ଅମୃତଭଣ୍ଡା

ଅମୃତଭଣ୍ଡା ମୋଜାଇକ ଭୂତାଣୁ

PapMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ରରେ ମୋଜାଇକ ଢାଞ୍ଚା ଦେଖାଯାଏ। ସାମାନ୍ୟ ବିକୃତ ପତ୍ର ଓ ରୁଗୁଡିଆ ବୃଦ୍ଧି ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଅମୃତଭଣ୍ଡା

ଲକ୍ଷଣ

ନୂଆ ପତ୍ରରେ ସଂକ୍ରମଣର ଲକ୍ଷଣ ଅଧିକ ଥାଏ ଏବଂ ହାଲୁକା ପତ୍ର ମୋଜାଇକ ଢାଞ୍ଚା ଓ ସାମାନ୍ୟ ବିକୃତି ଦେଖାଯାଏ। ହଳଦିଆ ସବୁଜ ପତ୍ର ଫଳକ ଉପରେ ଗାଢ ସବୁଜ ଫୋଟକା ଭଳି ପ୍ୟାଚ ଦେଖାଯାଏ। ରୋଗର ବିଳମ୍ବ ଅବସ୍ଥାରେ, ପତ୍ର ଶିରା ସ୍ପଷ୍ଟ ହୋଇଥାଏ, ଡେମ୍ଫ ଛୋଟ ହୋଇଥାଏ ଓ ପତ୍ର ଉପରକୁ ସିଧା ରହି ତଳ ଆଡକୁ ଗୁଡେଇ ହୋଇଥାଏ। ଗଛର ଅନ୍ୟ ଅଂଶ (କାଣ୍ଡ, ଫୁଲ) ପ୍ରଭାବିତ ହୁଏନାହିଁ। ଗଛ ମଧ୍ୟମ ଧରଣର ରୁଗୁଡିଆ ବୃଦ୍ଧି ଦେଖାଏ, ଯାହାକି ଯେତେବେଳେ ସୁସ୍ଥ ଗଛ ସହିତ ତୁଳନା କଲେ ଜଣା ପଡିଥାଏ।

Recommendations

ଜୈବିକ ନିୟନ୍ତ୍ରଣ

କାମ କରୁଥିବା ଉପକରଣକୁ ବିଶୋଧନ କରନ୍ତୁ କିମ୍ବା ଭୂତାଣୁ ମାରିବା ପାଇଁ 150°C ରେ ଓଭନରେ ଗରମ କରନ୍ତୁ। ଉପକରଣ କିମ୍ବା ଗ୍ଲୋବକୁ ସୋଡିଅମ ହାଇପୋକ୍ଳୋରାଇଟର 0.525% ରେ ବୁଡା ଯାଇପାରେ ଏବଂ ପରେ ପାଣିରେ ଧୁଆ ଯାଇପାରେ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଭୂତାଣୁ ପାଇଁ କୌଣସି ରାସାୟନିକ ଉପଚାର ନାହିଁ।

ଏହାର କାରଣ କଣ

ଏହି ଭୂତାଣୁ ଅମୃତଭଣ୍ଡା ଓ ଅନ୍ୟ ଫସଲ ଉଦାହରଣ ସ୍ୱରୂପ, କୁକୁରବିଟ ପରିବାରର ଫସଲ କୁ ପ୍ରଭାବିତ କରିଥାଏ। ଯାନ୍ତ୍ରିକ ଆଘାତ ଦ୍ଵାରା ଏହା ଗୋଟିଏ ଗଛରୁ ଅନ୍ୟ ଗଛକୁ ବିସ୍ତାର ଲାଭ କରିଥାଏ। ରୋଗ ବିସ୍ତାରର ଅନ୍ୟ ଉପାୟ ହେଲା ସଂକ୍ରମିତ ରୋପଣ ସାମଗ୍ରୀ ସହିତ କଲମିକରଣ। ଅନେକ ସମୟରେ ଏହା ଅନ୍ୟ ଭୂତାଣୁ ଜନିତ ରୋଗ ସହିତ ମିଶି ରହିଥାଏ ଏବଂ ସେହି କ୍ଷେତ୍ରରେ ଲକ୍ଷଣ ବଦଳି ପାରେ। ଅମୃତଭଣ୍ଡାରେ ଏହି ଭୂତାଣୁ କମ ଗୁରୁତ୍ଵ ବହନ କରିଥାଏ, କିନ୍ତୁ ଯଦି ଉପଯୁକ୍ତ ପରିସ୍ଥିତି ମିଳିଥାଏ, ଏହା ଅଧିକ ଅମଳ କ୍ଷତି ଘଟାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ କିମ୍ବା ସୁସ୍ଥ ଗଛରୁ ବିହନ କିମ୍ବା ଚାରା ଆଣି ଲଗାନ୍ତୁ। ପୋଷକ ନଥିବା ଫସଲ ସହିତ ଫସଲ ପର୍ଯ୍ୟାୟ କରନ୍ତୁ। ସଂକ୍ରମିତ ନଥିବା ଜମିକୁ ସଂକ୍ରମିତ ମାଟି କିମ୍ବା ରୋପଣ ସାମଗ୍ରୀ ନେବା ପ୍ରତି ସାବଧାନ ରୁହନ୍ତୁ। ସଂକ୍ରମିତ ଗଛ କିମ୍ବା ଗଛ ଅଂଶ ଚିହ୍ନଟ କରନ୍ତୁ ଓ କାଢି ନଷ୍ଟ କରନ୍ତୁ। ତାପ ଓ ଅନ୍ୟ ପ୍ରଣାଳୀରେ ଯନ୍ତ୍ରପାତି ଓ ଉପକରଣ ବିଶୋଧନ କରନ୍ତୁ। ହାତ ଓ ପୋଷାକ ସଫା ରଖନ୍ତୁ ଓ ଗ୍ଲୋବ ପିନ୍ଧନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ