ଟମାଟ

ଫୂଜାରିଆମ କାଣ୍ଡ ସଢା ବା ପଚା ରୋଗ

Fusarium solani

ଫିମ୍ପି

5 mins to read

ସଂକ୍ଷେପରେ

  • ଶିରା ପ୍ରଶିରା ସ୍ପଷ୍ଟ ଜଣାପଡେ । ପତ୍ର ପାଣ୍ଡୁର ହୁଏ । ପରିବାହୀ ଟିସୂ ବାଦାମି ହୁଏ ଓ ରୁଗୁଡିଆ ବୃଦ୍ଧି ହୁଏ ।.

ମଧ୍ୟ ଦେଖା ଯାଇପାରେ

4 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଶିରା ପ୍ରଶିରା ସ୍ପଷ୍ଟ ଜଣାପଡିବା ଓ ପତ୍ର ପାଣ୍ଡୁର ହେବା ରୋଗର ପ୍ରାରମ୍ଭିକ ଲକ୍ଷଣ ଅଟେ । ନୂଆ ଗଛରେ ସ୍ପଷ୍ଟ ପ୍ରଶିରା ଓ ପରେ ଡେମ୍ଫ ଢଳିବା ରୋଗର ଲକ୍ଷଣ ଅଟେ । ପ୍ରଥମେ ପୁରୁଣା ପତ୍ର ହଳଦିଆ ହୁଏ । । ଏହି ପତ୍ର ଝାଉଂଳେ ଓ ଶୁଖିଯାଏ ଏବଂ ଘଟଣାକ୍ରମେ ଅନ୍ୟ ପତ୍ରକୁ ସଂକ୍ରମଣ କରେ । ବିଳମ୍ବ ଅବସ୍ଥାରେ ପରିବାହୀ ଟିସୂ ବାଦାମୀ ହୁଏ । ତଳ ପତ୍ର ଏବଂ ପରେ ଅନ୍ୟ ସବୁ ପତ୍ର ଝଡିଯାଏ । ଗଛ ରୁଗୁଡିଆ ହୁଏ ଓ ମରିଯାଏ । କୋମଳ , ଗାଢ ବାଦାମି କିମ୍ବା କଳା ଯାଦୁରା ଚିହ୍ନ କାଣ୍ଡ , ଗଣ୍ଠି ଓ ଆଘାତ ସ୍ଥାନରେ କାଣ୍ଡକୁ ଘେରି ରହିଥିବା ଦେଖାଯାଏ । ଏହି କ୍ଷତ ଚିହ୍ନ କବକର ଫିକା କମଳା ରଙ୍ଗର ଅତି ଛୋଟ , ଫ୍ଲାସ୍କ ଆକାରର ଫଳନ ଗଠନ 9 fruiting structure )ସୃଷ୍ଟି କରେ । ଗଛ ଉପରେ ଧଳା ତୁଳା ଭଳି ବୃଦ୍ଧି ହୋଇପାରେ । ଯେତେବେଳେ ସଂକ୍ରମିତ ହୁଏ ଚେର ଗାଢ ବାଦାମି , କୋମଳ ଏବଂ ପାଣି ଭିଜା ଭଳି ହୁଏ । ଲଙ୍କା ଫଳ କଳା , ପାଣିଭିଜା ଚିହ୍ନ ସୃଷ୍ଟି କରେ ଓ ବୃନ୍ତମଣ୍ଡଳ( calyx ) ଠାରୁ ଆରମ୍ଭ ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ବୀଜାଣୁ ଓ ଫୁସାରିଆମ ଅକ୍ସିସ୍ପୋରମ ର ରୋଗ ସୃଷ୍ଟି ନ କରିବା ପ୍ରଜାତି ସହିତ ଆଉ କିଛି ଜୈବିକ ନିୟନ୍ତ୍ରଣ ଏଜେଣ୍ଟ (ଯେଉଁମାନେ ରୋଗକାରୀ ଜୀବାଣୁ ସହିତ ପ୍ରତିଦ୍ୱନ୍ଦିତା କରନ୍ତି ) ଫୂଜାରିଆମ ଝାଉଂଳା ନିୟନ୍ତ୍ରଣ କରିବା ବ୍ଯବହ୍ରୁତ ହେଉଛନ୍ତି । ଟ୍ରାଇକୋଡେର୍ମା ଭିରିଡେ @ 1% WP କିମ୍ବା @ 5 % SC ମଧ୍ୟ ବିହନ ଉପଚାର( 10 ଗ୍ରାମ / କେଜି ବିହନ ) ପାଇଁ ବ୍ୟବହାର କରାଯାଏ ।ବେଶୀଲସ ସବଟିଲିସ , ସୁଡୋମୋନସ ଫ୍ଲୋରେସେନ୍ସ ମଧ୍ୟ ଫଳପ୍ରସୂ ଅଟେ । ଟ୍ରାଇକୋଡେର୍ମା ହରଜିଆନମ ମାଟିରେ ପ୍ରୟୋଗ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି ଅନ୍ୟ ପଦ୍ଧତି ଫଳପ୍ରସୂ ହେଲା ନାହି , ମୃତ୍ତିକା ଭିତ୍ତିକ କବକନାଶୀ ସଂକ୍ରମିତ ସ୍ଥାନରେ ପ୍ରୟୋଗ କରନ୍ତୁ । କପର ଅକ୍ସିକ୍ଳୋରାଇଡ @ 3ଗ୍ରାମ / ଲିଟର ପାଣିରେ ଲଗାଇବା ବା ପ୍ରତିରୋପଣ କରିବା ପୂର୍ବରୁ ମାଟିରେ ପ୍ରୟୋଗ କଲେ ଫଳପ୍ରସୂ ହୋଇଥାଏ । କାର୍ବେଣ୍ଡାଜିମ , ଫିପ୍ରୋନୀଳ ,ଫ୍ଲୁକ୍ଲୋରାନୀଳ ଆଦି ଥିବା ରାସାଯନିକ ପ୍ରୟୋଗ କରି ଏହି ରୋଗକୁ ସୀମିତ କରାଯାଇପାରିବ ।

ଏହାର କାରଣ କଣ

ଫୂଜାରିଆମ ସୋଲାନି କବକ ପରିବାହୀ ଟିସୁରେ ବଢେ ଓ ଜଳ ଏବଂ ପୋଷଣ ପରିବାହନରେ ବାଧା ସୃଷ୍ଟି କରେ । ଚେର ଅଗ କିମ୍ବା ଘା' ଦେଇ ଗଛଗୁଡିକ ପ୍ରତ୍ୟକ୍ଷ ଭାବରେ ସଂକ୍ରମିତ ହୋଇପାରେ । ଠାରେ ରୋଗକାରୀ ଜୀବାଣୁ ଏକ ଅଞ୍ଚଳରେ ଅବସ୍ଥାପିତ ହୋଇଗଲେ , ଏହା କିଛି ବର୍ଷ ପର୍ଯ୍ୟନ୍ତ ସକ୍ରିୟ ରହେ କାରଣ ଏହା ସୁପ୍ତ ରେଣୁ ସୃଷ୍ଟି କରିପାରେ । ମୃତ୍ତିକା ବାହିତ ରୋଗ ମାଟିରେ ବଞ୍ଚେ ଏବଂ ବିହନ,ମାଟି ,ପାଣି, ଚାରା, କର୍ମଚାରୀ , ଜଳସେଚନ ଓ ପବନ ( ସଂକ୍ରମିତ ଗଛ ଅବଶେଷ ବହନ କରି ) ଦ୍ଵାରା ବିସ୍ତାର ଲାଭ କରେ । ରୋଗ ସୃଷ୍ଟିକାରୀ ଜୀବାଣୁ ମଧ୍ୟରେ ଏହି କବକ ମାରାତ୍ମକ ଅଟେ ଓ ବହୁତ ପୋଷକ ଫସଲକୁ ପ୍ରଭାବିତ କରେ । ଯଦି ସଙ୍କ୍ରମଣ ଫୁଲ ଧରିବା ଅବସ୍ଥାରେ ହୁଏ ଅମଳରେ ମାତ୍ରାଧିକ କ୍ଷତି ହୁଏ । କାଣ୍ଡ ଯାଦୁରା ଜଳ ଉପରକୁ ପରିବାହିତ ହେବା ବାଧା ଦିଏ , ଫଳରେ ଝାଉଂଲିଯାଏ ଓ ମରିଯାଏ । ଫୂଜାରିଆମ ସୋଲାନି ମରୁତ କିମ୍ବା ମରୁଥିବା ଗଛ ଟିସୁ ଉପରେ ବଢନ୍ତି ଓ ରାତିରେ ସକ୍ରିୟ ଭାବରେ ରେଣୁ ଛାଡନ୍ତି । ଆପେକ୍ଷିକ ଉଚ୍ଚ ମୃତ୍ତିକା ଆର୍ଦ୍ରତା ଏବଂ ତାପମାତ୍ରା ଏହି କବକ ପାଇଁ ଅନୁକୂଳ ଅଟେ । ଦୁର୍ବଳ ଜଳ ନିଷ୍କାସନ କିମ୍ବା ମାତ୍ରାଧିକ ଜଳସେଚନ ଏହି ରୋଗ ବିସ୍ତାରକୁ ତ୍ୱରାନ୍ୱିତ କରେ ।


ସୁରକ୍ଷାତ୍ମକ ଉପାୟ

  • ଫୁଲେ ଜ୍ୟୋତି ଓ ଫୁଲେ ମୁକ୍ତା ଭଳି ମିଳୁଥିବା ପ୍ରତିରୋଧି କିସମର ସୁସ୍ଥ ଗଛ ଲଗାନ୍ତୁ । ଝାଉଂଳା କିମ୍ବା କାଣ୍ଡ କ୍ଷତ ଚିହ୍ନ ଭଳି ଲକ୍ଷଣ ପାଇଁ ନିରୀକ୍ଷଣ କରନ୍ତୁ । ପ୍ରଭାବିତ ଅଂଶକୁ ସତର୍କତାର ସହିତ ହାତରେ କାଢନ୍ତୁ । ଏହାକୁ ମାଟିରେ ପୋତି କିମ୍ବା ଦୂରରେ ଜଳାଇ ନଷ୍ଟ କରନ୍ତୁ । ନିର୍ଦ୍ଦିଷ୍ଟ ଭାବରେ ବିଭିନ୍ନ ଜମିରେ କାମ କରୁଥିଲେ ଯନ୍ତ୍ରପାତି ସଫା ରଖନ୍ତୁ । କମକରୁଥିବା ସମୟରେ ଗଛକୁ ଆଘାତ ଦିଅନ୍ତୁ ନାହି । ଉତ୍ତମ ଫସଲ ପରିଚ୍ଛନ୍ନତା ଏବଂ ସଫା କରି କାଟାଛାଣ୍ଟ ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିପାରେ । ମାଟିର pH 6.5 ରୁ 7.0 ମଧ୍ୟରେ ରଖିଲେ ଏବଂଅମୋନିଆମ ପରିବର୍ତ୍ତେ ନାଇଟ୍ରେଟ ଯବକ୍ଷରଜାନ ଉତ୍ସର ପ୍ରୟୋଗ ରୋଗ ମାତ୍ରା କମାଇପାରେ । ସବୁଜଗୃହରେ , ଯଥାଯଥ ଭାବରେ ବ୍ୟବସ୍ଥା କରାଯାଇଥିବା ବୁନ୍ଦା ଜଳସେଚନ ବ୍ୟବହାର କରନ୍ତୁ । ଅଧିକ ଦାନା ଥିବା ସାର ବ୍ୟବହାର କରନ୍ତୁ ନାହି । ଅମଳ ପରେ , ଗଛ ଅବଶେଷ କାଢନ୍ତୁ ଓ ଜଳାନ୍ତୁ । ଜାଣି ରଖନ୍ତୁ ଯେ , ଭଣ୍ଡାର ସମୟରେ ମଧ୍ୟ ପଚନ ପ୍ରକ୍ରିୟା ଚାଲୁ ରହେ ।ପତଳା କଳାପ୍ଲାଷ୍ଟିକ ପଦାର୍ଥ ସାହାଯ୍ୟରେ ପ୍ରତ୍ୟକ୍ଷ ସୂର୍ଯାଲୋକରେ ଏକ ମାସ ପାଇଁ ଆବରଣ କରି ମଞ୍ଜିବାଡ ବିଶୋଧନ କରନ୍ତୁ । ମାଟିରେ କବକ ମାତ୍ରା କମାଇବା ପାଇଁ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ