Phytoplasma asteris
ବ୍ୟାକ୍ଟେରିଆ
5 mins to read
ଫାଇଟୋପ୍ଲାଜ୍ମାର ପ୍ରକାର, ସଂକ୍ରମଣ ସମୟରେ ଗଛର ବୟସ, ଗଛର ଜାତି ଏବଂ ତାପମାତ୍ରା ଓ ଆର୍ଦ୍ରତା ଭଳି ପରିବେଶ କାରକ ଉପରେ କିଛି ମାତ୍ରାରେ ଏହାର ନିର୍ଦ୍ଧିଷ୍ଟ ଲକ୍ଷଣ ନିର୍ଭର କରିଥାଏ। ଏହି ଲକ୍ଷଣ ତୃଣନାଶକ ଜନିତ କ୍ଷତିର ଲକ୍ଷଣ ଭାବେ ଭୁଲରେ ନିଆଯାଇ ପାରେ ଏବଂ ଏହା ଶିରାର ସ୍ପଷ୍ଟତା ଠାରୁ ଆରମ୍ଭ ହୋଇଥାଏ। ପରେ, ପତ୍ର ଫଳକର ଅନ୍ୟ ବଳକା ଅଂଶକୁ ସଂପୂର୍ଣ୍ଣ ଗ୍ରାସ କରିବା ପର୍ଯ୍ୟନ୍ତ ପାଣ୍ଡୁରତା ବ୍ୟାପିଥାଏ। କିଛି ଫସଲରେ, ଏହା ପରିବର୍ତ୍ତେ ପତ୍ର ଲାଲ ହୋଇଯାଏ। ଅନ୍ୟ ଲକ୍ଷଣ ମଧ୍ୟରେ, ଫୁଲର ରଙ୍ଗ ସବୁଜ ଓ ବିକୃତି ହେବା, ପତ୍ର ଭଳି ଫୁଲ ପାଖୁଡା ହେବା ଓ ବନ୍ଧ୍ୟା ଫୁଲ ସୃଷ୍ଟି ହେବା। ମୋଟାମୋଟି ଭାବରେ, ଗଛର ସୀମିତ ଚେର ଓ ରୁଗୁଡିଆ ବୃଦ୍ଧି ହୋଇଥାଏ।
ଅତିମାତ୍ରାରେ ଆକ୍ରମଣ ନିୟନ୍ତ୍ରଣ କରିବା ପାଇଁ ମେଟାରିଜିଅମ ଆନିସୋପ୍ଳିଏ, ବେଭେରିଆ ବାସିଆନା, ପେଷିଲୋମାଇସେସ ଫ୍ୟୁମୋସୋରୋସିସ ଏବଂ ଭାର୍ଟିସିଲିଆମ ଲେକାନି ଭଳି ପରଜୀବୀ କବକ ଥିବା ଜୈବ-କୀଟନାଶକ ପ୍ରୟୋଗ କରନ୍ତୁ। ଆନାଗ୍ରସ ଆଟମସ ଭଳି ପରଜୀବୀ ପୋକ ଜାତି ପତ୍ର ଡିଆଁ ପୋକ ନିୟନ୍ତ୍ରଣ କରିବା ପାଇଁ ଜୈବିକ ନିୟନ୍ତ୍ରଣ ଭାବରେ ବ୍ୟବହାର କରନ୍ତୁ। ଲେଡି ବଗ ଓ ଝାଲର ଡେଣା କୀଟ ଭଳି ଉପକାରୀ ପୋକ ଏହି କୀଟର ଅଣ୍ଡା ଏବଂ ଲାର୍ଭା ଖାଇଥାନ୍ତି। କୀଟନାଶକ ସାବୁନ ମଧ୍ୟ କାମ କରିଥାଏ।
ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଲାମ୍ବ୍ଡ଼ା- ସିଆଲୋଥ୍ରିନ, ଡାଇମେଥୋଏଟ ଏବଂ ଇଣ୍ଡୋକ୍ସାକାର୍ବ ଆଦି ପତ୍ର ଡିଆଁ ପୋକ ପ୍ରତି ଅଧିକ ପ୍ରଭାବୀ ହୋଇଥାଏ ଏବଂ ଜମିରେ ଏହି ରୋଗର ବିସ୍ତାର କମାଇବାରେ ସହାୟକ ହୋଇଥାଏ।
ଫାଇଟୋପ୍ଲାଜ୍ମା ଆଷ୍ଟେରିସ ନାମକ ଏକ ଅବିକଳ୍ପି ପରଜୀବୀ (ଗଛ ଟିସୂର) ବ୍ୟାକ୍ଟେରିଆ ଯୋଗୁଁ ଏହି ଲକ୍ଷଣ ହୋଇଥାଏ। ମୁଖ୍ୟତଃ ପତ୍ର ଡିଆଁ ପୋକ ଭଳି ବାହକ ଦ୍ଵାରା ଗଛରୁ ଗଛକୁ ଏହା ବିସ୍ତାର କରିଥାଏ। ଏହି ପୋକର ଭୋଜନ ଓ ଚଳନକୁ ଅନୁକୂଳ କରୁଥିବା ଅବସ୍ଥା ଫାଇଟୋପ୍ଲାଜ୍ମାର ବିସ୍ତାରକୁ ତ୍ୱରାନ୍ୱିତ କରିଥାଏ। ଉଦାହରଣ ସ୍ୱରୂପ, ପବନ, ବର୍ଷା କିମ୍ବା 15°C ରୁ ନିମ୍ନ ତାପମାତ୍ରା ସେମାନଙ୍କ ଚଳନ ଅସ୍ଥାୟୀ ଭାବରେ ବନ୍ଦ କରିଥାଏ ଓ ସଂକ୍ରମଣକୁ ବିଳମ୍ବ କରିଥାଏ। ସେହି ଅଞ୍ଚଳର ପାଣିପାଗର ଅବସ୍ଥା ମଧ୍ୟ ପତ୍ର ଡିଆଁ ପୋକର ଖାଇବା ଅବସ୍ଥାକୁ ପ୍ରଭାବିତ କରିଥାଏ। ଯଦି ପରିବେଶ ଉଷ୍ମ ଥାଏ, ଗଛରେ ପୋଷଣ ପରିମାଣ କମିଥାଏ ଓ ଏହା ପତ୍ର ଡିଆଁ ପୋକକୁ କମ ଆକର୍ଷିତ କରିଥାଏ। ବର୍ଷା ଅଧିକ ହେଉଥିବା ଋତୁରେ ଗଛ ଅଧିକ ସବୁଜିମା ଓ ଅଧିକ ଆକର୍ଷଣୀୟ ହୋଇଥାଏ। ପତ୍ର ଡିଆଁ ପୋକ ସାରା ଉଷ୍ମ ଋତୁରେ ଖାଇଥାଏ ଓ ଶେଷରେ ତାହାର ଶୀତସୁପ୍ତି ସ୍ଥାନକୁ ଯାଇଥାଏ।