ଧାନ

ଧାନର ଷ୍ଟକବର୍ନ

Alternaria padwickii

ଫିମ୍ପି

5 mins to read

ସଂକ୍ଷେପରେ

  • ଗାଢ ବାଦାମୀ ଧାର ସହିତ ଗୋଲାକାର ଏବଂ ଅଣ୍ଡାକାର ଦାଗ। ଦାନା ଶୁକୁଟା ଏବଂ ଭଙ୍ଗୁରପ୍ରବଣ ହୋଇଥାଏ। ସଂପୂର୍ଣ୍ଣ ଗଛ ଏକ ତଳି ପୋଡା ଏବଂ ସଢା ଦେଖାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଧାନ

ଲକ୍ଷଣ

ଲକ୍ଷଣ ପତ୍ର ଏବଂ ପକ୍ଵ ଦାନା ଉପରେ ଦେଖାଯାଏ। ଚେର କିମ୍ବା ସହଳ ପତ୍ର ଉପରେ ଛୋଟ ଗାଢ କ୍ଷତ ଚିହ୍ନ ଦେଖାଯାଏ। କ୍ଷତ ଚିହ୍ନ ଉପରକୁ ଥିବା ଗଛ ର ଅଂଶ ପୋଡିବା ଭଳି ହୋଇଯାଏ ଓ ମରିଯାଇପାରେ। ପତ୍ରରେ ଗାଢ ମାଟିଆ ଧାର ସହିତ ଗୋଲାକାର ଏବଂ ଅଣ୍ଡାକାର ଦାଗ (3 - 10 ମିମି ବ୍ୟାସ ବିଶିଷ୍ଟ) ଦେଖାଯାଏ। ବଡ ଦାଗର କେନ୍ଦ୍ରରେ ଅନେକ ଫିକା ମାଟିଆ କିମ୍ବା ଧଳା ଦାଗ ଦେଖାଯାଏ। ଦାନା ଶୁକୁଟା ଓ ଭଙ୍ଗୁରପ୍ରବଣ ହୋଇଯାଇ ପାରେ। ସାଧାରଣତଃ ସଂକ୍ରମିତ ଦାନା ଗାଢ ବର୍ଣ୍ଣ, ଚକଖଡି, ଭଙ୍ଗୁରପ୍ରବଣ ଏବଂ ଶୁକୁଟା ହୋଇଥାଏ ଏବଂ ଜୀବନ କ୍ଷମତା କମାଇ ଥାଏ। ଚଷୁରେ ଲାଲ ମାଟିଆ ଦାଗ ଦେଖାଯାଏ। ଦାନା ଶୁକୁଟା ଏବଂ ଭଙ୍ଗୁରପ୍ରବଣ ହୋଇପାରେ।

Recommendations

ଜୈବିକ ନିୟନ୍ତ୍ରଣ

ଥିରାମ, କେପଟେନ କିମ୍ବା ମାଙ୍କୋଜେବ ଦ୍ଵାରା 2 ଗ୍ରାମ/ କେଜି ହାରରେ ବିହନ ଉପଚାର କରନ୍ତୁ। ଜୀବାଣୁ ନାଶ ଏବଂ ଉତ୍ତମ ଅଙ୍କୁରଣ ପାଇଁ ବିହନକୁ 54°C ଉଷ୍ଣ ଜଳରେ 15 ମିନିଟ ପାଇଁ ଉପଚାର କରନ୍ତୁ। ଜମିରେ ଥିବା ନଡା ଏବଂ ଖୁଣ୍ଟକୁ ଜାଳି ଦିଅନ୍ତୁ। ଧାନ ଗଛ ମୂଳ ଅଞ୍ଚଳରେ ରହୁଥିବା ବାକ୍ଟେରିଆ ସିଡୋମୋନାଶ ଫ୍ଲୋରେସେନ୍ସ ଗୁଣ୍ଡ କେଜି ପିଛା 5 ଏବଂ 10 ଗ୍ରାମ ହାରରେ ପ୍ରୟୋଗ କରନ୍ତୁ

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଯଦି ମିଳେ, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଦାନାର ବର୍ଣ୍ଣହୀନତା କମାଇବା ପାଇଁ କ୍ଳୋରୋଥାଲୋନିଲ, ମାଙ୍କୋଜେବ, କାରବୋକସିନ, ପଲିଅକଶିନ ଏବଂ ଆଇପ୍ରୋବେନଫାସ ଭଳି କବକନାଶକ ବ୍ୟବହାର କରନ୍ତୁ।

ଏହାର କାରଣ କଣ

ଅଲିଙ୍ଗୀୟ ଭାବରେ ପ୍ରଜନନ କରି ଧାନ ଦାନାକୁ ସଂକ୍ରମିତ କରୁଥିବା ଟ୍ରିଚୋକୋନିଏଲା ପାଡୱିକି (T. Padwickii) ନାମକ ବିହନ ବାହିତ କବକ ଦ୍ଵାରା ଏହି ରୋଗ ସୃଷ୍ଟି ହୋଇଥାଏ। ମଞ୍ଜି ବର୍ଣ୍ଣହୀନତା, ମଞ୍ଜି ସଢା ଏବଂ ଚାରା ପୋଡା ପାଇଁ ଏହା ଦାୟୀ ଅଟେ। ଏହାର ପ୍ରାଦୁର୍ଭାବ ପ୍ରାଥମିକ ଭାବରେ କ୍ରାନ୍ତୀୟ ଅଞ୍ଚଳରେ ହୋଇଥିବା ଲିପିବଦ୍ଧ ହୋଇଅଛି। କବକର ବୃଦ୍ଧି ପାଇଁ ଆର୍ଦ୍ରତା ଏବଂ ଉଚ୍ଚ ତାପମାତ୍ରା ଅନୁକୂଳ ଅଟେ। ମାଟିରେ ଏବଂ ଗଛ ଅବଶେଷରେ କବକ ବଞ୍ଚି ରହିପାରେ।


ସୁରକ୍ଷାତ୍ମକ ଉପାୟ

  • ରୋଗମୁକ୍ତ ବିହନ ଲଗାନ୍ତୁ। ଧାଡିରୁ ଧାଡି ମଧ୍ୟରେ ବ୍ୟବଧାନ (15, 20 ଏବଂ 25 ସେମି ଚଉଡା) ପାଳନ କରନ୍ତୁ। ନୂଆ ଅଞ୍ଚଳକୁ ଏହି ବିହନ ବାହିତ ରୋଗ ଆସିବା ନିରାକରଣ ପାଇଁ କିମ୍ବା ବର୍ତ୍ତମାନ ସଂକ୍ରମିତ ଥିବା ଅଞ୍ଚଳରେ ଏହାର ବୃଦ୍ଧି କମାଇବା ପାଇଁ କେବଳ ପରୀକ୍ଷିତ ଏବଂ ପ୍ରାମାଣିକ ଧାନ ବିହନ ବ୍ୟବହାର କରନ୍ତୁ। ପରବର୍ତ୍ତୀ ଋତୁରେ ସଂକ୍ରମଣ କମାଇବା ପାଇଁ ଖୁଣ୍ଟା ଜାଳି ଦିଅନ୍ତୁ। ସଂକ୍ରମଣର ପରବର୍ତ୍ତୀ ବିକାଶ କମାଇବା ପାଇଁ ସାଇତି ରଖିବା ପୂର୍ବରୁ ଦାନାକୁ ଭଲ ଭାବରେ ଶୁଖାନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ