ସୋୟାବିନ

ସୋୟାବିନର ପତ୍ର ଭଳି ପାଉଁଶିଆ ରୋଗ

Peronospora manshurica

ଫିମ୍ପି

5 mins to read

ସଂକ୍ଷେପରେ

  • ପତ୍ରର ଉପର ପଟେ ଛୋଟ ଫିକା ଚିହ୍ନ ଥାଏ । ପୁରୁଣା କ୍ଷତ ଚିହ୍ନଗୁଡିକ ଉଜ୍ଜଳ ବଳୟ ସହିତ ବାଦାମୀରେ ପରିଣତ ହୁଅନ୍ତି । ପତ୍ରର ତଳ ପଟେ ଧୂସର ରୁମ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ସୋୟାବିନ

ଲକ୍ଷଣ

ଏହି ପାଉଁଶିଆ ରୋଗର ସହଳ ଲକ୍ଷଣ ନୂଆଁ ଗଛରେ ଦେଖାଯାଏ , କିନ୍ତୁ ବିଳମ୍ବ ଅଙ୍ଗୀୟ ବୃଦ୍ଧି କିମ୍ବା ସହଳ ଲିଙ୍ଗୀୟ ବୃଦ୍ଧି ଅବସ୍ଥା ପର୍ଯ୍ୟନ୍ତ ଏହା ଜମିରେ ବିକଶିତ ହୋଇନଥାଏ ।ପ୍ରାରମ୍ଭରେ ପତ୍ରର ଉପର ପଟେ ଛୋଟ , ଅନିୟମିତ , ଈଷତ ହଳଦିଆ ଚିହ୍ନ ଦେଖାଯାଏ । ପରେ ,ସେମାନେ ହଳଦିଆ ଧାର ସହିତ ଧୂସର ବାଦାମୀ ରଙ୍ଗ ହୁଅନ୍ତି । ପତ୍ର ତଳ ପଟେ ଜୀବାଣୁର ଉପସ୍ଥିତି ଯୋଗୁଁ ଧୂସର ରୁମ ଭଳି ଦେଖାଯାଏ । ପତ୍ର ସମୂହ ସାରା ନିମ୍ନ ଭାଗରେ ଲକ୍ଷଣ ବାରମ୍ବାର ଦେଖାଯାଏ । ଯେତେବେଳେ ଛୁଇଁ ସଂକ୍ରମିତ ହୁଏ , ଛୁଇଁ ଭିତରେ କବକ ବୃଦ୍ଧିର ଖୋଳପା ଭଳି ପଦାର୍ଥ ଦେଖାଯାଏ । ସଂକ୍ରମିତ ମଞ୍ଜି ମୃଦୁ ଧଳା ଦେଖାଯାଏ ଏବଂ ଆଂଶିକ ରୂପରେ କିମ୍ବା ସଂପୂର୍ଣ୍ଣ ରୂପରେ କବକ ଖୋଳପା ଦ୍ଵାରା ଆବୃତ ହୋଇଥାଏ । କ୍ଷତ ଚିହ୍ନର ଆକୃତି ଓ ଆକାର ପତ୍ର ବୟସ ଉପରେ ନିର୍ଭର କରେ । ପୁରୁଣା କ୍ଷତ ଚିହ୍ନଗୁଡିକ ହଳଦିଆ କିମ୍ବା ସବୁଜ ଧାର ସହିତ ଧୂସର ବାଦାମୀ ଠାରୁ ଗାଢ ବାଦାମୀ ରଙ୍ଗରେ ପରିଣତ ହୁଏ । ଅତିମାତ୍ରାରେ ସଂକ୍ରମିତ ପତ୍ର ହଳଦିଆ ଠାରୁ ବାଦାମୀ ରଙ୍ଗରେ ପରିଣତ ହୁଏ ଏବଂ ଅକାଳରେ ଝଡି ପଡେ ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ,ଏହି ଜୀବାଣୁ ପାଇଁ ଆମେ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ବିଷୟରେ ଜାଣି ନାହୁଁ । ଯଦି ଆପଣ ଏହି ରୋଗ କମ କରିବା ପାଇଁ କିମ୍ବା ଲକ୍ଷଣ ମାତ୍ରା କମାଇବା ପାଇଁ କିଛି ସଫଳ ପଦ୍ଧତି ଜାଣିଛନ୍ତି , ଦୟାକରି ଆମକୁ ସମ୍ପର୍କ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ମାଙ୍କୋଜେବ , ମାନେବ କିମ୍ବା ଜିନେବ ସହିତ ମେଟାଲାକସିଲ , ଅକ୍ସାଡିକସିଲ ଭଳି କବକନାଶୀ ବିହନ ଉପଚାର ପାଇଁ ପ୍ରୟୋଗ କରନ୍ତୁ ।

ଏହାର କାରଣ କଣ

କବକ ଭଳି ଜୀବାଣୁ ,ପେରୋନୋସ୍ପୋରା ମାଂସୁରିକା , ଯୋଗୁଁ ପତ୍ର ଭଳି ପାଉଁଶିଆ ରୋଗ ହୁଏ । ପତ୍ର ଅବଶେଷ ଓ ବେଳେବେଳେ ବିହନରେ ଏହି ଜୀବାଣୁ ମୋଟା ପ୍ରାଚୀର ଥିବା ବିଶ୍ରାମୀ ରେଣୁ ଆକାରରେ ଶୀତସୁପ୍ତି କରେ । ଫୁଲ ଫୁଟିବା ଆରମ୍ଭ ହେବା ପରେ ଏହି ରୋଗ ସାଧାରଣତଃ ହୁଏ । ନୂଆଁ ପତ୍ରଗୁଡ଼ିକ ଅଧିକ ରୋଗପ୍ରବଣ ଅଟେ ଏବଂ ସଂକ୍ରମିତ ପତ୍ରଗୁଡିକ ବେଳେବେଳେ ଗଛର ଅଗରେ ଦେଖାଯାଏ । ପୁରୁଣା ଗଛରେ କ୍ଷତଚିହ୍ନଗୁଡିକର ସଂଖ୍ୟା ବଢିଥାଏ ଏବଂ ପୁରୁଣା ପତ୍ରରେ ଏହାର ଆକାର କମିଥାଏ । ମଧ୍ୟମ ତାପମାତ୍ରା ( 20-22 ଡିଗ୍ରୀ C ) ଏବଂ ଉଚ୍ଚ ଆର୍ଦ୍ରତା ଏହି ରୋଗକୁ ଅନୁକୂଳ କରେ । ପତ୍ର ଅବଶେଷ ଓ ବେଳେବେଳେ ବିହନରେ ଏହି ଜୀବାଣୁ ମୋଟା ପ୍ରାଚୀର ଥିବା ବିଶ୍ରାମୀ ରେଣୁ (ଅଣ୍ଡ ରେଣୁ )ଆକାରରେ ଶୀତସୁପ୍ତି କରେ । ଏହି ରୋଗର ବିକାଶ ପ୍ରାୟତଃ ଜଳବାଯୁ ଉପରେ ନିର୍ଭର କରେ । ଯେତେବେଳେ ଆର୍ଦ୍ରତା କମିଯାଏ ଏହି ଜୀବାଣୁ ପୀଡିତ ହୁଏ ଓ ଭବିଷ୍ୟତ ରୋଗ ବିସ୍ତାର ଦୂରେଇ ହୁଏ । ଉଚ୍ଚ ଆର୍ଦ୍ରତା ଓ ଲଗାତର ବର୍ଷାପାତରେ ଏହି ଜୀବାଣୁ ବିକାଶ କରିବା ଆରମ୍ଭ କରେ ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପାଇଁ ଉପଲବ୍ଧ ଥିବା ପ୍ରତିରୋଧି କିସମର ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ । ଘଞ୍ଚ ରୋପଣ କିମ୍ବା ଅତ୍ୟଧିକ ସାର ପ୍ରୟୋଗ ବାରଣ କରନ୍ତୁ । ପତ୍ରଭଳି ପାଉଁଶିଆ ରୋଗ କମିଯାଇପାରେ , ଯଦି ଅତି କମରେ ଏକ ବର୍ଷ ପାଇଁ ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରାଯାଏ । ପରବର୍ତ୍ତୀ ବର୍ଷରେ ଏହି ରୋଗ କମାଇବା ପାଇଁ ସଂକ୍ରମିତ ଫସଲ ଅବଶେଷ ପୋତିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ