ସିମଳା ଏବଂ ଲଙ୍କା

ସିମଳା ଲଙ୍କାରେ କାକୁଡି ମୋଜାଇକ ଭୁତାଣୁ

CMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପତ୍ର ଓ ଫଳରେ ମୋଜାଇକ ପ୍ୟାଟର୍ନ ଦେଖାଯାଏ.
  • ବାଦାମୀ ଦାଗ ଓ ରଙ୍ଗହୀନ ଚକଡା ଫଳରେ ଦେଖାଯାଏ.
  • ପତ୍ର ଓ ଡେମ୍ଫ ବିକୃତ ହୋଇଯାଏ ଓ ଶୁକୁଡିଯାଏ.
  • ଗଛ ବାଙ୍ଗରା ହୋଇ ବଢିଥାଏ ଏବଂ ଫୁଲରେ ଧଳା ଗାର ଦେଖାଯାଏ.

ମଧ୍ୟ ଦେଖା ଯାଇପାରେ


ସିମଳା ଏବଂ ଲଙ୍କା

ଲକ୍ଷଣ

ଫସଲର କିସମ ତଥା ପରିବେଶ ଉପରେ ନିର୍ଭର କରି ଲକ୍ଷଣଗୁଡିକ ବ୍ୟାପକ ଭାବେ ବିଭିନ୍ନ ପ୍ରକାର ହୋଇଥାଏ. କେତେକ କ୍ଷେତ୍ରରେ ଏହି ଭୁତାଣୁ ଥାଏ କିନ୍ତୁ ଲକ୍ଷଣ ଲୁଚି ରହିଥାଏ କିମ୍ବା ଘୋଡାଇ ହୋଇଯାଇଥାଏ. ସମ୍ବେଦନଶୀଳ କିସମରେ ହଳଦିଆ ଚକଡା କିମ୍ୱା ଇସତ ସବୁଜ ଏବଂ ହଳଦିଆ ଦାଗ ପତ୍ର ଓ ଫଳରେ ଦେଖାଦେଇଥାଏ. କେତେକ କିସମରେ ସ୍ପଷ୍ଟ ବଳୟାକୃତି ଦାଗ ର ପ୍ୟାଟର୍ନ କିମ୍ବା ଶୁଖିଲା ଗାର ଦେଖା ଯାଇପାରେ. ନୁଆଁ ପତ୍ରଗୁଡ଼ିକ ମୋଚାମୋଚି ହୋଇ ଏବଂ ସରୁ ହୋଇଯାଏ ଏବଂ ଡାଳପତ୍ର ମଳିନ ଇସତ ସବୁଜ ରଙ୍ଗ ହୋଇଯାଏ ଓ ଏହା ଚମଡା ପରି ଦେଖାଯାଏ. ପୁରା ଗଛ ବିକୃତ ତଥା ବାଙ୍ଗରା ହୋଇଯାଏ ଯାହା ବୁଦା ପରି ଦେଖାଯାଏ ଏବଂ ଅଧିକାଂଶ ସମୟରେ ଫଳ ଧରେ ନାହିଁ. ଯଦି ଫଳ ହୁଏ, ତାହେଲେ ଏଥିରେ ଅଂସଖ୍ୟ ବାଦାମୀ ଦାଗ ଯେଉଁଥିରେ ବେଳେବେଳେ ହଳଦିଆ ବଳୟ ଦେଖାଯାଏ.

Recommendations

ଜୈବିକ ନିୟନ୍ତ୍ରଣ

ଖଣିଜ ତେଲର ସ୍ପ୍ରେ କରି ଆଫିଡ଼ ମାନଙ୍କୁ ଗଛରେ ଖାଇବାରୁ ଦୂର କରାଇ ହେବ ଏବଂ ଆଫିଡ଼ ସଂଖ୍ୟା ନିୟନ୍ତ୍ରଣ କରିହେବ.

ରାସାୟନିକ ନିୟନ୍ତ୍ରଣ

ସବୁବେଳେ ସମନ୍ବିତ ଉପାୟ ରେ ସୁରକ୍ଷାତ୍ମକ ଉପଚାର ଏବଂ ଉପଲବ୍ଧ ଜୈବିକ ନିୟନ୍ତ୍ରଣ ସହିତ କରିବା ଦରକାର. CMV ନିୟନ୍ତ୍ରଣ ପାଇଁ କିମ୍ବା ଏହାକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ କୌଣସି ପ୍ରଭାବୀ ରାସାୟନିକ ଉପାୟ ନାହିଁ. ଏହି ଭୁତାଣୁର ବାହକ ଆଫିଡ଼ ନିୟନ୍ତ୍ରଣ କରିବା ପାଇଁ ସାଇପରମେଥ୍ରୀନ କିମ୍ବା କ୍ଲୋରୋପାଇରିଫସ ଥିବା କୀଟନାଶକ ସ୍ପ୍ରେ କରାଯାଇପାରେ.

ଏହାର କାରଣ କଣ

କାକୁଡ଼ିର ମୋଜାଇକ ଭୁତାଣୁ (CMV) ଦ୍ୱାରା ଏହି ରୋଗର ଲକ୍ଷଣ ଦେଖାଯାଇଥାଏ ଯାହା ବିଭିନ୍ନ ପ୍ରକାର ଫସଲ (ଫସଲ ଏବଂ ଅନେକ ପ୍ରକାରର ଫୁଲ ଗଛ ଯେମିତିକି କଇଁ, ଡେଲଫିନିଅମ, ପ୍ରିମୁଲା ଓ ଡ଼ାଫନେ) ରେ ସଂକ୍ରମିତ ହୋଇଥାଏ. ଏହି ଭୁତାଣୁ 60-80 ଜାତିର ଆଫିଡ଼ ଦ୍ୱାରା ସଂକ୍ରମିତ ହୋଇଥାଏ. ସଂକ୍ରମିତ ବିହନ, ଚାରା କିମ୍ବା କଲମୀ ଏବଂ କୃଷି କାର୍ଯ୍ୟ କରୁଥିବା ଲୋକମାନଙ୍କ ହାତ ତଥା ଉପକରଣ ଦ୍ୱାରା ମଧ୍ୟ ଏହି ରୋଗ ବ୍ୟାପିଥାଏ. CMV ଚିରସ୍ଥାୟୀ ବାଳୁଙ୍ଗା ଫୁଲ ଗଛ ଏବଂ ସଂକ୍ରମଣ କରୁଥିବା ଫସଲରେ ମଧ୍ୟ ଯେମିତିକି ମୂଳ, ମଞ୍ଜି କିମ୍ବା ଫୁଲରେ ସୁପ୍ତ ଅବସ୍ଥାରେ ଶୀତଦିନରେ ବଞ୍ଚିପାରେ. ପ୍ରାଥମିକ ସଂକ୍ରମଣ ହିସାବରେ ଏହି ଭୁତାଣୁ ନୁଆଁ ଗଜା ହୋଇଥିବା ଗଛରେ ସର୍ବାଙ୍ଗ ଭେଦି ଭାବେ ବଢିଥାଏ ଏବଂ ଶେଷରେ ଟିପର ପତ୍ରରେ ପହଞ୍ଚି ଥାଏ. ଏହି ସବୁ ଗଛରେ ଖାଉଥିବା ଆଫିଡ଼ ଏହି ଭୁତାଣୁକୁ ଅନ୍ୟ ପୋଷକ ଗଛକୁ ଆଣିଥାନ୍ତି (ଦ୍ଵିତୀୟକ ସଂକ୍ରମଣ). ଏହି ଭୁତାଣୁ ଗଛର ପ୍ରବାହକ ଟିସୁ ଦେଇ ଦୂର ଦୂରରେ ଥିବା ଗଛର ବିଭିନ୍ନ ଅଂଶକୁ ବ୍ୟାପିଥାଏ.


ସୁରକ୍ଷାତ୍ମକ ଉପାୟ

  • ଭୁତାଣୁ ମୁକ୍ତ ବିହନ ଏବଂ ଚାରା ପ୍ରାମାଣିକ ସୂତ୍ରରୁ ନିଅନ୍ତୁ.
  • ଯଦି ମିଳେ ସହନଶୀଳ କିମ୍ବା ପ୍ରତିରୋଧି ବିହନ ବ୍ୟବହାର କରନ୍ତୁ.
  • ଫସଲ ନିରୀକ୍ଷଣ କରି ସଂକ୍ରମିତ ଗଛକୁ ବାହାର କରିଦିଅନ୍ତୁ.
  • କୌଣସି ବାଳୁଙ୍ଗାରେ ମୋଜାଇକ ଲକ୍ଷଣ ଦେଖାଯାଉଥିଲେ ତାହାକୁ ବାହାର କରି ଦିଅନ୍ତୁ.
  • ବାଳୁଙ୍ଗା ଓ ଅନ୍ୟ ବୈକଳ୍ପିକ ପୋଷକ ଗଛ ଫସଲ ଚାରିପାଖରେ ଥିଲେ ତାକୁ ବାହାର କରିଦିଅନ୍ତୁ.
  • ଅଙ୍ଗୀୟ ପ୍ରଜନନ ପାଇଁ ବ୍ୟବହୃତ ହୋଇଥିବା ଯନ୍ତ୍ରପାତି ଓ ଉପକରଣ ଗୁଡିକର ବିଶୋଧନ ସୁନିଶ୍ଚିତ କରନ୍ତୁ.
  • ଗଛ ବଢୁଥିବା ସମୟରେ ପ୍ରଥମ କିଛି ସପ୍ତାହ ମଧ୍ୟରେ ଆସୁଥିବା ଆଫିଡ଼ ଗୁଡିକୁ ଦୁରେଇ ରଖିବା ପାଇଁ ଭାସମାନ କଭର ଦ୍ୱାରା ଘୋଡାଇ ରଖନ୍ତୁ.
  • ସର୍ବାଧିକ ସଂକ୍ରମଣ ଆଶଙ୍କାର ସମାପ୍ତି ପରେ ପରାଗଣ ସୁନିଶ୍ଚିତ କରିବା ପାଇଁ ଏହି କଭର କୁ ବାହାର କରିଦିଅନ୍ତୁ.
  • ଆଫିଡ଼ କୁ ଆକର୍ଷଣ କରୁଥିବା ପ୍ରତିବନ୍ଧକ ଫସଲ ଲଗାନ୍ତୁ.
  • ଅଠାଳିଆ ଟ୍ରାପ ବ୍ୟବହାର କରି ସାମୁହିକ ଭାବେ ଆଫିଡ଼ ଧରନ୍ତୁ.
  • ଜମିକୁ ଆଲୁମିନିଅମ ପତ୍ର ଦ୍ୱାରା ଘୋଡେଇ ରଖିଲେ ଆଫିଡ଼ ଦୁରେଇ ହେବ.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ