ସୋୟାବିନ

ସୋୟାବିନର ଅଲ୍ଟର୍ନାରିଆ ପତ୍ର ଚିହ୍ନ

Alternaria spp.

ଫିମ୍ପି

5 mins to read

ସଂକ୍ଷେପରେ

  • ସଂକ୍ରମିତ ବିହନରୁ ନୂଆଁରେ ବାହାରୁଥିବା ଚାରାରେ ତଳି ସଢା ରୋଗ ହୁଏ । ପତ୍ର ଉପରେ ସକେନ୍ଦ୍ରୀ ବଳୟ ସହିତ ଗୋଲାକାର ବାଦାମୀ ଠାରୁ ଧୂସର ଚିହ୍ନ ଦେଖାଯାଏ । ଚିହ୍ନର କେନ୍ଦ୍ର ଶୁଖି ଝଡି ପଡେ ଓ ଗୁଳି ବିଦ୍ଧ କଣା ଭଳି ଦେଖାଯାଏ ଏବଂ ଅକାଳ ପତ୍ରହୀନତା ହୁଏ । ମଞ୍ଜିଗୁଡିକ ଗାଢ ଅନିୟମିତ ଓ ଖାଲୁଆ ଜାଗା ସହିତ ଛୋଟ ଏବଂ ସୁକୁଟା ହୁଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
କାନୋଲା
ସୋୟାବିନ

ସୋୟାବିନ

ଲକ୍ଷଣ

ଗଛର ବ୍ୟବହୃତ କିସମ ଅନୁସାରେ ଲକ୍ଷଣ ସାମାନ୍ୟ ପରିବର୍ତ୍ତନ ହୁଏ। ସଂକ୍ରମିତ ବିହନରୁ ନୂଆଁରେ ବାହାରୁଥିବା ଚାରାରେ ତଳି ସଢା ରୋଗ ହୁଏ। ପୁରୁଣା ଗଛର ପୁରୁଣା ପତ୍ରରେ ପ୍ରଥମେ ଏକ ସକେନ୍ଦ୍ରୀ ବୃଦ୍ଧି ଓ ସ୍ପଷ୍ଟ ସୀମା ସହିତ ଗାଢ ବାଦାମୀ, ଗୋଲାକାର ଚିହ୍ନ ହୁଏ। ସମୟକ୍ରମେ, ଏହି ଲକ୍ଷ୍ୟ ଚିହ୍ନ ଭଳି ଦାଗ ପତଳା ଓ କାଗଜ ପରି ହୁଏ, ଘଟଣାକ୍ରମେ ଝଡିଯାଇ ଗୁଳିବିଦ୍ଧ କଣା ଭଳି ଦେଖାଯାଏ। କ୍ଷତ ଚିହ୍ନଗୁଡିକ ପ୍ରସାରିତ ହୋଇ ଓ ପରସ୍ପର ମିଶି ପତ୍ରକୁ ଚାରିଆଡୁ ମୃତ ଟିସୂ ଦ୍ଵାରା ନିମଜ୍ଜିତ କରି ଅକାଳ ପତ୍ରହୀନତା କରନ୍ତି। ପରିପକ୍ଵ ଛୁଇଁରେ ଚିହ୍ନ ଦେଖାଯାଏ, ଯେଉଁଥିରେ କ୍ଷୟ ହେବାର ଲକ୍ଷଣ ସହିତ ସୁକୁଟା, ଛୋଟ ଓ ବିବର୍ଣ୍ଣ ମଞ୍ଜି ଦେଖାଯାଏ। ଯାହାହେଲେବି, ଯେହେତୁ ଏହି ରୋଗ ଗଛର ପରିପକ୍ଵତା ସମୟରେ ହୁଏ, ଏଥିରେ ଅମଳ କ୍ଷତି କମ ହୁଏ ଏବଂ କୌଣସି ନିୟନ୍ତ୍ରଣ ର ସୁପାରିସ ଆବଶ୍ୟକ ନାହି।

Recommendations

ଜୈବିକ ନିୟନ୍ତ୍ରଣ

ସୋୟାବିନର ଅଲ୍ଟର୍ନାରିଆ ପତ୍ର ଚିହ୍ନ ପାଇଁ କୌଣସି ଜୈବ ପଦାର୍ଥ ନାହି। କପର (ସାଧାରଣତଃ ପ୍ରାୟ 2.5 ଗ୍ରାମ / ଲିଟର ପାଣି) ଥିବା କବକନାଶକ ର ବ୍ୟବହାର ଜୈବିକ ଉପଚାରର ଅନ୍ତର୍ଭୁକ୍ତ ଅଟେ।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯଦି ଏହି ରୋଗ ଋତୁର ବିଳମ୍ବ ଅବସ୍ଥାରେ ଦେଖାଦିଏ ଏଥି ପାଇଁ କିଛି ନିର୍ଦ୍ଦିଷ୍ଟ ପରିଚାଳନା ଆବଶ୍ୟକ ନାହିଁ। କବକ ବୃଦ୍ଧିର ଅନୁକୂଳ ପରିସ୍ଥିତି ସହିତ ଋତୁର ସହଳ ଅବସ୍ଥାରେ ଯଦି ସଂକ୍ରମଣ ହୁଏ, କବକନାଶକ ପ୍ରୟୋଗ କଥା ଚିନ୍ତା କରନ୍ତୁ। ଏହି କ୍ଷେତ୍ରରେ, ଲକ୍ଷଣର ପ୍ରାଥମିକ ସଂକେତ ଦେଖାଦେଲେ ମାଙ୍କୋଜେବ, ଆଯୋକ୍ସିଷ୍ଟ୍ରୋବିନ କିମ୍ବା ପାଇରାକ୍ଳୋଷ୍ତ୍ରୋବିନ ଥିବା ପଦାର୍ଥ ପ୍ରୟୋଗ କରାଯାଇପାରେ। ବଡ ପ୍ରାଦୁର୍ଭାବ ଜଣାପଡିବା ପର୍ଯ୍ୟନ୍ତ ଉପଚାର ବିଳମ୍ବ କରନ୍ତୁ ନାହିଁ, ଯେହେତୁ ଏହା ସଫଳ ନିୟନ୍ତ୍ରଣ ପାଇଁ ମାତ୍ରାଧିକ ବିଳମ୍ବ ହୋଇପାରେ। ରୋଗ ପ୍ରତିଷେଧକ ପାଇଁ ଏହି କବକନାଶକ ଦ୍ଵାରା ବିହନ ଉପଚାରିତ କରାଯାଇପାରିବ।

ଏହାର କାରଣ କଣ

ସୋୟାବିନରେ ଅଲ୍ଟର୍ନାରିଆ ପତ୍ର ଚିହ୍ନ ରୋଗ ଅଲ୍ଟର୍ନାରିଆ ଜାତିର କେତେକ କବକ ଯୋଗୁଁ ହୋଇଥାଏ। ଏହି ଜୀବାଣୁ ଛୁଇଁ ପ୍ରାଚୀର ଭାଙ୍ଗେ, ମଞ୍ଜି ସଂକ୍ରମଣ କରେ ଓ ଏମାନଙ୍କୁ ଏକ ଋତୁରୁ ଅନ୍ୟ ଋତୁ ମଧ୍ୟରେ ରୋଗ ପରିବହନର ମାଧ୍ୟମ କରେ। ଫସଲ ନଥିବା ସମୟରେ, ଏହି କବକ ପୋଷକ ଘାସ କିମ୍ବା ଗଛର ବିଘଟିତ ହୋଇନଥିବା ଅବଶେଷରେ ବଞ୍ଚି ରହେ। ଗଛ ରୁ ଗଛ ମଧ୍ୟରେ ଦ୍ଵିତୀୟକ ବିସ୍ତାର ମୁଖ୍ୟତଃ ପବନ ବାହିତ ଅଟେ ଓ ଗରମ ଆର୍ଦ୍ର ପାଣିପାଗ (ପବନ ଓ ବର୍ଷା ଛିଟ ସହିତ) ଏହାକୁ ଅନୁକୂଳ କରେ। ଯଦି ଅନୁକୂଳ ମାତ୍ରାରେ ପତ୍ର ଓଦା ଥାଏ, କବକ କିଛି ଘଣ୍ଟା ମଧ୍ୟରେ ଅଙ୍କୁରିତ ହୁଏ ଏବଂ ଗଛ ମଧ୍ୟରେ ପ୍ରାକୃତିକ ରନ୍ଧ୍ର କିମ୍ବା ପୋକ ଜନିତ ଆଘାତ ଦେଇ ପଶେ। ରୋଗ ବିକାଶର ଅନୁକୂଳ ତାପମାତ୍ରା ପ୍ରାୟତଃ 20 ରୁ 27 ଡିଗ୍ରୀ C । ଚାରା ଅବସ୍ଥାରେ କିମ୍ବା ବିଳମ୍ବ ଋତୁରେ ଯେତେବେଳେ ପତ୍ର ପରିପକ୍ଵ ହୁଏ ଗଛ ଅଧିକ ରୋଗପ୍ରବଣ ହୋଇଥାଏ। ବର୍ଷା ପର ଋତୁରେ ସୋୟାବିନ ଫସଲରେ ଜଳସେଚନ ଦେଲେ ଏହି ରୋଗ ସଂକ୍ରମଣ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଗଛର ବିଭିନ୍ନ ପ୍ରକ୍ରିୟା ଓ ପୋଷଣ ଜନିତ ଚାପ ଏହାକୁ ଅନୁକୂଳିତ କରାଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଯଦି ସମ୍ଭବ ଉଚ୍ଚ ମାନର ସୁସ୍ଥ ବିହନ ପ୍ରାମାଣିକ ସୂତ୍ରରୁ ବ୍ୟବହାର କରନ୍ତୁ। ଆପଣଙ୍କ ଅଞ୍ଚଳରେ ପ୍ରତିରୋଧି କିସମ ମିଳିବା ବିଷୟରେ ଯାଞ୍ଚ କରନ୍ତୁ । ଉତ୍ତମ ବାୟୁ ଚଳାଚଳକୁ ପ୍ରଶ୍ରୟ ଦେବା ପାଇଁ ଗଛ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ରଖନ୍ତୁ । ଯେତେବେଳେ ରୋଗର ଅନୁକୂଳ ପରିସ୍ଥିତି ଥାଏ, ରୋଗର ଲକ୍ଷଣ ପାଇଁ ନିୟମିତ ଜମି ନିରୀକ୍ଷଣ କରନ୍ତୁ। ସଂକ୍ରମିତ ଗଛ ଓ ଏହାର ଆଖପାଖର ଗଛ ସଂଗ୍ରହ କରି କାଢିଦିଅନ୍ତୁ। ଜମିରେ ଓ ଚାରିପଟେ ଘାସ କାଢନ୍ତୁ। ପତ୍ର ଓଦା ଥିବା ବେଳେ ଜମିରେ କାମ କରନ୍ତୁ ନାହିଁ। ଅମଳ ପରେ ଗଛ ଅବଶେଷ ନଷ୍ଟ କରନ୍ତୁ। ଅତି କମରେ ତିନି ବର୍ଷ ପାଇଁ ପୋଷକ ନଥିବା ଫସଲ ସହିତ ପର୍ଯ୍ୟାୟ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ