ହଳଦୀ

ହଳଦୀର ପତ୍ର ଦାଗ

Taphrina maculans

ଫିମ୍ପି

5 mins to read

ସଂକ୍ଷେପରେ

  • ଅନେକ ଛୋଟ, ଅଣ୍ଡାକାର, ଅନିୟମିତ ଦାଗ ପତ୍ରର ଉଭୟ ପାର୍ଶ୍ଵରେ ଦେଖାଯାଏ। ଏହି ଦାଗ ପରସ୍ପର ମିଶି ଅନିୟମିତ କ୍ଷତ ଦାଗ ସୃଷ୍ଟି କରିଥାନ୍ତି। ଗଛ ଦରପୋଡା ଦେଖାଯାଇ ଥାଏ ଏବଂ ହଳଦୀ କନ୍ଦ ଅମଳ କମି ଯାଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ହଳଦୀ

ହଳଦୀ

ଲକ୍ଷଣ

ଏହି ରୋଗ ସାଧାରଣତଃ ପତ୍ରର ତଳ ପଟେ ଦେଖାଯାଏ। ଦାଗଗୁଡିକ 1 - 2 ମିମି ପ୍ରସ୍ଥ ବିଶିଷ୍ଟ ଛୋଟ ଆୟତାକାର ହୋଇଥାଏ। ଦାଗଗୁଡିକ ଶିରା ସହିତ ଏକ ଧାଡିରେ ସଂରଚିତ ହୋଇଥାନ୍ତି ଏବଂ ପରସ୍ପର ସହିତ ମିଶି କ୍ଷତ ଦାଗ ସୃଷ୍ଟି କରିଥାନ୍ତି। ପ୍ରଥମେ, ତାହା ଏକ ଫିକା ହଳଦିଆ ବର୍ଣ୍ଣହୀନତା ଏବଂ ପରେ ମଳିନ ହଳଦିଆ ହୋଇଥାଏ। ସଂକ୍ରମିତ ପତ୍ର ଛିନ୍ନ ବିଚ୍ଛିନ୍ନ ହୋଇଥାଏ ଏବଂ ଏକ ଲାଲ-ବାଦାମୀ ବର୍ଣ୍ଣ ଧାରଣ କରିଥାଏ। ମାତ୍ରା ଅଧିକ ହେଲେ, ଗଛ ଦରପୋଡା ଦେଖାଯାଇ ଥାଏ ଏବଂ ହଳଦୀ କନ୍ଦ ଅମଳ କମି ଯାଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ସୁଡ଼ୋମୋନାସ ଫ୍ଲୋରୋସେନ୍ସ ଏବଂ ଟ୍ରାଇକୋଡର୍ମା ହର୍ଜାନିଅମ ଥିବା ପଦାର୍ଥ ରୋଗର ଚାପ କମ ଥିବା ସମୟରେ ଏହି ସଂକ୍ରମଣ କମାଇ ପାରେ। ଅଶୋକ (ପଲିଆନ୍ଥିଆ ଲଙ୍ଗିଫୋଲିଆ) ପତ୍ରର ନିର୍ଯ୍ୟାସ କିମ୍ବା ଘର ତିଆରି ପିଆଜ ନିର୍ଯ୍ୟାସ ଏହି ସଂକ୍ରମଣ କମାଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଏକ ଲିଟର ପାଣିରେ ମାଙ୍କୋଜେବ 3 ଗ୍ରାମ, କିମ୍ବା କାର୍ବେଣ୍ଡାଜିମ 1 ଗ୍ରାମ ହାରରେ ଲଗାଇବା ପୂର୍ବରୁ ବିହନ ସାମଗ୍ରୀକୁ 30 ମିନିଟ ପାଇଁ ଉପଚାର କରି ଛାଇରେ ଶୁଖାନ୍ତୁ।

ଏହାର କାରଣ କଣ

ସାଧାରଣତଃ କବକ ବାୟୁ ବାହିତ ହୋଇଥାଏ ଏବଂ ପ୍ରାଥମିକ ସଂକ୍ରମଣ ପତ୍ରର ତଳପଟେ ହୋଇଥା। ଜୀବାଣୁ ଜମିରେ ଥିବା ପୋଷକ ଗଛର ଶୁଖିଲା ପତ୍ରରେ ବଞ୍ଚି ରହିଥାଏ। ଦ୍ଵିତୀୟକ ସଂକ୍ରମଣ ଆସ୍କୋ ରେଣୁ ଦ୍ଵାରା ହୋଇଥାଏ ଯାହାକି ପରିପକ୍ଵ ଆସ୍କୋରୁ ବିସ୍ତାର ହୋଇ ସତେଜ ପତ୍ରକୁ ସଂକ୍ରମଣ କରିଥାଏ। ଖରା ଦିନେ, ଏହି ଜୀବାଣୁ ପତ୍ର ଅବଶେଷ, ମାଟି ଓ ପଡିଥିବା ପତ୍ରରେ ରହିଥାଏ। ଏହି ରୋଗ ପାଇଁ ଉଚ୍ଚ ମୃତ୍ତିକା ଆର୍ଦ୍ରତା, 25°C ତାପମାନ ଏବଂ ଆର୍ଦ୍ର ପତ୍ର ଅନୁକୂଳ ଅଟେ।


ସୁରକ୍ଷାତ୍ମକ ଉପାୟ

  • ଉପଯୁକ୍ତ ପରିଚ୍ଛନ୍ନତା ରକ୍ଷା କରନ୍ତୁ। ଜମିରେ ଜୀବାଣୁ ଉତ୍ସ କମାଇବା ପାଇଁ ସଂକ୍ରମିତ ଓ ଶୁଖିଲା ପତ୍ର ସଂଗ୍ରହ କରି ଜାଳି ଦିଅନ୍ତୁ। ରୋଗ-ମୁକ୍ତ ଅଞ୍ଚଳରୁ ବିହନ ସାମଗ୍ରୀ ଚୟନ କରନ୍ତୁ। ଯେଉଁଠି ସମ୍ଭବ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ