ହଳଦୀ

ହଳଦୀର ପତ୍ର ଦାଗ

Colletotrichum capsici

ଫିମ୍ପି

5 mins to read

ସଂକ୍ଷେପରେ

  • ଧୂସର କେନ୍ଦ୍ର ସହିତ ବାଦାମୀ ଦାଗ। ପତ୍ର ଝାଉଁଳି ଯାଏ ଓ ଶୁଖିଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ହଳଦୀ

ହଳଦୀ

ଲକ୍ଷଣ

ସହଳ ଲକ୍ଷଣ ହେଉଛି ପତ୍ରରେ ଧୂସର କେନ୍ଦ୍ର ସହିତ ଫିକା ଚାରିକୋଣିଆ ଦାଗ। ପ୍ରତ୍ଯେକ ଦାଗ ଛୋଟ, 1 -2 ମିମି ବ୍ଯାସ ବିଶିଷ୍ଟ ଅଟେ। ଦାଗ ଗୁଡିକ ପରସ୍ପର ସହିତ ମିଶି ଯାଆନ୍ତି ଏବଂ ସାଧାରଣତଃ ପ୍ରାୟ 4 - 5 ସେମି ଲମ୍ବ ଏବଂ 2 - 3ସେମି ଚଉଡା ବିଶିଷ୍ଟ ହୋଇଥାଏ। ସଂକ୍ରମଣର ବର୍ଦ୍ଧିତ ଅବସ୍ଥାରେ, କଳା ବିନ୍ଦୁଗୁଡିକ ଏକ କେନ୍ଦ୍ରୀୟ ବଳୟରେ ପରିଣତ ହୁଅନ୍ତି। ଧୂସର କେନ୍ଦ୍ର ପତଳା ହୋଇଯାଇ ଘଟଣାକ୍ରମେ ଚିରିଯାଏ। ସଂକ୍ରମଣର ମାତ୍ରା ଅଧିକ ଥିଲେ, ପତ୍ରର ଉଭୟ ପୃଷ୍ଠରେ ଶହ ଶହ ଦାଗ ଦେଖାଯାନ୍ତି। ଗୁରୁତର ଭାବେ ପ୍ରଭାବିତ ପତ୍ର ଝାଉଁଳି ଯାଏ ଓ ଶୁଖିଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଟି ହରଜିଆନମ (T. harzianum) , ଟି ଭିରିଡେ (T. Viride) ଜୈବ ଏଜେଣ୍ଟ ପ୍ରୟୋଗ କରି ରୋଗ ହେବା ସମ୍ଭାବନା କମାଇବାର ପ୍ରମାଣ ଅଛି। ପି . ଲଙ୍ଗିଫଲିଆ (P. longifolia) ଉଦ୍ଭିଦ ନିଷ୍କର୍ଷ ମଧ୍ୟ ଏହି ରୋଗ ନିୟନ୍ତ୍ରଣ ପାଇଁ ଫଳପ୍ରସୂ ହୋଇଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଲଗାଇବା ପୂର୍ବରୁ ବିହନ ସାମଗ୍ରୀକୁ ଏକ ଲିଟର ପାଣିରେ 3 ଗ୍ରାମ ମାଙ୍କୋଜେବ କିମ୍ବା ଏକ ଲିଟର ପାଣିରେ 1 ଗ୍ରାମ କାର୍ବେଣ୍ଡାଜିମ ଦ୍ଵାରା ହାରରେ ଉପଚାର କରନ୍ତୁ ଓ ଛାଇରେ ଶୁଖାଇ ଦିଅନ୍ତୁ।ପାକ୍ଷିକ ଏକ ଲିଟର ପାଣିରେ 2.5 ଗ୍ରାମ ମାଙ୍କୋଜେବ କିମ୍ବା ଏକ ଲିଟର ପାଣିରେ 1 ଗ୍ରାମ କାର୍ବେଣ୍ଡାଜିମ ହାରରେ 2 - 3 ଟି ସିଞ୍ଚନ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

କନ୍ଦର କାତିରେ ଥିବା କବକ ଦ୍ଵାରା ଏହି ରୋଗ ହୋଇଥାଏ, ଯାହାକି ଲଗାଇବା ସମୟରେ ସଂକ୍ରମଣର ପ୍ରାଥମିକ ଉତ୍ସ ହୋଇଥାଏ। ଦ୍ଵିତୀୟକ ସଂକ୍ରମଣ ପବନ, ଜଳ, ଏବଂ ଅନ୍ୟ ଶରୀର ସମ୍ବନ୍ଧୀୟ ଓ ଜୈବ ଏଜେଣ୍ଟ ଦ୍ଵାରା ହୋଇଥାଏ। ଜୀବାଣୁ ସଂକ୍ରମିତ ଅବଶେଷରେ ଏକ ବର୍ଷ ପାଇଁ ବଞ୍ଚି ରହିପାରେ।


ସୁରକ୍ଷାତ୍ମକ ଉପାୟ

  • ସୁଗୁଣା ଓ ସୁଦର୍ଶନ ଭଳି ସହନୀୟ କିସମ ବାଛନ୍ତୁ। ରୋଗ ମୁକ୍ତ ଅଞ୍ଚଳରୁ ବିହନ ସାମଗ୍ରୀ ବାଛନ୍ତୁ। ନିୟମିତ ଫସଲ ପର୍ଯ୍ୟାୟ ଅବଲମ୍ବନ କରନ୍ତୁ। ଲଙ୍କା ଭଳି ବିକଳ୍ପ ପୋଷକ ଗଛ ପାଖରେ ଚାଷ କରନ୍ତୁ ନାହିଁ। ସଂକ୍ରମିତ ଓ ଶୁଖିଲା ପତ୍ର ସଂଗ୍ରହ କରନ୍ତୁ ଏବଂ ରୋଗର ଅଧିକ ବିସ୍ତାର ନିବାରଣ ପାଇଁ ଏହାକୁ ଜଳାଇ ଦିଅନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ