ବନ୍ଧାକୋବି

କଳା ସଢା

Xanthomonas campestris pv. campestris

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ର ଧାରରେ ହଳଦିଆ, କୀଳକ-ଆକୃତିର ପ୍ୟାଚ ଦେଖାଯାଏ। ପ୍ୟାଚ ବୃଦ୍ଧି ପାଇ ମାଟିଆ ରଙ୍ଗରେ ପରିଣତ ହୁଏ। ପତ୍ର ସିରା କଳା ରଙ୍ଗରେ ପରିଣତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ
ବନ୍ଧାକୋବି
ଫୁଲକୋବି

ବନ୍ଧାକୋବି

ଲକ୍ଷଣ

ଅଧିକାଂଶ କ୍ଷେତ୍ରରେ, କେବଳ ବିଳମ୍ବ ଗ୍ରୀଷ୍ମରେ ବନ୍ଧା କୋବି ପତ୍ରରେ କ୍ଷତି ଦେଖାଯାଏ। ମୁଖ୍ୟ ଲକ୍ଷଣ ଭାବରେ ପତ୍ର ଧାରରେ ହଳଦିଆ, କୀଳକ-ଆକୃତିର ପ୍ୟାଚ ଦେଖାଯାଏ, ପରବର୍ତ୍ତୀ ସମୟରେ ପତ୍ର ମଧ୍ୟକୁ ଓ କାଣ୍ଡର ତଳ ଅଂଶକୁ ଏହା ଆସିଥାଏ। ଏହି ଲକ୍ଷଣ ଫ୍ୟୁଜାରିଆମ ଝାଉଁଳା ରୋଗରୁ କଳା ସଢା ରୋଗକୁ ଅଲଗା କରିଥାଏ, ଫ୍ୟୁଜାରିଆମ ଝାଉଁଳା କ୍ଷେତ୍ରରେ ଏହି ଲକ୍ଷଣ ଭୂମି ସ୍ତରରୁ କାଣ୍ଡର ଉପର ଆଡକୁ ଯାଇଥାଏ। ରୋଗ ବଢିବା ସମୟରେ ପତ୍ରର ହଳଦିଆ ଅଂଶ ବୃଦ୍ଧି ପାଇ ମାଟିଆରେ ପରିଣତ ହୁଏ ଓ ମୃତ ଟିସୂ ଦ୍ଵାରା ମାଟିଆ ରଙ୍ଗରେ ପରିଣତ ହୋଇଯାଏ। ରୋଗର ଶେଷ ପର୍ଯ୍ୟାୟରେ ପତ୍ର ଶିରା କଳା ପଡିଯାଏ, ସେଥିପାଇଁ ଏହି ରୋଗକୁ କଳା ସଢା ଭାବେ ନାମିତ କରାଯାଇଛି। ଘଟଣାକ୍ରମେ, ପତ୍ର ମରିଯାଏ। ଜୀବାଣୁ କାଣ୍ଡ ମଧ୍ୟରେ ପ୍ରବେଶ କରିପାରେ ଏବଂ ଖାଦ୍ୟ ପ୍ରଣାଳୀ ଦେଇ ବିସ୍ତାର ଲାଭ କରିଥାଏ, ଯାହାକି ଭୂମି ସ୍ତରରେ ଗଛକୁ କାଟିଲେ କଳା ବର୍ଣ୍ଣହୀନତାର ଏକ ବଳୟ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ବିହନ ସାମଗ୍ରୀକୁ ବିଶୋଧନ କରିବା ପାଇଁ 50 °C ଥିବା ଗରମ ପାଣିରେ 30 ମିନିଟ ପାଇଁ ବୁଡାଇ ରଖିବାକୁ ମଧ୍ୟ ସୁପାରିସ କରାଯାଏ। ଏହା କଳା ସଢା ପାଇଁ ଶତ ପ୍ରତିଶତ ଫଳପ୍ରସୂ ନୁହେଁ, କିନ୍ତୁ ଏହି ରୋଗକୁ ଯଥେଷ୍ଟ ପରିମାଣରେ କମାଇ ଦେଇପାରେ।କିନ୍ତୁ, ଏହା ଦ୍ଵାରା ବିହନ ଅଙ୍କୁରଣରେ ହ୍ରାସ ପାଇଥାଏ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଜମିରେ ସଂକ୍ରମଣ ବନ୍ଦ କରିବା ପାଇଁ ଗରମ ପାଣିରେ ବିହନ ଉପଚାର ଅଧିକ ଫଳପ୍ରସୂ ହୋଇଥାଏ। ରୋଗ ବିସ୍ତାର ହ୍ରାସ କରିବା ପାଇ ପ୍ରତି ସାତ ରୁ ଦଶ ଦିନରେ କପର ଥିବା କବକନାଶୀ ପତ୍ରରେ ସିଞ୍ଚନ କରାଯାଇ ଥାଏ। ଦୁର୍ଭାଗ୍ୟବଶତଃ, ଏହି ଉପଚାର ଗୁଡିକ ବନ୍ଧାକୋବିର ବାହାର ପତ୍ରରେ କଳା ଚିହ୍ନ ସୃଷ୍ଟି କରିପାରେ।

ଏହାର କାରଣ କଣ

ଜାନ୍ଥୋମୋନାସ କେମ୍ପେଷ୍ଟ୍ରିସ ନାମକ ମୃତ୍ତିକା ବାହିତ ବ୍ୟାକ୍ଟେରିଆ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୁଏ, ଯାହାକି ସଂକ୍ରମିତ ଫସଲ ଅବଶେଷ କିମ୍ବା ବିହନରେ 2 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହି ପାରେ, କିମ୍ବା ବ୍ରାସିକା ପରିବାରର ବାଳୁଙ୍ଗାରେ ଦୀର୍ଘ ସମୟ ବଞ୍ଚି ରହିପାରେ। ବନ୍ଧାକୋବି ପରିବାର (ବ୍ରକୋଲି, ଫୁଲକୋବି, ସାଲଗମ, ମୂଳା, ଗଣ୍ଠି କୋବି ସହିତ) ଅନେକ ପନି ପରିବାକୁ ଏହା ପ୍ରଭାବିତ କରିଥାଏ। ଏହି ବାକ୍ଟେରିଆ ସୁସ୍ଥ ଗଛକୁ ଜଳ ଛିଟ ଦେଇ ବିସ୍ତାର କରିଥାଏ ଏବଂ ଅନ୍ୟ କ୍ଷତ ସହିତ ବିଭିନ୍ନ ମାର୍ଗ ଦେଇ ଟିସୁରେ ପ୍ରବେଶ କରିଥାଏ। ଗୋଟିଏ ଗଛ ଥରେ ସଂକ୍ରମିତ ହେଲେ ଅନ୍ୟ ବନ୍ଧାକୋବି ଗଛକୁ ଏହା ଦ୍ରୁତ ବେଗରେ ବିସ୍ତାର କରିଥାଏ। ଯଦି ମାଟି କିମ୍ବା ବିହନ ଦୂଷିତ ଥାଏ, ତାହାହେଲେ ନର୍ସରୀ ବେଡରେ ପ୍ରାଥମିକ ଲକ୍ଷଣ ଦେଖାଯାଏ। ଉଚ୍ଚ ଆର୍ଦ୍ରତା ଏବଂ 25-30 °C ମଧ୍ୟରେ ତାପମାତ୍ରା ଭଳି ଅନୁକୂଳ ପରିବେଶ ସଂକ୍ରମଣ ପ୍ରକ୍ରିୟା ତ୍ୱରାନ୍ୱିତ କରିଥାଏ। ଘଞ୍ଚ ଭାବରେ ଲଗା ଯାଇଥିବା ଫସଲ ଗଛକୁ ବାକ୍ଟେରିଆ ବିସ୍ତାର କରିବା ପାଇଁ ଅନୁକୂଳ ଅଟେ। ସେହି କ୍ଷେତ୍ରରେ, ଫସଲ ଅମଳ ପ୍ରାୟ 75-90% ପର୍ଯ୍ୟନ୍ତ କମିଯାଇ ପାରେ।


ସୁରକ୍ଷାତ୍ମକ ଉପାୟ

  • ପ୍ରାମାଣିକ ସୂତ୍ରରୁ ସୁସ୍ଥ ବିହନ ଆଣି ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ। ପ୍ରତିରୋଧୀ କିସମ ଲଗାନ୍ତୁ ଏବଂ ବର୍ଷା ଦିନରେ ରୋଗ ପ୍ରବଣ କିସମ ବାରଣ କରନ୍ତୁ। ଯେଉଁ ଚାରା ଗୁଡିକ ଆକାରରେ ବଡ ହୋଇଥାଏ, ସେଗୁଡିକୁ ଛେଦନ କରନ୍ତୁ ନାହିଁ। ଜମିରେ ଉତ୍ତମ ନିଷ୍କାସନ ବ୍ୟବସ୍ଥା ପ୍ରଦାନ କରନ୍ତୁ ଏବଂ ଉଚ୍ଚ ହୋଇଥିବା ଶଯ୍ୟାରେ ଲଗାନ୍ତୁ। ବ୍ରକୋଲି, ଫୁଲକୋବି, ବନ୍ଧା କୋବି କିମ୍ବା ବ୍ରାସିକା ପରିବାରର କୌଣସି ଫସଲ ବିଗତ ତିନି ବର୍ଷ ମଧ୍ୟରେ ଲଗା ହୋଇଥିବା ଜମିରେ ବନ୍ଧାକୋବି ଲଗାନ୍ତୁ ନାହିଁ।ଜମି ଚାରିପାଖରେ, ନିର୍ଦ୍ଧିଷ୍ଟ ଭାବରେ ବ୍ରାସିକା ପରିବାରରୁ ଆସିଥିବା ବାଳୁଙ୍ଗା ସହିତ ଅନ୍ୟାନ୍ୟ ବାଳୁଙ୍ଗା ସଫା କରି କାଢି ଦିଅନ୍ତୁ। ସିଂଚନ ଜଳସେଚନ ପ୍ରଣାଳୀ ବାରଣ କରନ୍ତୁ ଏବଂ ମଧ୍ୟାହ୍ନ ସମୟରେ ଜଳସେଚନ ଦିଅନ୍ତୁ। ରୋଗ ସଂକ୍ରମଣ ବାରଣ କରିବା ପାଇଁ ଜମି ଓଦା ଥିବା ସମୟରେ ସେଥିରେ କାମ କରନ୍ତୁ ନାହିଁ। ରୋଗର ଲକ୍ଷଣ ପାଇଁ ଜମି ନିରୀକ୍ଷଣ କରନ୍ତୁ। ଜମି ସଂସ୍ପର୍ଶରେ ଆସିଥିବା ପୁରୁଣା ପତ୍ରକୁ କାଟି ଦିଅନ୍ତୁ। ସୁନିଶ୍ଚିତ କରନ୍ତୁ ଯେ ଉପକରଣ ଗୁଡିକ ସଫା ଅଛି ଏବଂ ବ୍ଲିଚ ଦ୍ଵାରା ଏହାକୁ ବିଶୋଧନ କରନ୍ତୁ। ଅମଳ ପରେ ହଳ କରନ୍ତୁ ଏବଂ ଫସଲ ଅବଶେଷକୁ ପୋତି ଦିଅନ୍ତୁ କିମ୍ବା ଜାଳି ଦିଅନ୍ତୁ। କୋବିପୋକ ଏବଂ ଗଛରେ ଆଘାତ ସୃଷ୍ଟି କରୁଥିବା ଅନ୍ୟ କୀଟର ନିୟନ୍ତ୍ରଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ