଗଟି ଏତେ ମାରାତ୍ମକ ନୁହେଁ ଓ ଏହାର ପ୍ରଭାବ ଅମଳ ଉପରେ ବହୁତ କମ୍ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ରୋଗର ଲକ୍ଷଣ ଗୁଡିକ ପାଇଁ ଜମିକୁ ନିୟମିତ ଭାବେ ପର୍ଯ୍ୟବେକ୍ଷଣ କରନ୍ତୁ । ଯେହେତୁ ଏହି କବକଟି ଫସଲ ଅବଶେଷରେ ବା ମାଟିରେ 2-7 ବର୍ଷ ଯାଏଁ ବଂଚି ରହିପାରେ, ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ । ଗଭୀର ହଳ କରି ଫସଲ ଅବଶେଷକୁ କାଢିନିଅନ୍ତୁ ଓ ଜମିଠାରୁ ଦୂରରେ ଜଳେଇ ଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ