କଦଳୀ

କଦଳୀର ବାଦାମୀ ଦାଗ ବା ଫ୍ରିକଲେ

Phyllosticta maculata

ଫିମ୍ପି

5 mins to read

ସଂକ୍ଷେପରେ

  • କଜ୍ଜଳ କଳା ,ସାଧାରଣତଃ ଛୋଟ (ବେଳେବେଳେ ବଡ ) ,ଘନ ବାଦାମୀ ଠୁ କଳା ଚିହ୍ନ ପାତ୍ର ଓ ଫଳ ଉପରେ ଥାଏ । ଚିହ୍ନ ଗୁଡିକ ଗୋଈଏ ଜାଗାରେ ଏକତ୍ର ହୁଅନ୍ତି ଓ ଡେମ୍ଫ ,ମଧ୍ୟ ଶିରା , ଅନ୍ତଃ ପତ୍ର ଏବଂ ଉପକର୍ଣରେ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ସବୁଠାରୁ ମୁଖ୍ୟ ଲକ୍ଷଣ ହେଲା ପାତ୍ର ଓ ଫଳ ଉପରେ ଘନ ବାଦାମୀ ଠୁ କଳା ଚିହ୍ନ ହେବା । ପତ୍ର ଓ ଫଳ ଚୋପା ପୃଷ୍ଠ ବାଲି କାଗଜ ଭଳି ଦେଖାଯାଏ । ଏହି ଛୋଟ ଚିହ୍ନ 1 ମି॰ମି ବ୍ୟାସ ଠାରୁ କମ ହୁଏ । ଚିହ୍ନ ଗୁଡିକ ଗୋଈଏ ଜାଗାରେ ଏକତ୍ର ହୁଅନ୍ତି ଓ ପତ୍ରରେ ,ମଧ୍ୟ ଶିରାରୁ ପାତ୍ର ଧାର ଏବଂ ବେଳେନବେଳେ ଶିରା ସମାନ୍ତରାଳ ଦେଖାଯାଏ । ବଡ ଚିହ୍ନ ଗୁଡିକ 4 ମିମି ପର୍ଯ୍ୟନ୍ତ ବ୍ୟାସବିଶିଷ୍ଟ ଏବଂ ଲମ୍ବା ଗାର ସଦୃଶ ଦେଖାଯାଏ । ବେଳେବେଳେ ବଡ ଚିହ୍ନାର କେନ୍ଦ୍ର ଫିକା ରଙ୍ଗର ହୋଇଥାଏ । ଡେମ୍ଫ ,ମଧ୍ୟ ଶିରା , ଅନ୍ତଃ ପତ୍ର ଏବଂ ଉପକର୍ଣରେ ଏହି ଚିହ୍ନ ହୁଏ । କାନ୍ଧି ବାହାରିବାର 2 ରୁ 4 ସପ୍ତାହ ପରେ ଫଳ ପ୍ରଭାବିତ ହୁଏ . । ପ୍ରତ୍ୟକ ଚିହ୍ନ ପ୍ରଥମେ ଘାନା ସବୁଜ ରଙ୍ଗ ଦ୍ଵାରା ଘେରି ହୋଇଥିବା ଲାଲି ବାଦାମୀ ଚିହ୍ନ ଓ ପାଣିଭିଜା ଟିସୂ ଭଳି ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଯେହେତୁ ସଂକ୍ରମିତ ପତ୍ର ରେଣୁର ପ୍ରାଥମିକ ଉତ୍ସ ,କଦଳୀ ଅମଳ ପରେ ଏକ ମୁଣି ଏହା ଉପରେ ରଖିଦେଲେ ଏହା ଏକ ରେଣୁ ଫଳକୁ ବିସ୍ତାର କରିବାରେ ଏକ ବାଧକ ହୋଇଥାଏ । ଫୁଲ ଅବସ୍ଥାରେ ଓ ପ୍ରାଥମିକ ଲକ୍ଷଣ ଦେଖାଦେଲେ ,ନିମ୍ବ ତେଲ (1500 ପିପିଏମ ) @ 5 ମିଲି 1 କେଜି ସର୍ଫରେ କିମ୍ବା ସଣ୍ଡୋଭିଟ 1 ମିଲି 1 ଲିଟର ପାଣିରେ ମିଶାଇ ପ୍ରତିଷେଧକ ଭାବେ ପ୍ରୟୋଗ କରାଯାଏ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା , ଜୈବିକ ଉପଚାର ସହ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ପ୍ରତି 2 ସପ୍ତାହରେ ବା ମାସକୁ ଥରେ ମାନେବ ପାତ୍ର ଓ ଫଳ ଉପରେ ସିଂଚନ କଲେ ରେଣୁ ବିସ୍ତାର କମିଯାଏ । ଫଲପେଟ , କ୍ଳୋରୋଥାଲୋନୀଳ,ମାଙ୍କୋଜେବ ଟ୍ରିଅଜୋଲ ,ପ୍ରୋପିକନାଜୋଲ ଆଦି କବକନାଶୀ 2 ସପ୍ତାହରେ ଥରେ ସିଂଚନ କଲେ ରୋଗ ବିରୋଧରେ ସୁଫଳ ମିଳିଥାଏ ।

ଏହାର କାରଣ କଣ

ଏହି ଲକ୍ଷଣ ଫିଲୋଷ୍ଟିକା ମାକୁଲାଟା ନାମକ କବକ ଯୋଗୁଁ ହୋଇଥାଏ । ଏହା କଦଳୀ ଗଛକୁ ଯେ କୌଣସି ଅବସ୍ଥାରେ ପ୍ରଭାବିତ କରିପାରେ ଏବଂ ଏକ ଓଦା ରେଣୁ ଜୀବ ଭାବେ ବିବେଚନା କରାଯାଏ ଏଥିପାଇଁ ଯେ ଏହି ରେଣୁ ବିସ୍ତାର ପାଇ ପାଣି ( ବର୍ଷ ବିନ୍ଦୁ ,ବର୍ଷା ଛାଟ ଓ କାକର ବିନ୍ଦୁ ) ଆବଶ୍ୟକ କରେ । ଏହି ରୋଗ ସଂକ୍ରମିତ ଗଛ ଅଂଶ ଓ ଫଳ ପରିବହନ ଯୋଗୁଁ ହୋଇଥାଏ । ଏହି ବାଦାମୀ ଦାଗ କବକ ଅଂଶ ରଖିଥାଏ ଯାହା ରେଣୁ ସୃଷ୍ଟି କରେ । ଏହା ଗଜା ହେଲେ ରେଣୁ ଫିଲାମେଣ୍ଟ ଉତ୍ପର୍ଣ କରିଥାଏ ଯାହା ପୋଷକ ଗଛ ମଧ୍ୟକୁ ପ୍ରବେଶ କରି କୋଷ ଭିତରେ ଓ କୋଷ ମଧ୍ୟରେ ସଂଖ୍ୟା ବୃଦ୍ଧି କରିଥାଏ ଓ ଗଛ ଟିସୁରେ ନୂଆ କ୍ଷତ ସୃଷ୍ଟି କରେ । ଉଷୁମ ଆର୍ଦ୍ର ପାଗରେ ଉଷୁମାୟନ ସମୟ ( incubation ) ପ୍ରାୟ 20 ଦିନ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ରୋଗର ଲକ୍ଷଣ ଦେଖିବା ପାଇଁ ନିୟମିତ ବଗିଚା ନିରୀକ୍ଷଣ କରନ୍ତୁ । ସଂକ୍ରମିତ ଗଛ ଅଂଶ କାଟି ବଗିଚାଠୁ ଦୂରରେ ନଷ୍ଟ କରିଦିଅନ୍ତୁ । ରୋଗକାରୀ ଜୀବାଣୁମୁକ୍ତ କ୍ଷେତରେ ଗଛ ଲଗାନ୍ତୁ । ଯନ୍ତ୍ରପାତି ,ବିହନ ଓ ମାଟିର ଉପଯୁକ୍ତ ସଫାସୁତରା ରଖନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ