ମଟର

ପତ୍ର ବିକୃତି ମୋଜାଇକ ଭୂତାଣୁ

PEMV

ଭୁତାଣୁ

5 mins to read

ସଂକ୍ଷେପରେ

  • ପାଣ୍ଡୁର, ଅର୍ଦ୍ଧସ୍ଵଚ୍ଛ କିମ୍ବା ବିଗଳିତ କ୍ଷତ ଚିହ୍ନ ଦେଖାଯାଏ। ପତ୍ରରେ ବିକୃତି ଏବଂ କ୍ଷତବିକ୍ଷତ ଗଛ, ପତ୍ରର ତଳ ପଟେ ଛୋଟ ଛୋଟ ପତ୍ର ଭଳି ଗଠନ ସୃଷ୍ଟି ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

3 ଫସଲ ଗୁଡିକ
ବୁଟ ଚଣା
ମସୁର
ମଟର

ମଟର

ଲକ୍ଷଣ

ଏହାର ମୁଖ୍ୟ ଲକ୍ଷଣ ହେଉଛି ବିକୃତି ବୃଦ୍ଧି, ଯାହାକି ପତତ୍ର ତଳପଟେ ସ୍ପଷ୍ଟ ଜଣାପଡେ। ସଂକ୍ରମଣର 5 - 7 ଦିନ ପରେ ସବୁଠାରୁ ଉପରେ ଥିବା ପତ୍ର ଭିତର ଆଡକୁ ଗୁଡେଇ ହୋଇଥାଏ। ଏହାପରେ, ପତ୍ର ପୃଷ୍ଠରେ ଅନିୟମିତ ପାଣ୍ଡୁର ଦାଗ ଓ ଛୋଟ ଅନିୟମିତ ଅର୍ଦ୍ଧସ୍ଵଚ୍ଛ କ୍ଷତଦାଗ ବିକଶିତ ହୋଇଥାଏ ଏବଂ ପତ୍ରଶିରା ସ୍ପଷ୍ଟ ଜଣା ପଡିଥାଏ। ଛୁଇଁ ଆକାର ଏବଂ ଗୁଣବତ୍ତା ଅତିମାତ୍ରାରେ ପ୍ରଭାବିତ ହୋଇଥାଏ ଓ ଅମଳ କ୍ଷତି କରାଇ ଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ଲଗାଇବା ପାଇଁ ପ୍ରତିରୋଧି କିସମ ବ୍ୟବହାର କରନ୍ତୁ। ଆଫିଡ ସଂଖ୍ୟା ହ୍ରାସ କରିବା ପାଇଁ ହଳଦିଆ ଅଠା ଜନ୍ତା ସ୍ଥାପନ କରନ୍ତୁ। ଆଫିଡ ସଂଖ୍ୟା ହ୍ରାସ କରିବା ପାଇଁ ମକା, ଜୋଆର କିମ୍ବା କ୍ଷୁଦ୍ରଶସ୍ୟ ଭଳି ଉଚ୍ଚ ସୀମାନ୍ତ ଫସଲ ଲଗାନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଉପଲବ୍ଧ ଜୈବିକ ଉପଚାର ଏବଂ ନିରାକରଣ ପଦ୍ଧତି ସହିତ ସର୍ବଦା ଏକ ସମନ୍ଵିତ ପଦକ୍ଷେପ ଗ୍ରହଣ କରନ୍ତୁ। ଆଫିଡ ସଂଖ୍ୟା ନିରୀକ୍ଷଣ କରନ୍ତୁ ଏବଂ ଅନୁମୋଦିତ ହାରରେ କୀଟନାଶକ ଠିକ ସମୟରେ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ଲୁଟେଭିରିଡେ ନାମକ ମୋଜାଇକ ଭୂତାଣୁ ଦ୍ଵାରା ଏହି କ୍ଷତି ହୋଇଥାଏ ଏବଂ ଆସାଇର୍ଥୋଶିଫନ ପାଇସମ ଏବଂ ମାଇଜସ ଅର୍ନାଟସ ନାମକ ଆଫିଡ ଦ୍ଵାରା ଖାଦ୍ୟ ମାଧ୍ୟମରେ ଏହା ପରିବାହିତ ହୋଇଥାଏ। ଭୂତାଣୁ ପରିବହନ କରିବାରେ ବୟସ୍କ ଅପେକ୍ଷା ଛୁଆମାନେ ଅଧିକ ଦକ୍ଷ ଅଟନ୍ତି। ପୋଷକ ଗଛର ବୟସ ଓ ପାରିପାର୍ଶ୍ଵିକ ପରିସ୍ଥିତି ଉପରେ ଏହାର ମାତ୍ରା ନିର୍ଭର କରିଥାଏ।


ସୁରକ୍ଷାତ୍ମକ ଉପାୟ

  • ଲଗାଇବା ପୂର୍ବରୁ ଆଫିଡ ବା ଜଉପୋକ ଯାଞ୍ଚ କରନ୍ତୁ। ବାହକ ଆଫିଡ ବା ଜଉପୋକ ନିୟନ୍ତ୍ରଣ କରନ୍ତୁ। ବର୍ଷିକିଆ ଓ ବହୁବର୍ଷିୟ ବିକଳ୍ପ ପୋଷକ ଏବଂ ବାଳୁଙ୍ଗା ଜାତି, ଯାହା ଉଭୟ ବାହକ ଆଫିଡ ଆଉ ପତ୍ର ବିକୃତି ମୋଜାଇକ ଭୂତାଣୁର ଶୀତସୁପ୍ତି ସଂରକ୍ଷଣର ଉତ୍ସ ଭାବେ କାର୍ଯ୍ୟ କରେ, ବାରଣ କରନ୍ତୁ ଓ କାଢି ଦିଅନ୍ତୁ। ବାହକ ସଂଖ୍ୟା ନିୟନ୍ତ୍ରଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ