ଆମ୍ବ

ଆମ୍ବର ଫଳ ଅଗ ସଢା ରୋଗ

Lasiodiplodia theobromae

ଫିମ୍ପି

5 mins to read

ସଂକ୍ଷେପରେ

  • ଫଳ, ବକଳ ଓ ପତ୍ରର ବର୍ଣ୍ଣହୀନତା ଦେଖାଯାଏ। ଡାଳ ଅଗ ଶୁଖିଯାଏ। ପତ୍ରଝଡା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ଡାଳ ଓ ଶାଖା ଶୁଖିଯାଏ ଓ ଡାଳଶୁଖା ଓ ପତ୍ରଝଡା ସୃଷ୍ଟି କରେ। ପତ୍ରଗୁଡିକ ଗାଢ ରଙ୍ଗର ହୋଇଯାଏ ଏବଂ ଧାର ଗୁଡେଇ ହୋଇଯାଏ। ଡାଳ ମରିଯାଇପାରେ ଏବଂ ଗଛରୁ ପଡି ଯାଇପାରେ। ସଂକ୍ରମଣ ସ୍ଥାନ ଚାରିପଟେ ଯାଦୁରା ଦେଖାଯାଇ ପାରେ ଯାହାକି ପରେ ବିଗଳନ (ପ୍ରଭାବିତ ଗଛ ଅଂଶର ଗାଢତା) ସୃଷ୍ଟି କରିଥାଏ ଓ ଡାଳ ଶୁଖା ରୋଗ ଦେଖା ଦେଇପାରେ। ଶାଖା ମଧ୍ୟ ଅଠା ବିନ୍ଦୁ ନିର୍ଗତ କରିପାରେ ଯାହାକି ଅଧିକାଂଶ ଡାଳକୁ ଆବୃତ୍ତ କରିଥାଏ। ପ୍ରାୟତଃ, ଫଳ ସଢା ଅମଳ ପରେ ଦେଖାଯାଏ ଏବଂ ଫଳ ଅଗରେ ଆରମ୍ଭ ହୁଏ। ପ୍ରଥମେ, ପ୍ରଭାବିତ ଅଂଶ ଧୂସର ହୋଇଥାଏ ଏବଂ ପରେ କଳା ପଡିଯାଏ। ସଂକ୍ରମଣ ମାତ୍ରା ଅଧିକ ହେଲେ ଫଳ ସଂପୂର୍ଣ୍ଣ ସଢିଯାଇ ପାରେ। ଫଳ ମାଂସଳ ଅଂଶ ମଧ୍ୟ ବର୍ଣ୍ଣହୀନ ହୋଇଯାଏ। ଫଳରେ ଡେମ୍ଫ ମୂଳରେ ଚୋପା କଳା ପଡିଯାଏ। ପ୍ରଭାବିତ ସ୍ଥାନ ବଡ ହୋଇ ଗୋଲାକାର, କଳା ପ୍ୟାଚ ହୋଇଥାଏ ଯାହାକି ଆର୍ଦ୍ର ପାଣିପାଗରେ ଦ୍ରୁତ ଗତିରେ ପ୍ରସାରିତ ହୋଇଥାଏ ଏବଂ ଦୁଇ ତିନି ଦିନ ମଧ୍ୟରେ ସଂପୂର୍ଣ୍ଣ ଫଳ କଳା ପଡିଯାଏ। ଫଳ ରସ ମାଟିଆ ଓ କଅଁଳିଆ ହୋଇଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ବେଶିଲସ ସବଟାଇଲିସ ଏବଂ ଜାନ୍ଥୋମୋନାଶ ଓରାଇଜେ ଏହି ରୋଗ ପରିଚାଳନା ପାଇଁ ବ୍ୟବହୃତ ହୋଇପାରେ। ଟ୍ରାଇକୋଡର୍ମା ହର୍ଜାନିଅମ ମଧ୍ୟ ପ୍ରୟୋଗ କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ରୋଗ ଆବିର୍ଭାବ ନିରାକରଣ କରିବା ପାଇଁ ଆପଣ କାଟଛାଣ୍ଟ ପରେ ବଡ କଟା ଦାଗରେ କବକନାଶକ ( ପେଇଣ୍ଟ, ପେଷ୍ଟ) ପ୍ରୟୋଗ କରି ପାରିବେ। ମାତ୍ରା କମାଇବା ପାଇଁ କାର୍ବେଣ୍ଡାଜିମ (50 wp) କିମ୍ବା ଥାୟୋଫେନେଟ- ମିଥାଇଲ (70 WP) 1 ପିପିଏମ କିମ୍ବା ଅଧିକ ସକ୍ରିୟ ଉପାଦାନ ସିଞ୍ଚନ କରନ୍ତୁ। ଅମଳର 15 ଦିନ ପୂର୍ବରୁ କାର୍ବେଣ୍ଡାଜିମ (0.05%) ଓ ପ୍ରୋପିଓକୋନାଜଲ (0.05%)ର ସିଞ୍ଚନ ପ୍ରୟୋଗ ଫଳ ଅଗ ସଢା ରୋଗ ପାଇଁ ଉତ୍ତମ ଫଳ ଦେଖାଇଛି। ଅଗ ସଢା ରୋଗ ପାଇଁ ଗରମ ପାଣି ଓ କାର୍ବେଣ୍ଡାଜିମ ଦ୍ଵାରା ଅମଳ ପରବର୍ତ୍ତୀ ଉପଚାର ଆଂଶିକ ଫଳପ୍ରସୂତା ଦେଖାଇଛି। ନିୟନ୍ତ୍ରିତ ବାୟୁ ଭଣ୍ଡାରରେ ଅଗ ସଢା ରୋଗ ନିୟନ୍ତ୍ରଣ ପାଇଁ ଗରମ କାର୍ବେଣ୍ଡାଜିମ ଓ ପରେ ପ୍ରୋକ୍ଲୋରାଜ ଦ୍ଵାରା ଉପଚାର ଆବଶ୍ୟକ ଅଟେ।

ଏହାର କାରଣ କଣ

ଲାସିଓଡିପ୍ଲିଡିଆ ଥିୟବ୍ରୋମେ ନାମକ ମୃତ୍ତିକା-ବାହିତ କବକ ଦ୍ଵାରା ଏହି କ୍ଷତି ହୋଇଥାଏ, ଯାହାର ଏକ ବ୍ୟାପକ ପୋଷକ ଥାଆନ୍ତି ଏବଂ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଅଞ୍ଚଳ ସାରା ଦେଖାଯାଏ। ଏହା ଫସଲକୁ ଜମିରେ ଓ ଭଣ୍ଡାରରେ କ୍ଷତି କରିଥାଏ। ଫସଲ ଅବଶେଷରେ ପିକ୍ନିଡିଆ ଭାବରେ ଏହା ବଞ୍ଚିଥାଏ। ଏହାର ରେଣୁ ପବନ କିମ୍ବା ବର୍ଷା ଛିଟ ଦ୍ଵାରା ବିସ୍ତାର ଲାଭ କରିଥାଏ ଓ ଆଘାତ ପ୍ରାପ୍ତ କିମ୍ବା କଟା ଯାଇଥିବା ଗଛ ଅଂଶ ଦେଇ ପୋଷକ ଗଛରେ ପ୍ରବେଶ କରିଥାଏ। ଜଳ ଅଭାବି ଗଛରେ ଅଧିକ ମାତ୍ରାରେ ଲକ୍ଷଣ ଦେଖାଏ। ଉଚ୍ଚ ତାପମାତ୍ରା ଏବଂ ଭାରି ବର୍ଷା ଏହି ରୋଗକୁ ଅନୁକୂଳ କରାଏ।


ସୁରକ୍ଷାତ୍ମକ ଉପାୟ

  • ଉତ୍ତମ ପରିଚ୍ଛନ୍ନତା ପଦକ୍ଷେପ ନିଅନ୍ତୁ। ଆର୍ଦ୍ର ପାଣିପାଗରେ କାଟଛାଣ୍ଟ ଏଡାନ୍ତୁ ଏବଂ କାଟଛାଣ୍ଟ ଜନିତ ଆଘାତ କମାନ୍ତୁ। ସଂକ୍ରମିତ ଗଛ ଅଂଶ କାଢି ଦିଅନ୍ତୁ। ଅମଳ କରାଯାଇଥିବା ଫଳକୁ 48°C ଗରମ ପାଣିରେ 20 ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଫଳକୁ 10°C କିମ୍ବା କମ ତାପମାତ୍ରାରେ ସାଇତି ରଖନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ