କଦଳୀ

କଦଳୀର ଜାନ୍ଥୋମୋନାସ ଝଉଂଳା ରୋଗ

Xanthomonas campestris pv. musacearum

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ଗଛ ଅଂଶରୁ ବୀଜାଣୁ କ୍ଷର ବାହାରେ । ଅନ୍ତଃ ଫଳ ବିବର୍ଣତା ଓ ଅକାଳ ପାଚିବା । ପତ୍ର ଝାଉଁଳିବା ଓ ହଳଦିଆ ହେବା ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ସଂକ୍ରମଣର 3 ସପ୍ତାହ ପରେ ସାଧାରଣତଃ ଲକ୍ଷଣ ଦେଖାଯାଏ । କିସମ, ବୃଦ୍ଧି ଅବସ୍ଥା ,ଏବଂ ପରିବେଶ ଅବସ୍ଥା ଉପରେ ରୋଗ ବିସ୍ତାରର ମାତ୍ରା ନିର୍ଭର କରେ । ସଂକ୍ରମିତ ଗଛ ଗୋଟିଏ ହଳଦିଆ ହେଉଥିବା ଓ ଝାଉଂଳୁଥିବା ପତ୍ର ଦେଖାଏ । ଏଥିରେ ଫଳର ଅସମାନତା ଓ ଅକାଳ ପାଚିବା ଦେଖାଯାଏ । ଯାହାହେଲେବି ,ସବୁଠାରୁ ଗୁରୁତ୍ବପୂର୍ଣ ଲକ୍ଷଣ ହେଲା , ଗଛରୁ ହଳଦିଆ ବୀଜାଣୁ କ୍ଷର ନିର୍ଗତ ହେବା ।ସଂକ୍ରମିତ ଫଳର ଅନୁପ୍ରସ୍ଥ କାଟ ଉର୍ଦ୍ଧ୍ବବାହୀ ବିଡକ( vascular bundle) ହଳଦିଆ କମଳା ରଙ୍ଗର ବିବର୍ଣତା ଓ ତିସୁର ଘନ ବାଦାମୀ କ୍ଷତ ଚିହ୍ନ ଦେଖାଏ । ଫୁଲ ପେନ୍ଥାର ଲକ୍ଷଣ ହେଲା bract ବା ଉପକର୍ଣ ଆସ୍ତେ ଆସ୍ତେ ଝାଉଁଳିବା ଓ ଅଣ୍ଡିରା କଢ ଶୁକୁଟିବା ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ,ଏହି ବୀଜାଣୁ ବିସ୍ତାର ବନ୍ଦ କରିବା ପାଇଁ ଜୈବିକ ଉପଚାର ଜଣାନାହି । ଦୟାକରି, ଯଦି ଆପଣ ଜାଣିଛନ୍ତି ଆମକୁ ସୂଚାନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା ,ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଏହି ବୀଜାଣୁ ପାଇଁ ପାରମ୍ପରିକ ବୀଜାଣୁ ନାଶକ ହୋଇଅଛି କିନ୍ତୁ ଏହା ଖର୍ଚ୍ଚ ବହୁଳ ଅଟେ । ସଂକ୍ରମିତ କଦଳୀ ଫସଲ ନଷ୍ଟ କରିବା ପାଇଁ କେତେକ କ୍ଷେତ୍ରରେ କେତେକ ତୃଣନାଶକ ଅର୍ଥନୈତିକ ଓ ଫଳପ୍ରସୂ ଭାବେ ରୋଗ ବ୍ୟାପିବା ବନ୍ଦ କରିବା ପାଇଁ ବ୍ୟବହାର ହେଉଛି।

ଏହାର କାରଣ କଣ

ଜାନ୍ଥୋମୋନାସ କେମପେଷ୍ଟରିସ କିସମ ମୁଜାସିରମ ନାମକ ଏକ ଦୃଢ ପ୍ରତିଜ୍ଞ ବୀଜାଣୁ ଗଛରେ ବହୁତ କ୍ଷତି ଓ ଲକ୍ଷଣ କରାଏ । ଏହାର ବିସତରସଙ୍କରମିତ ଗଛ ଅଂଶ ,ଯନ୍ତ୍ରପାତି, ଦେଖାଯାଉଥିବା ପବନ ବାହିତ ବାହକ ଆଦି ଦ୍ଵାରା ହୁଏ। ଏହି ବୀଜାଣୁ ମାଟିରେ ପ୍ରାୟ 4 ମାସ ପର୍ଯ୍ୟନ୍ତ ରହିପାରେ ଓ ଏହା ରୋଗର ମୁଖ୍ୟ ମାଧ୍ୟମ ଅଟେ । ଏହାର ବଞ୍ଚିବା ଆର୍ଦ୍ରତା ଉପରେ ନିର୍ଭର କରେ ଏବଂ ଶୁଖିଲା ମାଟିରେ ଏହା ନିମ୍ନତମ ହୁଏ । ନାହୁଡ ବିହୀନ ମହୁମାଛି ( ଅଫିଡେ ), ଫଳ ମ୍ଛି ( ଦ୍ରୋସୋଫିଲ୍ଡେ ) ଏବଂ ଘାସ ମାଛି ( କ୍ଳୋରୋପିଦେ) ଆଦି ପରିବାର ବାହକ ଅଟନ୍ତି। ସଂକ୍ରମିତ ଅଣ୍ଡିରା ଫୁଲରୁ ମକରନ୍ଦ ବା ମହୁ ନେଇ ଅନ୍ୟ ଗଛର ଫୁଲକୁ ଯିବା ଦ୍ଵାରା ଏହି ରୋଗ ବ୍ୟାପେ ।


ସୁରକ୍ଷାତ୍ମକ ଉପାୟ

  • ଗଛ ବା ରୋପଣ ସାମଗ୍ରୀ ଆଣିଲା ବେଳେ ରୋଗ ସଂସର୍ଗ ନିୟମ ପାଳନ କରନ୍ତୁ । ଯଦି ସମ୍ଭବ , ପ୍ରତିରୋଧି କିସମ ବ୍ୟବହାର କରନ୍ତୁ । ରୋଗ ଲକ୍ଷଣ ପାଇବା ପାଇଁ ବଗିଚା ନିୟମିତ ନିରୀକ୍ଷଣ କରନ୍ତୁ ।ବଗିଚାରୁ ଶିଘ୍ର ସଂକ୍ରମିତ ଅଂଶ ଅବଶେଷ କାଢିନିଅନ୍ତୁ ଓ ନଷ୍ଟ କରନ୍ତୁ । ସଫା ଓ ବିଶୋଧିତ ଯନ୍ତ୍ରପାତି ବ୍ୟବହାର କରିବା ସୁନିଶ୍ଚିତ କରନ୍ତୁ ।ବାହକ ପରିବହନ ବାରଣ କରିବା ପାଇଁ ଅଣ୍ଡିରା ଫୁଲକୁ କାଢିନିଅନ୍ତୁ । ବଗିଚାମନଙ୍କ ମଧ୍ୟରେ ସଂକ୍ରମିତ ଗଛ ଅଂଶ ପରିବହନ କରନ୍ତୁ ନାହି ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ