ବିନ

ବିନ ସୁନେଲି ମୋଜାଇକ ଭୂତାଣୁ

BGMV

ଭୁତାଣୁ

5 mins to read

ସଂକ୍ଷେପରେ

  • ଗାଢ ସବୁଜ ଶିରା ମଧ୍ୟବର୍ତ୍ତୀ ଜାଗା ଓ ଉଜ୍ଜଳ ସୁନେଲି ଶିରା ସହିତ ଜାଲ ଭଳି ଦେଖାଯାଉଥିବା ପାଣ୍ଡୁରତା ଦେଖାଯାଏ । ପତ୍ରଗୁଡ଼ିକ ତଳ ଆଡକୁ ମୋଡି ହୋଇଯାନ୍ତି , ଏବଂ ଠିକ ଭାବରେ ଖୋଲି ହୋଇ ରହିବାରେ ବିଫଳ ହୁଅନ୍ତି । ପତ୍ର କଠିନ ଓ ଚମଡା ଭଳି ହୋଇଯାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ବିନ

ଲକ୍ଷଣ

ପ୍ରାଥମିକ ଲକ୍ଷଣ ତ୍ରିପତ୍ରକ ଉପରେ ଦେଖାଯାଏ । ଉଜ୍ଜଳ ହଳଦିଆ , ପଣ୍ଡୁର ଶିରା ନୂଆରେ ବାହାରିଥିବା ପତ୍ର ଉପରେ ଦେଖାଯାଏ । ଶିରାର ପାଣ୍ଡୁରତ ବଢିଛଳେ ଓ ପତ୍ରକୁ ଜାଲ ଭଳି ଦେଖାଏ , ହଳଦିଆ ଶିରା ଓ ଗାଢ ସବୁଜ ଟିସୂ ସହିତ । ତାପରେ ପାଣ୍ଡୁରତା ବଢେ ଓ ବିଭିନ୍ନ ପ୍ରକାର ହଳଦିଆ ଛାଇରେ ଛିଟିଛିଟିକା ଦେଖାଯାଏ । ଲକ୍ଷଣ ଦେଖାଯିବାପରେ ପତ୍ର ବାହାରିଲେ ବିକୃତ, କଠିନ ଓ ଚମଡା ଭଳି ହୋଇଯାଏ । ଛୁଇଁ ବଡ ହୋଇପାରେ ନାହି ଓ କୁଞ୍ଚିତ ହୋଇଯାଇପାରେ । ସହଳ ଅବସ୍ଥାରେ ସଂକ୍ରମିତ ହେଲେ ଅଳ୍ପ ଛୁଇଁ ଓ ମଞ୍ଜି ହୁଏ ଏବଂ ଗୁଣ କମିଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଇରେସିନ ହେର୍ବସ୍ତି ( Herbst'ସ bloodleaf ) ଏବଂ ଫାଇଟୋଲାକା ଥାଇର୍ସୋଫ୍ଲୋରା ପତ୍ର ରସ ପ୍ରୟୋଗ କାଲେ ଜମିରେ ଏହି ସଂକ୍ରମଣ କମ କରିହେବ । ବିଭେରିଆ ବାସିଆନା ନାମକ ଉପକାରୀ କବକର ନିର୍ଯ୍ୟାସର ବୟସ୍କ , ଅଣ୍ଡା ଓ ଶୂକ ପ୍ରତି କୀଟନାଶକ ପ୍ରକୃତି ଅଛି ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଭୂତାଣୁ ପାଇଁ ରାସାଯନିକ ନିୟନ୍ତ୍ରଣ ସମ୍ଭବ ନାହି । ଧଳା ମାଛି ପାଇଁ ଅଳ୍ପ କେତେକ ଫଳପ୍ରସୂ ଉପଚାର ଅଛି ।

ଏହାର କାରଣ କଣ

ଏହି ଭୂତାଣୁ ଧଳା ମାଛି( ବେମିଶିଆ ଟାବାକି ) ଦ୍ଵାରା ପ୍ରାୟତଃ ସ୍ଥାୟୀ ଭାବରେ ପରିବାହିତ ହୁଏ । ଜମିରେ କମକରିବା ବେଳେ ଯାନ୍ତ୍ରିକ ଆଘାତ ଯୋଗୁଁ ଏହା ସଂକ୍ରମିତ ହୋଇପାରେ । ଗଛରୁ ଗଛକୁ ନେହି ଭୂତାଣୁ ଏକ ନିର୍ଦ୍ଧିଷ୍ଟ ପ୍ରଣାଳୀ ଭାବେ ପରିବାହିତ ହୁଏ ନାହି , କିମ୍ବା ଏହା ବିହନ ବା ରେଣୁ ବାହିତ ନୁହେ । ବିନ ସଂକ୍ରମିତ ହୁଏ ଯେତେବେଳେ ସାହାଜ୍ୟକାରୀ ଗଛ କିମ୍ବା ପୋଷକ ଗଛ ଜମିରେ ଥାଏ । ଏହି ଭୂତାଣୁ ପରିବାହିତ ଟିସୁରେ ପ୍ରଥମେ ବଂଶ ବିସ୍ତାର କରେ ଯେଉଁଥିପାଇଁ ଏହା ଶିରାରେ ପ୍ରଥମେ ଦେଖାଯାଏ । ଦେଖାଯିବା ଲକ୍ଷଣ ଓ ତାହାର ମାତ୍ରା ପ୍ରାୟତଃ 28 ଡିଗ୍ରୀ C ଓ ଅଧିକ ହେଲେ ଅନୁକୂଳ ହୁଏ । ଥଣ୍ଡା ପରିସ୍ଥିତି ( ପ୍ରାୟ 22 ଡିଗ୍ରୀ C ) ଭୁତାଣୁର ବଂଶ ବିସ୍ତାର ଓ ଲକ୍ଷଣ ପ୍ରକାଶ ବିଳମ୍ବ କରିଦିଏ।


ସୁରକ୍ଷାତ୍ମକ ଉପାୟ

  • ବଜାରରେ ପ୍ରତିରୋଧି କିସମ ଖୋଜନ୍ତୁ । ଜମି ଓ ଆଖପାଖରେ ଘାସ ଓ ବିକଳ୍ପ ପୋଷକ କାଢିନିଅନ୍ତୁ । ମାଛି ପତ୍ର ସମୂହ ଭିତରକୁ ଆସିବାରେ ବାଧାଦେବା ପାଇଁ ଗଛର ସଂଖ୍ୟା ଓ ଘଞ୍ଚତା ବଢନ୍ତୁ । ଧଳା ମାଛିର ସଂଖ୍ୟା କମାଇବାପାଇଂ ଆଚ୍ଛାଦନ କରନ୍ତୁ । ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ