MCMV
ଭୁତାଣୁ
5 mins to read
ବିଭିନ୍ନ କିସମ ବା ସଙ୍କର କିସମ ଓ ସଂକ୍ରମଣ ସମୟରେ ଗଛର ଅବସ୍ଥା ଅନୁସାରେ ଲକ୍ଷଣର ମାତ୍ରା ଭିନ୍ନ ଭିନ ହୁଏ । ଏହି ରୋଗଟି ପତ୍ର ଉପରେ ଅନେକ ସଂଖ୍ୟକ, ଛୋଟ ହଳଦିଆ ଦାଗ ଓ ପତ୍ରଶୀରାର ସମାନ୍ତରରେ ଧାର ଦ୍ୱାରା ଦେଖା ଯାଇଥାଏ । ଯେମିତି ୟେ ବଢି ଚାଲନ୍ତି ଓ ପରସ୍ପରର ସହ ମିଶି ଯାଆନ୍ତି ଓ ପାଣ୍ଡୁର ଟିସୂ ଉପରେ ଲମ୍ବା ଧାର, ଦାଗ ଓ ଘା ଦେଖା ଯାଇଥାଏ, ଶେଷରେ ଫଳସ୍ୱରୁପ ପତ୍ରଟି ମରିଯାଇଥାଏ । ଫସଲରେ ଛୋଟ ପବ ସହ ରୁଗୁଡିଆ ବୃଦ୍ଧି ହେବା ଦେଖା ଯାଇଥାଏ ।ଅଳ୍ପ ଶୂଳିଆ ଓ ଛୋଟ ଡେମ୍ଫ ସହ ଅଣ୍ଡିରା ଫୁଲ ବିକୃତ ହୁଏ । ବିଶେଷତଃ ସଂବେଦନଶୀଳ ଫସଲରେ ବା ସଂକ୍ରମଣ ଶୀଘ୍ର ହୋଇଗଲେ ଚଁଅର ଭଲରେ ବଢି ପାରନ୍ତିନି ଓ ଗଛ ପ୍ରତି କମ୍ ଚଁଅର ଥାଏ ।
ଭୂତାଣୁ ଜନିତ ରୋଗର କୌଣସି ସିଧାସଳଖ ନିୟନ୍ତ୍ରଣ କରିବାର ଉପାୟ ନାହିଁ । ଏହି ଭୂତାଣୁ ଜନିତ ଘଟଣାକୁ ରୋକିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଉଛି ପ୍ରତିରୋଧି କିସମର ଫସଲ ଚାଷ କରିବା। ଏହି ଭୂତାଣୁର ରୋଗବାହକ ଭାବେ କାର୍ଯ୍ୟ କରୁଥିବା ବିରୁଡି, ପୋକ କିମ୍ବା କୀଟର ଜୈବୀକ ନିୟନ୍ତ୍ରଣ ବିଷୟରେ ଜାଣିବା ପାଇଁ ଦୟାକରି ଡାଟାବେଶ୍ ରେ ଖୋଜନ୍ତୁ.
ଯଦି ସମ୍ଭବ ତାହାଲେ ସର୍ବଦା ଏକ ସମନ୍ଵିତ ନିବାରଣ ଉପାୟ ସହ ଜୈବୀକ ଉପଚାରର ଏକୀକୃତ ଭାବେ ପ୍ରୟୋଗ କରିବା ପାଇଁ ଯୋଜନା କରନ୍ତୁ । ରସାୟନିକ ସାମଗ୍ରୀ ପ୍ରୟୋଗ କରି ଭୂତାଣୁ ଜନିତ ରୋଗର ସିଧାସଳଖ ନିୟନ୍ତ୍ରଣ କରା ଯାଇ ପାରିବ ନାହିଁ । ଯାହାହେଲେବି , ରୋଗବାହକ କୀଟମାନେ ଯେଉଁ ମାନେକି ଭୂତାଣୁକୁ ପରିବାହିତ କରନ୍ତି, ସେମାନଂକୁ କୀଟନାଶକ ସହାୟତାରେ ନିୟନ୍ତ୍ରଣ କରା ଯାଇ ପାରିବ।
ଲକ୍ଷଣ ଗୁଡିକ (ଏମ୍.ସି.ଏମ୍.ଭି) ନାମକ ଏକ ଭୂତାଣୁ ଯୋଗୁଁ ହୋଇଥାଏ ଯାହାକି କିଛି କୀଟ ପତଂଗ ଯେପରିକି ପତ୍ରଡିଆଁ ପୋକ, ବୀରୁଡି ଓ କିଛି ପ୍ରଜାତିର ପୋକ ଯେପରିକି (ଟେଟ୍ରନିକୁସ୍ ଏସ୍ପିପି) ଓ କୀଟ ଯେପରିକି(ଫ୍ରଂକ୍ଲିନିଏଲା ଏସ୍ପିପି) ଦ୍ୱାରା ପରିବାହିତ ହୋଇଥାଏ । ସଂକ୍ରମିତ ଫସଲ ସାମଗ୍ରୀ ମାଧ୍ୟମରେ ମକା ଫସଲର ନୂଆ କ୍ଷେତ୍ରରେ ଏମ୍.ସି.ଏମ୍.ଭି ସାଧାରଣତଃ ପ୍ରବିଷ୍ଟ ହୋଇଥାଏ । ଥରେ ପ୍ରବେଶ କରିବା ପରେ ଏହା ସୁସ୍ଥ ମକା ଗଛକୁ ଲଗାତାର୍ ଭାବେ ଏହି କୀଟ ପତଂଗଂକ ଖାଦ୍ୟ ମାଧ୍ୟମରେ ସଂକ୍ରମିତ କରିଚାଲେ । ଜମିରେ ଫସଲ ନଥିବା ସମୟରେ ଏହା ଲାର୍ଭା ସ୍ତରରେ ଥିବା ବେଳେମଧ୍ୟ ବଂଚି ରୁହନ୍ତି । କିନ୍ତୁ ଯାନ୍ତ୍ରିକ କ୍ଷତ ମାଧ୍ୟମରେ ସଂକ୍ରମଣ ହେବା ମଧ୍ୟ ସମ୍ଭବପ। . ଉଚ୍ଚ ତାପମାତ୍ରା, ଫସଲ ଚାପ ଓ ଦୀର୍ଘ କାଳ ଧରି ଓଦା ପାଣିପାଗ ରୋଗର ସଂକ୍ରମଣ ପାଇଁ ଅନୁକୂଳ ହୋଇଥାଏ ।