କପା

କପା ର କଳଙ୍କି ରୋଗ

Phakopsora gossypii

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ ଉଜ୍ଜ୍ୱଳ ହଳଦିଆ କିମ୍ବା ନାରଙ୍ଗୀ ବଥ ପତ୍ରର ଉପର ପଟେ ଦେଖା ଦେଇ ଥାଏ.
  • ସମାନ ରଙ୍ଗ କିନ୍ତୁ ଟିକେ ବଡ଼ ଏବଂ ବନ୍ଧୁର ବଥ ପତ୍ରର ତଳ ପଟେ ଥାଏ.
  • ରୂପାନ୍ତରିତ ପତ୍ର ଏବଂ ବକରା ରେ ମଧ୍ୟ ଦେଖାଦେଇଥାଏ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କପା

ଲକ୍ଷଣ

ଉଷ୍ଣଦେଶୀୟ କଳଙ୍କି ରୋଗର ପ୍ରଥମ ଲକ୍ଷଣ ପ୍ରଥମେ ପୁରୁଣା ପତ୍ର ରେ ଦେଖାଦେଇଥାଏ. ପ୍ରାୟତଃ ସେଗୁଡିକ ଛୋଟ ଛୋଟ ଉଜ୍ଜ୍ୱଳ ହଳଦିଆ ରୁ ନାରଙ୍ଗୀ ରଙ୍ଗର ଘା ପରି ପତ୍ରର ଉପର ପଟେ ଦେଖା ଦେଇଥାଏ. ତଳେ ପଟେ ସେଇ ପ୍ରକାର ଦାଗ କିନ୍ତୁ ଟିକେ ବଡ଼ ଓ ବନ୍ଧୁର ଭଳି ଦେଖା ଦେଇଥାଏ. ଏହି ରୋଗ ବଢି ବଢି ଚାଲିଲେ ଏଗୁଡ଼ାକ ବଡ ବଡ ଇସତ ବାଦାମୀ କବକଜନିତ ବଥ ପରି ଦେଖାଯାନ୍ତି ଯାହାର ଚାରିପାଖରେ ହଳଦିଆ ଅଂଶ ଥାଏ. ଏହି ବଥ ଫାଟି ଯେତେବେଳେ କବକର ରେଣୁ ସବୁ ବାହାରି ଥାଏ ସେଗୁଡାକ ମିଶିଯାଇ ଅସମ ଆକାରର ଗାଢ଼ ବାଦାମୀ ରଙ୍ଗର ଦାଗ ହୋଇଯାଏ. କାଣ୍ଡ ଏବଂ ଡେମ୍ଫରେ ମଧ୍ୟ ଏହି ବଥ ଦେଖାଯାଏ ଯାହା ସାଧାରଣତଃ ଲମ୍ବାଳିଆ ହୋଇଥାଏ ଏବଂ ଉଠି ନଥାଏ. ଗଛ ସବୁ ଅପରିପକ୍ଵ ଅବସ୍ଥାରେ ପତ୍ର ଝଡା ଦେଇଥାନ୍ତି ଯଦ୍ୱାରା ବକରା ର ଆକାର ଛୋଟ ଛୋଟ ହୋଇଥାଏ.

Recommendations

ଜୈବିକ ନିୟନ୍ତ୍ରଣ

ଅନ୍ୟ କଳଙ୍କି ରୋଗ ର ସଂକ୍ରମଣ କ୍ଷମତା ଓ ସଂକ୍ରମଣର ପ୍ରତିକାର ପାଇଁ କୋରିମ୍ବିଆ ସାଇଟ୍ରିଓଡୋରିଆ (Corymbia Citriodoria) ଥିବା ଗନ୍ଧ ତେଲର 1%, କାଇମ୍ବୋପୋଗୋନ୍ ନାର୍ଡସ୍ (Cymbopogon Nardus) ର ଗନ୍ଧ ତେଲ 0.5% ଏବଂ ଥାଏମସ୍ ଭଲଗାରିସ୍ (Thymus vulgaris) ର ଗନ୍ଧ ତେଲ 0.3% ବ୍ୟବହାର କରା ଯାଇଥାଏ.

ରାସାୟନିକ ନିୟନ୍ତ୍ରଣ

ରୋଗର ପ୍ରତିକାର ସବୁବେଳେ ସମନ୍ବିତ ଉପାୟ ରେ କରିବା ଦରକାର, ଏଥିପାଇଁ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହ ନିବାରଣ ଉପାୟକୁ ମଧ୍ୟ ଧ୍ୟାନ ଦେବା ଦରକାର. ସଠିକ କବକନାଶକ ର ଚୟନ ତଥା ଠିକ ସମୟରେ ଏହାର ପ୍ରୟୋଗ ବହୁତ ମହତ୍ୱପୂର୍ଣ୍ଣ ଅଟେ. ଉତ୍ପାଦନ କ୍ଷତି କୁ କମ କରିବା ପାଇଁ ହେକ୍ସାକୋନାଯ଼ୋଲ୍ (Hexaconazole) ଏବଂ ପ୍ରୋପିକୋନାଯ଼ୋଲ୍ (Propiconazole) (1-2 ମିଲି ପ୍ରତି ଲିଟର ପାଣି ) ଗଛ ଲଗାଇବାର 75 ଦିନ ପରେ 15 ଦିନ ବ୍ୟବଧାନରେ 120 ଦିନ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ. ଗ୍ରାମା ଘାସରୁ କବକ ଅଣୁ ମାଡ଼ିବ ପୂର୍ବରୁ ମ୍ୟାଂକୋଯେବ୍ (Mancozeb) 0.25% ସିଞ୍ଚନ କରନ୍ତୁ.

ଏହାର କାରଣ କଣ

ଫାକୋପ୍ସୋରା ଗୋସିପି (Phakopsora Gossypii) ନାମକ ଏକ କବକ ଦ୍ୱାରା ହୋଇଥାଏ କପା ର କଳଙ୍କି ରୋଗ ହୋଇଥାଏ ଯାହାକି ଏକ ମାରାତ୍ମକ ରୋଗ ଅଟେ. ଏହା ବିହନ କିମ୍ବା ମାଟି ଜନିତ ହୋଇ ନଥାଏ ଏବଂ ସବୁଜ ଜୀବନ୍ତ ଟିସୁ ରେ ହିଁ ବଞ୍ଚିପାରେ ତେଣୁ ଏହାକୁ ଆବଶ୍ୟକ କରିଥାଏ. ଫସଲ ସମୟରେ ବଥ ରୁ ବାହାରିଥିବା ଏହାର ରେଣୁ ଜମି ଜମିରେ ଥିବା ଗ୍ରାମା ଘାସକୁ (Bouteloua spp.) ସଂକ୍ରମିତ ହୋଇଥାଏ ଯାହା ପତ୍ରରେ ଲମ୍ବାଳିଆ ବାଦାମୀ କିମ୍ବା କଳା ରଙ୍ଗର ଦାଗ ସୃଷ୍ଟି କରିଥାଏ. ପରବର୍ତୀ ସିଜନ ର ଆରମ୍ଭରେ ଏହି ଘାସରୁ ଜନ୍ମିତ ରେଣୁ ସବୁ କପା ଗଛକୁ ସଂକ୍ରମଣ କରି ଜୀବନ ଚକ୍ର ପୂର୍ଣ୍ଣ କରିଥାଏ. ଏହି ରେଣୁ ଗଛର କୌଣସି କଣା କିମ୍ବା ଘା ରେ ନ ଯାଇ ସିଧା ସଳଖ କୋଷିକାରେ ପ୍ରବେଶ କରିଥାଏ. ଅତ୍ୟଧିକ ଆର୍ଦ୍ରତା, ଓଦା ପତ୍ର ଏବଂ ମଧ୍ୟମରୁ ଅଧିକ ତାପମାନ ଏହି ରୋଗ ପାଇଁ ଅନୁକୂଳ ପରିବେଶ ହୋଇଥାଏ.


ସୁରକ୍ଷାତ୍ମକ ଉପାୟ

  • ଶୀଘ୍ର ଗଛ ଲଗାନ୍ତୁ ଏବଂ ଯଦି ସମ୍ଭବ ହୁଏ ଶୀଘ୍ର ପାଚୁଥିବା କିସମ ଚୟନ କରନ୍ତୁ.
  • ନହେଲେ ଡ଼େରିରେ ଗଛ ଲଗାନ୍ତୁ ଯଦ୍ୱାରା ଶୁଖିଲା ପାଗର ଫାଇଦା ନେଇହେବ.
  • ଧାଡି ମଧ୍ୟରେ ବ୍ୟବଧାନ ଅଧିକ ରଖିଲେ ଗଛସବୁ ଶୀଘ୍ର ଶୁଖି ପାରିବ.
  • ନିୟମିତ ଭାବେ ନିରୀକ୍ଷଣ କରନ୍ତୁ ଏବଂ ଅନ୍ୟ ଗଛ ଯେଉଁଥିରେ ଏହି ରୋଗ ହୋଇଥାଏ ତାକୁ ବାହାର କରି ଦିଅନ୍ତୁ, ବିଶେଷତଃ ଗ୍ରାମା (Gramma) ଘାସ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ