ତମାଖୁ

ଟସ୍ପୋ ଭାଇରସ

TSWV, GRSV and TCSV

ଭୁତାଣୁ

5 mins to read

ସଂକ୍ଷେପରେ

  • ଗଛରେ ପାଣ୍ଡୁର କିମ୍ବା ବିଗଳିତ ସ୍ଥାନୀୟ ଦାଗ ଦେଖାଯାଏ। ଗାର ଭଳି ବଳୟ ଦାଗ ପତ୍ରରେ ଦେଖାଯାଏ। ଫଳରେ ବିଗଳିତ ଦାଗ ମଧ୍ୟ ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ତମାଖୁ

ତମାଖୁ

ଲକ୍ଷଣ

ପତ୍ରରେ ପାଣ୍ଡୁର କିମ୍ବା ବିଗଳିତ ସ୍ଥାନୀୟ ଦାଗ, ଏକ କୈନ୍ଦ୍ରିକ ବଳୟ ଦାଗ, ଗାର ଭଳି ଢାଞ୍ଚା ଏବଂ ସବୁଜ ପୃଥକ ମୋଜାଇକ ଦାଗ ଦେଖାଯାଏ। କାଣ୍ଡ ବିବର୍ଣ୍ଣତା ଏବଂ ପରେ ଝାଉଁଳିବା, ରୁଗୁଡିଆ ହେବା, ଚିତ୍ରିତ, କୁଞ୍ଚିତ, ବ୍ରୋଞ୍ଜ ବର୍ଣ୍ଣ ହେବା, ଜୀର୍ଣ୍ଣ, ପାଣ୍ଡୁର ଏବଂ ଅଗ୍ର ବିଗଳନ ଭଳି ଶରୀର ଚର ଲକ୍ଷଣ ଦେଖାଯାଏ, ଯାହାକି ସମାନ ପୋଷକ ଫସଲରେ ଭିନ୍ନ ଭିନ୍ନ ହୋଇପାରେ। ଫଳରେ ବେଳେବେଳେ ବିଗଳିତ ବଳୟ ସହିତ ହଳଦିଆ କିମ୍ବା କମଳା ଦାଗ ଭଳି ନିୟମିତ ବିବର୍ଣ୍ଣତା ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆମ୍ବଲିସିଆସ କୁକୁମେରିସ, ହାଇପୋସ୍ପିସ ମାଇଲ୍ସ ଏବଂ ଓରିଆସ ଇଂସିଡିୟସଶ ଭଳି ଉକୁଣି ପରଭକ୍ଷୀ ବ୍ୟବହାର କରନ୍ତୁ। ଫସଲ ଅଲଗା ରଖିବା, ପ୍ରତିଫଳନ କରୁଥିବା ଛାଦି, ଜାଲି କିମ୍ବା ଅନ୍ୟ ଉପାୟ ଭଳି ନିୟନ୍ତ୍ରିତ କୃଷିକାର୍ଯ୍ୟ ପଦ୍ଧତି ମଧ୍ୟ ଏହି ବାହକ ସଂଖ୍ୟା ହ୍ରାସ କରିବାକୁ ବ୍ୟବହାର କରାଯାଇ ପାରେ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ଜୈବିକ ଉପଚାର ସହିତ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ।

ଏହାର କାରଣ କଣ

ଟସ୍ପୋ ଭାଇରସ ଦ୍ଵାରା କ୍ଷତି ହୋଇଥାଏ ଯାହା ଉକୁଣି ପୋକର ଲଗାତର ବଂଶବୃଦ୍ଧି ଦ୍ଵାରା ହୋଇଥାଏ। ଉକୁଣି ପୋକର ଲାର୍ଭା ଭୂତାଣୁ ସଂକ୍ରମିତ ଗଛ ଟିସୂ ଖାଇଥାଏ ଓ କେବଳ ଲାର୍ଭା ଅବସ୍ଥାରେ ଭୂତାଣୁ ଧାରଣ କରିଥିବା ଉକୁଣି ପୋକ ଏହି ଭୂତାଣୁ ବିସ୍ତାର କରିବାରେ ସମର୍ଥ ଅଟେ। ଗଛର ଜାତି, କିସମ, ସଂକ୍ରମଣ ସମୟରେ ବୃଦ୍ଧି ଅବସ୍ଥା, ପୋଷଣ ଏବଂ ପାରିପାର୍ଶ୍ଵିକ ପରିସ୍ଥିତି ଭଳି କାରକ ଗଛରେ ଏହି ଲକ୍ଷଣ ପରିପ୍ରକାଶ ଉପରେ ପ୍ରଭାବ ପକାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ଥ୍ରୀପ ବା ପତ୍ର ଉକୁଣି ସଂଖ୍ୟା ନିୟନ୍ତ୍ରଣ କରନ୍ତୁ। ଅଧିକାଂଶ ପରିସ୍ଥିତିରେ ଭୂତାଣୁ ପରିଚାଳନା କରିବାକୁ ହେଲେ ଯେଉଁଠି ସମ୍ଭବ ରୋଗ ମୁକ୍ତ ଚାରା ଲଗାଇବା, ଜମିରୁ ସହାୟକ ଗଛ ଓ ବାଳୁଙ୍ଗା ବାଛି କାଢିବା ସୁପାରିସ କରାଯାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ