ଟମାଟ

ଟମାଟୋ ହଳଦିଆ ପତ୍ର କୁଞ୍ଚନ ଭୂତାଣୁ

TYLCV

ଭୁତାଣୁ

5 mins to read

ସଂକ୍ଷେପରେ

  • ହଳଦିଆ ଓ କୁଞ୍ଚିତ ପତ୍ର, ରୁଗୁଡିଆ ବୃଦ୍ଧି , କମ ସଂଖ୍ୟା ଫଳ.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଟମାଟ

ଲକ୍ଷଣ

ଚାରା ଅବସ୍ଥାରେ ଗଛକୁ ସଂକ୍ରମଣ କଲେ , ଟମାଟୋ ହଳଦିଆ ପତ୍ର କୁଞ୍ଚନ ଭୂତାଣୁ ନୂଆ ପତ୍ର ଓ ଡାଳକୁ ଅଧିକ ରୁଗୁଡିଆ କରେ , ଫଳରେ ଗଛ ବୁଦା ଭଳି ଦେଖାଯାଏ . ପୁରୁଣା ଗଛରେ , ସଂକ୍ରମଣ ଅତ୍ୟଧିକ ଶାଖା ସୃଷ୍ଟି କରେ , ବହଳିଆ ଓ କୁଞ୍ଚିତ ପତ୍ର ଓ ଅନ୍ତଃ ଶିରା ପାଣ୍ଡୁରତା ପତ୍ର ଉପରେ ସ୍ପଷ୍ଟ ଭାବରେ ଦେଖାଯାଏ । ରୋଗର ବିଳମ୍ବ ଅବସ୍ଥାରେ , ସେମାନେ ଚମଡା ଭଳି ହୋଇଥାନ୍ତି ଏବଂ ସେମାନଙ୍କର ପାଣ୍ଡୁର ଧାର ଉପର ଆଡକୁ ଓ ଭିତରକୁ ଗୁଡେଇ ହୁଏ । ଯଦି ଫୁଲ ଅବସ୍ଥା ପୂର୍ବରୁ ସଂକ୍ରମଣ ହୁଏ ,ଫଳ ସଂଖ୍ୟା ଯଥେଷ୍ଟ କମିଯାଏ , ଯଦିଓ ଏହା ପୃଷ୍ଠରେ କିଛି ଲକ୍ଷଣ ଦେଖାଯାଏ ନାହି ।

Recommendations

ଜୈବିକ ନିୟନ୍ତ୍ରଣ

ଟମାଟୋ ହଳଦିଆ ପତ୍ର କୁଞ୍ଚନ ଭୂତାଣୁ ପାଇଁ କୌଣସି ଉପଚାର ନାହି । ଭୂତାଣୁ ସଂକ୍ରମଣ ଠାରୁ ଦୂରରେ ରହିବାକୁ ହେଲେ ଧଳାମାଛି ନିୟନ୍ତ୍ରଣ କରନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଥରେ ଭୂତାଣୁ ଦ୍ଵାରା ସଂକ୍ରମିତ ହେଲେ , ସଂକ୍ରମଣ ପାଇଁ କୌଣସି ଉପଚାର ନାହି। ଭୂତାଣୁ ସଂକ୍ରମଣ ଦୂରେଇବା ପାଇଁ ଧଳାମାଛି ନିୟନ୍ତ୍ରଣ କରନ୍ତୁ । ପାଇରେଥ୍ରୋଇଡ୍ସ ପରିବାରର କୀଟନାଶକ ମାଟି ଓଦା ଉପଚାର ପାଇଁ ବ୍ୟବହାର କରାଯାଏ କିମ୍ବା ଚାରା ଅବସ୍ଥାରେ ସିଂଚନ କଲେ ଧଳା ମାଛି ସଂଖ୍ୟା କମେ । ଯାହାହେଲେବି, ଏହାର ବହୁଳ ବ୍ୟବହାର ଧଳାମାଛିରେ ପ୍ରତିରୋଧ ଶକ୍ତି ବୃଦ୍ଧି କରିପାରେ ।

ଏହାର କାରଣ କଣ

ଟମାଟୋ ହଳଦିଆ ପତ୍ର କୁଞ୍ଚନ ଭୂତାଣୁ ବିହନ ବାହିତ ନୁହେ ଏବଂ ଏହା ଯାନ୍ତ୍ରିକ ଭାବରେ ପରିବାହିତ ହୁଏ ନାହି । ଏହା ବେମିସିଆ ଟାବାକୀ ପ୍ରଜାତିର ଧଳା ମାଛି ଦ୍ଵାରା ବିସ୍ତାର ହୁଏ । ଏହି ଧଳା ମାଛିମାନେ ଅନେକ ଗଛର ପତ୍ର ତଳ ପଟେ କ୍ଷାନ୍ତି ଏବଂ ନୂଆ କୋମଳ ଗଛ ଦ୍ଵାରା ଆକ୍ରୁଷ୍ଟ ହୁଅନ୍ତି । ପୁରା ସଂକ୍ରମଣ ଚକ୍ର 24 ଘଣ୍ଟା ମଧ୍ୟରେ ହୁଏ ଏବଂ ଉଚ୍ଚତାପମାତ୍ରା ଓ ଶୁଖିଲା ପାଗ ଦ୍ଵାରା ତ୍ୱରାନ୍ୱିତ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ପ୍ରତିରୋଧି କିମ୍ବା ସହନୀୟ କିସମ ବ୍ୟବହାର କରନ୍ତୁ । ଧଳା ମାଛିର ଅଧିକ ସଂଖ୍ଯାକୁ ଦୂରେଇବାକୁ ଶୀଘ୍ର ଲଗାନ୍ତୁ । ଅସମ୍ବେଦନଶୀଳ ଗଛ ଯଥା କାକୁଡି ଓ ଫୁଟି ସହିତ ଅନ୍ତଃ ଫସଲ କରନ୍ତୁ । ଗଛ ପାଖକୁ ଧଳା ମାଛି ନ ଆସିବା ପାଇଁ ମଞ୍ଜିବାଡରେ ଜାଲ ଆବରଣ କରନ୍ତୁ । ଫସଲ ପାଖରେ ବିକଳ୍ପ ପୋଷକ ଗଛ ଲଗାନ୍ତୁ ନାହି । ଧଳା ମାଛିଡ଼ ଜୀବନ ଚକ୍ର ଭାଙ୍ଗିବା ପାଇଁ ମଞ୍ଜିବାଡ ବା ଜମି ଛାଦିକରଣ କରନ୍ତୁ । ପୋକସମୂହକୁ ଧରିବା ପାଇଁ ହଳଦିଆ ଅଠା ପ୍ଲାଷ୍ଟିକ ଜନ୍ତା ବ୍ୟବହାର କରନ୍ତୁ । ଜମି ନିରୀକ୍ଷଣ କରନ୍ତୁ , ରୋଗା ଗଛ ହାତରେ କାଢନ୍ତୁ ଓ ଦୂରରେ ପୋତନ୍ତୁ । ଜମିରେ ଓ ଆଖପାଖରେ ଘାସ କାଢନ୍ତୁ । ଅମଳ ପରେ ଗଭୀର ଚାଷ କରି ଗଛ ଅବଶେଷ ପୋତନ୍ତୁ ବା ପୋଡନ୍ତୁ । ଅସମ୍ବେଦନଶୀଳ ଗଛ ସହ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ