ଆଖୁ

ଆଖୁର ପତ୍ର ଦହନ

Xanthomonas albilineans

ବ୍ୟାକ୍ଟେରିଆ

5 mins to read

ସଂକ୍ଷେପରେ

  • ପତ୍ରରେ ପେନ୍ସିଲ -ଗାର ଚିହ୍ନ ଦେଖାଯାଏ । ପତ୍ର ଫଳକର ଆଂଶିକ ବା ସଂପୂର୍ଣ୍ଣ ବିରଞ୍ଜନ (bleaching) ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆଖୁ

ଲକ୍ଷଣ

ଲକ୍ଷଣ ମଧ୍ୟରେ ଦୁଇଟି ମୁଖ୍ୟ ଆକାର ( ବହୁକାଳ ସ୍ଥାୟୀ କିମ୍ବା ଉତ୍କଟ ) ଏବଂ ଦୁଇ ସ୍ତର ( ପ୍ରଚ୍ଛନ୍ନ ବା ଗୁପ୍ତ ଏବଂ ଆଚ୍ଛାଦାନ )। ବହୁକାଳ ସ୍ଥାୟୀ କ୍ଷେତ୍ରରେ , ପତ୍ର ଫଳକରେ ଗାର ଥାଏ ଯାହାକି ଶିରା ସହିତ ସମାନ୍ତର ଥାଏ । ସେଗୁଡିକ 1 ସେମି ପର୍ଯ୍ୟନ୍ତ ଚଉଡା ହୋଇଥାଏ । ଉତ୍କଟ କ୍ଷେତ୍ରରେ , ପରପକ୍ଵ କାଣ୍ଡର ହଠାତ ଝାଉଁଳା ଦେଖାଯାଏ । ସେକ୍ଷେତ୍ରରେ ସାଧାରଣତଃ ବାହ୍ୟ ଲକ୍ଷଣ ନଥାଏ । ଏହି ରୋଗ ପ୍ରଚ୍ଛନ୍ନ ବା ଗୁପ୍ତ ହୋଇପାରେ , କିଛି ଦିନ ପାଇଁ ଏହା ସ୍ପଷ୍ଟ ଜଣା ପଡେ ନାହିଁ ; ପ୍ରଥମ ଲକ୍ଷଣ ଦେଖାଯିବା ବେଳେ ଗଛ ଗୁରୁତର ଭାବରେ ପ୍ରଭାବିତ ହୋଇଥାଏ ।ଏହି ରୋଗର ପ୍ରଥମ ଲକ୍ଷଣ ହେଉଛି , ପତ୍ରରେ ଶିରା ଆଡକୁ ହଳଦିଆ ଧାର ସହିତ ଧଳା ପେନ୍ସିଲ ଗାର ଯାହାକି ପରେ ଟିସୂ ବିଗଳନ କରାଏ । ଏହି ରୋଗ କାଣ୍ଡର ରୁଗୁଡିଆ ବୃଦ୍ଧି ଓ ଝାଉଁଳା ସୃଷ୍ଟି କରେ । ପ୍ରଭାବିତ ପତ୍ର ସାଧାରଣତଃ ଫିକା - ନୀଳ ସବୁଜ ଓ ପରେ ଗାଢ ବାଦାମୀ ହୁଏ । ଚାପପୂର୍ଣ୍ଣ ପରିସ୍ଥିତିରେ , ସଂପୂର୍ଣ୍ଣ କାଣ୍ଡ ମରିଯାଇପାରେ । ପରିପକ୍ଵ କାଣ୍ଡରେ , ତୂରୀ ଭଳି ପତ୍ର ଅଗ ଆଡୁ ବିଗଳିତ ହୁଏ ଏବଂ ମଧ୍ୟମ ଠାରୁ ପ୍ରଚୁର ଶାଖା କାଣ୍ଡ ବିକଶିତ ହୁଏ । ଶାଖା ଡାଳରେ ସାଧାରଣତଃ ଦହନ କିମ୍ବା ଧଳା ପେନ୍ସିଲ ଗାର ଦେଖାଯାଏ ।

Recommendations

ଜୈବିକ ନିୟନ୍ତ୍ରଣ

ଜୀବାଣୁ ମାରିବା ପାଇଁ ଆଖୁ ବିହନ ସାମଗ୍ରୀକୁ ଦୀର୍ଘ ସମୟ ଗରମ ପାଣି ଉପଚାର କରାଯାଇପାରେ । ଆଖୁ ବିହନ ସାମଗ୍ରୀକୁ ବହୁଥିବା ପାଣିରେ ବତୁରାଇ ପରେ 50 ଡିଗ୍ରୀ C ରେ 3 ଘଣ୍ଟା ଉପଚାର କରି ସଂକ୍ରମିତ ବିହନ ସାମଗ୍ରୀକୁ ପରିଷ୍କାର କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ ।ଆଜି ପର୍ଯ୍ୟନ୍ତ, ଏହି ବାକ୍ଟେରିଆ ପାଇଁ କୌଣସି ରାସାୟନିକ ଉପଚାର ବିକଶିତ ହୋଇ ନାହିଁ । କିନ୍ତୁ ସଂକ୍ରମଣ ଏକ ନିର୍ଦ୍ଦିଷ୍ଟ ସ୍ତରକୁ କମାଇବା ପାଇଁ 10 ଲିଟର ପାଣିରେ 5 ଗ୍ରାମ କାରବେନଡାଜିମ ଦ୍ରବଣରେ 15 ମିନିଟ ବୁଡାଇ ତାପରେ ଗରମ ପାଣି ଉପଚାର କରିପାରିବେ ।

ଏହାର କାରଣ କଣ

ଜାନ୍ଥୋମୋନାଶ ଆଲ୍ବିଲିନିନ୍ସ ବାକ୍ଟେରିଆ ଦ୍ଵାରା ଏହି କ୍ଷତି ହୁଏ । ଆଖୁ ଖୁଣ୍ଟାରେ ଜୀବାଣୁ ବଞ୍ଚିରହେ , କିନ୍ତୁ ମାଟିରେ କିମ୍ବା ଅବିଘଟିତ ଆଖୁ ତାମ୍ବୂଳୀରେ ଦୀର୍ଘ ଦିନ ବଞ୍ଚିବା ଦେଖାଯାଏ ନାହିଁ । ରୋଗ ମୁଖ୍ୟତଃ ସଂକ୍ରମିତ ପବ ବା ବିହନ ସାମଗ୍ରୀ ଦ୍ଵାରା ବିସ୍ତାର କରେ ।ସଂକ୍ରମଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହେଉଛି ଅମଳ କରିବା ଓ ବିହନ ସାମଗ୍ରୀ କାଟିବା ସମୟରେ ଯାନ୍ତ୍ରିକ ସଞ୍ଚରଣ । ଏହି ରୋଗ ନେପିୟର ଘାସ ସମେତ ଅନ୍ୟ ଘାସରେ ମଧ୍ୟ ବଞ୍ଚିପାରେ ଏବଂ ସେଠାରୁ ଆଖୁକୁ ପରିବାହିତ ହୋଇପାରେ । ମରୁଡି , ପାଣି ଜମିରହିବା ଏବଂ ନିମ୍ନ ତାପମାତ୍ରା ଭଳି ପରିବେଶ ପରିସ୍ଥିତି ରୋଗର ମାତ୍ରା ବଢାଇ ପାରେ ।


ସୁରକ୍ଷାତ୍ମକ ଉପାୟ

  • କେବଳ ରୋଗମୁକ୍ତ ଗଛ ସାମଗ୍ରୀ ବ୍ୟବହାର କରନ୍ତୁ ।ଗଛ ସାମଗ୍ରୀର ବଣ୍ଟନ ଓ ବିନିମୟ ନିୟନ୍ତ୍ରଣ କରନ୍ତୁ ,ମୁଖ୍ୟତଃ ଯେତେବେଳେ କଟାଯାଏ । ଆଖୁ ଚୟନ ପ୍ରକ୍ରିୟା ସମୟରେ ରୋଗପ୍ରବଣ କିସମ କାଢିଦିଅନ୍ତୁ । ବିକଳ୍ପ ପୋଷକ କାଢିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ