ଆଖୁ

ପୋକ୍କା ବୋଏଙ୍ଗ

Fusarium moniliforme

ଫିମ୍ପି

5 mins to read

ସଂକ୍ଷେପରେ

  • ଅଗ ଓ କ୍ଷତ କାଣ୍ଡରେ ବିକୃତି ଦେଖାଯାଏ। ନୂଆ ପତ୍ରର ମୂଳରେ ପାଣ୍ଡୁର ପ୍ୟାଚ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଏହି ରୋଗ ତିନୋଟି ମୁଖ୍ୟ ପର୍ଯ୍ୟାୟରେ ବିକଶିତ ହୋଇଥାଏ। ରୋଗର ସହଳ ଲକ୍ଷଣ ହେଉଛି ପ୍ରଥମ ପର୍ଯ୍ୟାୟରେ ନୂଆ ପତ୍ରର ମୂଳରେ ଓ ବେଳେବେଳେ ପତ୍ର ଫଳକର କିଛି ଅଂଶରେ ପାଣ୍ଡୁର ପ୍ୟାଚ ଦେଖାଯାଏ। ପତ୍ର କୁଞ୍ଚୁକୁଞ୍ଚିଆ, ମୋଡି ଓ ଛୋଟ ହୋଇଥାଏ। ପ୍ରଭାବିତ ପତ୍ରର ମୂଳ ସାଧାରଣ ପତ୍ରର ମୂଳ ଠାରୁ ଛୋଟ ହୋଇଥାଏ। ଅଗ ସଢା ପର୍ଯ୍ୟାୟ ଅତି ସାଂଘାତିକ ହୋଇଥାଏ, ଯେଉଁଥିରେ ପତ୍ର ମୋଡି ହୋଇ ବିକୃତି ଦେଖାଇଥାଏ। ଲାଲ ଦାଗ ଉଭେଇଯାଏ ଏବଂ ପତ୍ରର ମୂଳର ସମସ୍ତ ଅଂଶ ସଢିଯାଏ ଓ ଶୁଖିଯାଏ। ଅତିମାତ୍ରାରେ ସଂକ୍ରମଣ ହେଲେ, ଆଖି ଗଜା ହୋଇଯାଏ ଓ କାଣ୍ଡର ଅଗ୍ର ଅଂଶ ସାଂଘାତିକ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ। ତୃତୀୟ ପର୍ଯ୍ୟାୟକୁ ଛୁରି କଟା ଅବସ୍ଥା କୁହାଯାଏ, ଯେହେତୁ କାଣ୍ଡରେ ପ୍ରସ୍ଥଚ୍ଛେଦରେ ଚୋପା ଉପରେ କଟା ଦାଗ ଦେଖାଯାଏ। ପତ୍ର କାଢିଦେବା ପରେ କାଣ୍ଡ ଉପରେ ସ୍ପଷ୍ଟ ପାଣ୍ଡୁର ପ୍ୟାଚ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ଥାଏ, ଲଗାଇବା ପାଇଁ ପ୍ରତିରୋଧୀ କିମ୍ବା ମଧ୍ୟମ ଧରଣର ପ୍ରତିରୋଧୀ କିସମ ବ୍ୟବହାର କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା, ଉପଲବ୍ଧ ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ପୋକ୍କା ବୋଏଙ୍ଗ ରୋଗ ଫଳପ୍ରସୂ ଭାବରେ ହ୍ରାସ କରିବା ପାଇଁ କପର ଅକସିକ୍ଳୋରାଇଡ ଭଳି କବକନାଶୀ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ଫ୍ୟୁଜାରିଆମର ବିଭିନ୍ନ ଜାତି ଯଥା: ଫ୍ୟୁଜାରିଆମ ସବଗ୍ଲୁଟାନିସ, ଫ୍ୟୁଜାରିଆମ ଶାକାରି, ଫ୍ୟୁଜାରିଆମ ମନିଲିଫରମ ସେଲଡନ ଆଦି ଦ୍ଵାରା ଏହି କ୍ଷତି ହୋଇଥାଏ। ପ୍ରାଥମିକ ଭାବରେ, ଏହି ଜୀବାଣୁ ବାୟୁ ସ୍ରୋତ ଦ୍ଵାରା ବିସ୍ତାର ଲାଭ କରିଥାଏ ଏବଂ ପବନ ବାହିତ ରେଣୁ ପତ୍ର, ଫୁଲ ଓ କାଣ୍ଡରେ କୀଟ, ବିନ୍ଧାପୋକ ଓ ପ୍ରାକୃତିକ ବୃଦ୍ଧି ଫାଟରେ ବସତି ସ୍ଥାପନ କରିଥାଏ। ଦ୍ଵିତୀୟକ ସଂକ୍ରମଣ ସଂକ୍ରମିତ ବିହନ ସାମଗ୍ରୀ, ଜଳସେଚନ, ବର୍ଷା ଛିଟ ଏବଂ ମାଟି ଦ୍ଵାରା ହୋଇଥାଏ। ସାଧାରଣତଃ, ଆଂଶିକ ଖୋଲିଥିବା ପତ୍ରର ମୂଳର ଧାରରୁ ସଂକ୍ରମଣ ହୋଇଥାଏ। ପତ୍ର ମୂଳରେ ପ୍ରବେଶ କରିଥିବା ରେଣୁ ଅଙ୍କୁରିତ ହୋଇ ପତ୍ର ମୂଳର ଅନ୍ତଃ ଟିସୂ ମଧ୍ୟରେ ବୃଦ୍ଧି ଲାଭ କରିଥାଏ। ଏହା ଦ୍ଵାରା ପତ୍ର ଛୋଟ ଓ ବିକୃତି ହୋଇଥାଏ। ବିଭିନ୍ନ ପ୍ରକାର ପାରିପାର୍ଶ୍ଵିକ ଅବସ୍ଥା ଉପରେ ଏହି ରେଣୁର ବିସ୍ତାର ନିର୍ଭର କରିଥାଏ ଏବଂ ଶୁଖିଲା ଋତୁ ଓ ତାପରେ ଆର୍ଦ୍ର ପାଣିପାଗ ହେଲେ ଏହା ଅଧିକ ହୋଇଥାଏ। ଏହି ପରିସ୍ଥିତିରେ, ପତ୍ର ସଂକ୍ରମଣ ଅଧିକ ମାତ୍ରାରେ ବିକଶିତ ହୋଇଥାଏ, ଏବଂ ଏପରିକି ପ୍ରତିରୋଧୀ କିସମ ମଧ୍ୟ ନିର୍ଦ୍ଦିଷ୍ଟ ପତ୍ର ଲକ୍ଷଣ ମଧ୍ୟ ବେଳେବେଳେ ଦେଖାଯାଏ। ପ୍ରାକୃତିକ ପରିସ୍ଥିତିରେ, ଏହି ଜୀବାଣୁ ଗଛ ଅବଶେଷରେ 12 ମାସ ପର୍ଯ୍ୟନ୍ତ ବଞ୍ଚି ରହିପାରେ।


ସୁରକ୍ଷାତ୍ମକ ଉପାୟ

  • ରୋଗ ନିବାରଣ କରିବା ପାଇଁ ସୁସ୍ଥ କଟିଙ୍ଗ ବା ବିହନ ସାମଗ୍ରୀ ଲଗାନ୍ତୁ। ବିହନ ସାମଗ୍ରୀ 99% ଆର୍ଦ୍ରତା ଏବଂ 54°C ଥିବା ବାମ୍ଫରେ 2.5 ଘଣ୍ଟା ଉପଚାରିତ ହୋଇଥିବା ଫସଲରୁ ପ୍ରସ୍ତୁତ କରାଯାଇ ଥିବା ଉଚିତ। ପ୍ରଭାବିତ ଜମିରେ ଫସଲ ପର୍ଯ୍ୟାୟ ପାଳନ କରନ୍ତୁ। 'ଅଗ ସଢା' କିମ୍ବା 'ଛୁରୀ କଟା' ଚିହ୍ନ ଦେଖାଉଥିବା ବିହନ ସାମଗ୍ରୀକୁ ତତକ୍ଷଣାତ ବାହାରକୁ କାଢି ଦେବା ଉଚିତ। ପ୍ରଭାବିତ ଆଖୁବୁଦାକୁ ମୂଳ ସହିତ ଉପାଡି ଜାଳି ଦିଅନ୍ତୁ। ଯଥାଶୀଘ୍ର ରୋଗାକ୍ରାନ୍ତ ଫସଲ ଅମଳ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ