ମକା

ମକା ପତ୍ର ଦାଗ ଭୂତାଣୁ

MSV

ଭୁତାଣୁ

5 mins to read

ସଂକ୍ଷେପରେ

  • ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ଛୋଟ, ବର୍ଣହୀନ, ଗୋଲାକାର ଦାଗ କଅଁଳ ପତ୍ରର ମୂଳରେ ଦେଖା ଯାଇଥାଏ । ଏହି ଦାଗ ଗୁଡିକର ସଂଖ୍ୟା ବଢିବାକୁ ଲାଗିଥାଏ ଓ ପରସ୍ପର ସହ ମିଶି ଯାଇ ପାରନ୍ତି । ଏମାନେ ପତ୍ର ଶିରା ସମାନ୍ତରରେ ପତଳା, ଧଳାରୁ ହଳଦିଆ ରଂଗର ଦାଗ ଧାର ଉପରେ ସୃଷ୍ଟି କରି ଥାଆନ୍ତି । ଏମାନେ ସମ୍ପୂର୍ଣ ପତ୍ରକୁ ଆଛାଦିତ କରି ଦେଇ ପାରନ୍ତି ଓ ଶେଷରେ ଫସଲ ରୁଗୁଡିଆ ହୋଇଯାଏ, ମକା ମୁଣ୍ଡାର ଅସମ୍ପୂର୍ଣ ବିକାଶ ଓ ଦାନା ପୁରଣରେ ବାଧା ଆସେ ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ
ବାର୍ଲି
ମକା
ଜୋଆର
ଆଖୁ
More

ମକା

ଲକ୍ଷଣ

ରୋଗର ଲକ୍ଷଣ ଗୁଡିକ ଫସଲର କିସମ ଓ ପାଣିପାଗ ଅବସ୍ଥା ଉପରେ ନୀର୍ଭର କରି ଅଲଗା ହୋଇଥାଏ । ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ଛୋଟ, ବର୍ଣହୀନ, ଗୋଲାକାର ଦାଗ କଅଁଳ ପତ୍ରର ମୂଳରେ ଦେଖା ଯାଇଥାଏ । ରୋଗ ବଢିବା ସହ,ଏହି ଦାଗ ଗୁଡିକର ସଂଖ୍ୟା ବଢିବାକୁ ଲାଗିଥାଏ ଓ ପରସ୍ପର ସହ ମିଶି ଯାଇ ପାରନ୍ତି । ସଂବେଦନଶୀଳ କିସମରେ ଏମାନେ ପତ୍ର ଶିରା ସମାନ୍ତରରେ ପତଳା, ଧଳାରୁ ହଳଦିଆ ରଂଗର ଦାଗ ସୃଷ୍ଟି କରି ଥାଆନ୍ତି । ଯଦି ଫସଲ ବିକାଶର ପ୍ରାରମ୍ଭିକ ସ୍ତରରେ ସଂକ୍ରମଣ ଦେଖା ଯାଏ ତାହେଲେ ଦାଗ ଗୁଡିକ ସମ୍ପୂର୍ଣ ପତ୍ରକୁ ଆଛାଦିତ କରି ଦେଇ ପାରନ୍ତି ଓ ଶେଷରେ ଫସଲର ବୃଦ୍ଧି ରୁଗୁଡିଆ ହୋଇଯାଏ, ଫୁଲ ଓ ମକା ମୁଣ୍ଡାର ଅସମ୍ପୂର୍ଣ ବିକାଶ ଓ ଦାନା ପୁରଣରେ ବାଧା ଆସେ ।

Recommendations

ଜୈବିକ ନିୟନ୍ତ୍ରଣ

ଏମ.ଏସ.ଭି. ବିରୋଧରେ ଜୈବୀକ ଉପଚାର ପାଇଁ ଅନ୍ୟ କୌଣସି ବିକଳ୍ପ ଉପାୟ ନାହିଁ. ଯଦି ଆପଣ ଏହି ରୋଗକୁ ରୋକିବାରେ ସହାୟକ ହେଉଥିବା କିଛି ଉପାୟ ବିଷୟରେ ଜାଣିଛନ୍ତି ତେବେ ଦୟା କରି ଆମ ସହ ସଂପର୍କ କରନ୍ତୁ. ଆପଣଂକ ଠାରୁ ଶୁଣିବା ପାଇଁ ଆମେ ଆଶା କରୁଛୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ସମ୍ଭବ ତାହାଲେ ସର୍ବଦା , ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଯୋଜନା କରନ୍ତ । .ଭୂତାଣୁଜନିତ ରୋଗ ଗୁଡିକ ପାଇଁ କୌଣସି ଜୈବୀକ ଉପଚାର ଉପଲବ୍ଧ ନାହିଁ. ସାଧାରଣତଃ ରୋଗବାହକଙ୍କ ସଂଖ୍ୟା କମ୍ କରିବା ଦ୍ୱାରା ରୋଗ ବ୍ୟାପିବା ହାର ମଧ୍ୟ କମ୍ ହୋଇଥାଏ । ଡାଇମେଥୋଲେଟ୍ କିମ୍ବା ମାଲାଥିୟନ୍ ଉପରେ ଆଧାରିତ ସାମଗ୍ରୀକୁ ପତ୍ରସମୂହ ଉପରେ ସ୍ପ୍ରେ କରା ଯାଇପାରେ କିନ୍ତୁ ଅମଳଜନିତ କ୍ଷତି ଓ ରୋଗ ବ୍ୟାପିବାର ଅନିଶ୍ଚିତତା ପାଇଁ ଏହି ଉପଚାର ବିଷୟରେ ଭଲ ଭାବେ ଚିନ୍ତା କରି ନିଅନ୍ତୁ.

ଏହାର କାରଣ କଣ

ମକା ପତ୍ର ଗାର ରୋଗକୁ ମୂଖ୍ୟତଃ ଆଫ୍ରକୀୟ ରୋଗ ହିସାବରେ ଗଣା ଯାଏ, କିନ୍ତୁ ଦକ୍ଷିଣ-ପୂର୍ବ ଏସିଆରେ ମଧ୍ୟ ଏହା ଦେଖା ଯାଇଅଛି । ଏହା ଏକ ଭୂତାଣୁ ଯୋଗୁଁ ହୋଇଥାଏ ଯାହାକି ସିକାଡୁଲିନା ଝିଣ୍ଟିକାର କିଛି ପ୍ରଜାତି ଦ୍ୱାରା ବ୍ୟାପି ଥାଏ । ଏମାନେ କଅଁଳ ବଢୁଥିବା ପତ୍ରକୁ ଖାଇ ଏହି ଭୂତାଣୁକୁ ହାସଲ କରି ଥାଆନ୍ତି. ପାଣିପାଗ ଅବସ୍ଥା ଉପରେ ନୀର୍ଭର କରି, ଏହି କୀଟ ମାନଙ୍କର ଜୀବନଚକ୍ର 22 ରୁ 45 ଦିନ ମଧ୍ୟରେ ହୋଇଥାଏ । 20 - 35°C ମଧ୍ୟରେ ତାପମାତ୍ରା ଏହି ରୋଗର ବୃଦ୍ଧି ପାଇଁ ସର୍ବୋତ୍ତମ ହୋଇଥାଏ ଓ ଫଳସ୍ୱରୂପ ଫସଲରେ ଏହି ରୋଗ ହେବାର ସମ୍ଭାବନା ବଢି ଯାଏ । ବହୁତ ଶସ୍ୟ ଜାତୀୟ ଫସଲ ଏହି ଭୂତାଣୁ ପାଇଁ ବିକଳ୍ପ ପୋଷକ ହୋଇ ଥାଆନ୍ତି (ଗହମ, ଜଅ, ରାଇ,ବାର୍ଲି , ଜୋୱାର ଇତ୍ୟାଦି).


ସୁରକ୍ଷାତ୍ମକ ଉପାୟ

  • ସୁସ୍ଥ କିମ୍ବା ପ୍ରାମାଣିକ ସୁତ୍ରରୁ ଅଣା ଯାଇଥିବା ବିହନକୁ ହିଁ ବ୍ୟବହାର କରନ୍ତୁ.
  • ଉପଲବ୍ଧ ଥିବା ପ୍ରତିରୋଧୀ ବା ସହିଷ୍ଣୁ କିସମର ଫସଲ ବୁଣନ୍ତୁ.ଝିଣ୍ଟିକା ଭଳି କୀଟକୁ ଆକର୍ଷଣ କଲା ଭଳି ବିକଳ୍ପ ପୋଷକ ଫସଲ ସହ ପର୍ଯ୍ୟାୟ କରନ୍ତୁ ଓ ଯାହା ଦ୍ୱାରା କି ଫସଲରେ ଏହି ସଂକ୍ରମଣ ସଂଖ୍ୟା କମି ଯିବ । ଝିଣ୍ଟିକା ମାନଙ୍କ ଚଳପ୍ରଚଳକୁ ସୀମିତ କରିବା ପାଇଁ ବାଡ ବ୍ୟବହାର କରନ୍ତୁ । ଜମିର ନୀରିକ୍ଷଣ କରନ୍ତୁ, ସଂକ୍ରମିତ ଫସଲକୁ କାଢି ଦିଅନ୍ତୁ ଓ ଧ୍ୱଂସ କରି ଦିଅନ୍ତୁ । ଜମି ଭିତରେ ଓ ଚାରି ପଟେ ଅନାବନା ଘାସକୁ ନିୟନ୍ତ୍ରଣ କରନ୍ତୁ.
  • ଦୁଇ ପ୍ରକାର ମକା ଫସଲର ଗୋଟିଏ ଜମିରେ ଚାଷ କରନ୍ତୁ ନାହି । ଶିମ୍ବ ଜାତୀୟ ଫସଲ ଯେପରିକି ବିନ୍ସ, ଝୁଡୁଙ୍ଗ କିମ୍ବା ପୋଷକ ନଥିବା ଫସଲ ସହ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ