ପିଜୁଳି

ପିଜୁଳିର ଯାଦୁରା ରୋଗ

Pestalotiopsis psidii

ଫିମ୍ପି

5 mins to read

ସଂକ୍ଷେପରେ

  • ଛୋଟ, ବାଦାମୀ, କଳଙ୍କ ବର୍ଣ୍ଣର ବିଗଳିତ ଦାଗ ଫଳରେ ଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ପିଜୁଳି

ପିଜୁଳି

ଲକ୍ଷଣ

ଏହି ରୋଗ ସାଧାରଣତଃ ସବୁଜ ଫଳରେ ଦେଖାଯାଏ ଏବଂ କ୍ଵଚିତ ପତ୍ରରେ ଦେଖାଯାଏ। ଫଳରେ ସଂକ୍ରମଣର ସହଳ ଲକ୍ଷଣ ହେଉଛି ଛୋଟ, ବାଦାମୀ, କଳଙ୍କ ବର୍ଣ୍ଣର ବିଗଳିତ ଦାଗ ଦେଖାଯିବା। ପରବର୍ତ୍ତୀ ଅବସ୍ଥାରେ, ବିଗଳିତ ଦାଗର ବାହ୍ୟ ସ୍ତର ଫାଟି ଯାଇଥାଏ। ସଂକ୍ରମିତ ଫଳ ଅବିକଶିତ, କଠିନ, ବିକୃତ ରହିଥାଏ ଓ ଝଡି ଯାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଫଳର ଆଘାତ ବାରଣ କରିବା ପାଇଁ ଫଳକୁ ଫୋମ ଜାଲି ମୁଣି ଦ୍ଵାରା ଆବୃତ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଜୈବିକ ଉପଚାର ସହିତ ଏକ ନିରାକରଣାତ୍ମକ ସମନ୍ଵିତ ପଦ୍ଧତି ଗ୍ରହଣ କରନ୍ତୁ। ବୋର୍ଡକ୍ସ ମିଶ୍ରଣ କିମ୍ବା କପର ଅକ୍ସିକ୍ଳୋରାଇଡର ସୁରକ୍ଷାତ୍ମକ ସିଞ୍ଚନ ଏହି ରୋଗର ବିସ୍ତାରକୁ ଯଥେଷ୍ଟ ଭାବରେ ନିୟନ୍ତ୍ରଣ କରିଥାଏ। ପରାଗ ସଂଗମ ପରେ, ଡାଇମେଥୋଏଟ ଭଳି ସଂପୂର୍ଣ୍ଣ ଅନ୍ତର୍ଭେଦୀ କୀଟନାଶକ ଛୋଟ ଫଳରେ ସୁରକ୍ଷାତ୍ମକ ପ୍ରୟୋଗ କରିବା ଦ୍ଵାରା ଉତ୍ତମ ଫଳାଫଳ ଦେଖାଇଛି।

ଏହାର କାରଣ କଣ

କବକ ଦ୍ଵାରା ଏହି ରୋଗ ହୋଇଥାଏ ଏବଂ ସୁପ୍ତ ମାଇସେଲିଆମ ହେଉଛି ଏହାର ପ୍ରାଥମିକ ଉତ୍ସ। କବକର ଦ୍ରୁତ ଆକ୍ରମଣ ଫଳର କ୍ଷତି କରିଥାଏ। ଏହି ସଂକ୍ରମଣ ଦ୍ଵିତୀୟକ ଭାବରେ ପବନ-ବାହିତ କନିଡିଆ, ଜଳ ଛିଟ, ସଂକ୍ରମିତ ଗଛ ପାଖରେ ଆଘାତ ଏବଂ ସଂକ୍ରମିତ ପତ୍ର ପରିବହନ ଦ୍ଵାରା ବିସ୍ତାର ଲାଭ କରିଥାଏ। ଏହି କବକ ଘଞ୍ଚ ପତ୍ର ସମୂହ ଏବଂ କମ ବାୟୁ ଚଳାଚଳ ସହିତ 20 ଏବଂ 25°C ତାପମାତ୍ରା ମଧ୍ୟରେ ଆର୍ଦ୍ର ପରିବେଶରେ ବଢିପାରେ।


ସୁରକ୍ଷାତ୍ମକ ଉପାୟ

  • ଏହି ରୋଗ ହ୍ରାସ କରାଇବା ପାଇଁ ଖରାଟିଆ ଜଳସେଚନ ଓ ପୋଷଣ ପରିଚାଳନା କରନ୍ତୁ। ପିଜୁଳି ବଡ ହେଲେ ଫଳକୁ ଆଘାତରୁ ରକ୍ଷା କରିବା ପାଇଁ ଫୋମ ଜାଲି ମୁଣି ଦ୍ଵାରା ଆବୃତ କରନ୍ତୁ। ଏହି ଜୀବାଣୁ ପ୍ରାଥମିକ ଭାବରେ ଏକ ଆଘାତ ଭିତ୍ତିକ ପରଜୀବୀ ଅଟେ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ