ଅଦା

ଅଦାର ପତ୍ର ଦାଗ ରୋଗ

Phyllosticta zingiberis

ଫିମ୍ପି

5 mins to read

ସଂକ୍ଷେପରେ

  • ପାଣି ଭିଜା ପତ୍ର ଦାଗ। ଗାଢ ଧାର ଏବଂ ହଳଦିଆ ବଳୟ ଦ୍ଵାରା ଘେରି ହୋଇଥିବା ଧଳା ଦାଗ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଦା

ଅଦା

ଲକ୍ଷଣ

ଏହି ରୋଗ ନୂଆ ପତ୍ରରେ ଛୋଟ, ଅଣ୍ଡାକାର ପାଣି ଭିଜା ଚିହ୍ନ ଭାବରେ ଆରମ୍ଭ ହୋଇଥାଏ। ପରେ, ଏହି ଦାଗ ଗାଢ ଧାର ଏବଂ ହଳଦିଆ ବଳୟ ଦ୍ଵାରା ଘେରି ହୋଇଥିବା ଧଳା କେନ୍ଦ୍ର ସହିତ ଦେଖାଯାଏ। ଦାଗର ଆକାର ବଢିଥାଏ, ପରସ୍ପର ସହିତ ମିଶି ଏକ ବିଗଳନ (ମୃତ ତନ୍ତୁ) ଚିହ୍ନ ସୃଷ୍ଟି କରନ୍ତି। ଯେତେବେଳେ ଅଧିକାଂଶ ପତ୍ର ଏହି ଦାଗ ଦ୍ଵାରା ଆବୃତ୍ତ ହୋଇଯାନ୍ତି , ଏହା ଶୁଖି ଯାଏ ଏବଂ ଘଟଣାକ୍ରମେ ମରିଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଏହି ରୋଗ ପାଇଁ ଆଜି ପର୍ଯ୍ୟନ୍ତ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଥିବା ବିଷୟରେ ଆମେ ଜାଣି ନାହୁଁ। ଯଦି ଏହାର ଆବିର୍ଭାବ ଓ ଲକ୍ଷଣର ମାତ୍ରା ସଫଳ ଭାବରେ କମାଇବା ବିଷୟରେ ଆପଣ ଜାଣିଥାନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମ୍ବନିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯେତେବେଳେ ରୋଗ ପ୍ରଥମେ ଦେଖାଯାଏ, ହେକ୍ସାକୋନାଜଲ ( 0.1%), ପ୍ରପିକୋନାଜଲ (0.1%) କିମ୍ବା କାର୍ବେଣ୍ଡାଜିମ + ମାଙ୍କୋଜେବ କବକନାଶକ କିମ୍ବା ବୋର୍ଡକ୍ସ ମିକଶ୍ଚର ସିଂଚନ କରନ୍ତୁ ଏବଂ ଏହା 20 ଦିନ ଅନ୍ତରରେ 2 ଥର ପୁନରାବୃତ୍ତି କରନ୍ତୁ।

ଏହାର କାରଣ କଣ

ମୃତ୍ତିକା ବାହିତ କବକ ଫାଇଲୋଷ୍ଟିକ୍ତା ଜିଞ୍ଜିବେରିଶ (Phyllosticta zingiberis) ଦ୍ଵାରା ଏହି ଲକ୍ଷଣ ଉତ୍ପନ୍ନ ହୁଏ। ମାଟିରେ କିମ୍ବା ସଂକ୍ରମିତ ଗଛ ଅବଶେଷରେ ଥିବା କବକ ରେଣୁ ଦ୍ଵାରା ପ୍ରାଥମିକ ସଂକ୍ରମଣ ହୋଇଥାଏ। ଦ୍ଵିତୀୟକ ସଂକ୍ରମଣ ପାଇଁ ପବନ ଓ ବର୍ଷା ଛିଟ ଦାୟୀ ଅଟେ। ଉଚ୍ଚ ଆର୍ଦ୍ରତା ଏବଂ 20 ଡିଗ୍ରୀ ରୁ 28 ଡିଗ୍ରୀ ସେଲସିଅସ ମଧ୍ୟରେ ତାପମାତ୍ରା ଏହି ଜୀବାଣୁ ପାଇଁ ଅନୁକୂଳ ଅଟେ। ଏହି ରୋଗ ଅଦା କନ୍ଦର ଆକାର ଓ ସଂଖ୍ଯାରେ ଯଥେଷ୍ଟ ହ୍ରାସ କରାଏ। ଦୁଇ ସପ୍ତାହର ପୁରୁଣା ପତ୍ର ଅଧିକ ସଂବେଦନଶୀଳ ଅଟେ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ, ମଧ୍ୟମ ଧରଣର ପ୍ରତିରୋଧି କିସମ ଚାଷ କରନ୍ତୁ। ପତ୍ର ତୋଳି କାଢନ୍ତୁ ଏବଂ/କିମ୍ବା ସଂକ୍ରମିତ ଗଛ ନଷ୍ଟ କରନ୍ତୁ। ମାଟି ଛିଟ କମାଇବା ପାଇଁ ଉପଯୁକ୍ତ ସବୁଜ ଛାଦି ବ୍ୟବହାର କରନ୍ତୁ। ରୋଗ କମାଇବା ପାଇଁ ଛାୟା ପ୍ରଦାନ କରନ୍ତୁ। ଫସଲ ପର୍ଯ୍ୟାୟ ରୋଗ ହେବା ସମ୍ଭାବନା କମାଇପାରେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ