ଆମ୍ବ

ଆମ୍ବ ପତ୍ର ଆବରଣ ମାଇଟ

Cisaberoptus kenyae

ମାଇଟ

5 mins to read

ସଂକ୍ଷେପରେ

  • ପତ୍ରର ଉପର ପଟେ ଧଳା ଆବରଣ ଥାଏ। ପତ୍ରର ବର୍ଣ୍ଣହୀନତା ଦେଖାଯାଏ। ପତ୍ରଝଡା ଦେଖାଯାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ଆମ୍ବ

ଲକ୍ଷଣ

ମାଇଟ ମାନେ ଦଳ ଦଳ ହୋଇ ରହନ୍ତି ଏବଂ ପତ୍ରର ଉପର ପଟେ ଏକ ଧଳା କିମ୍ବା ମହମ ଆବରଣ ସୃଷ୍ଟି କରନ୍ତି। ଏହି ଆବରଣ ଏକ ଧଳା ଖିଅରେ ବିକଶିତ ହୁଏ ଯାହାକି କଠିନ ହୋଇ ଏକ ରୁପେଲି ପରଦାରେ ପରିଣତ ହୋଇଥାଏ ଓ ସଂପୂର୍ଣ୍ଣ ପତ୍ରକୁ ଆବରଣ କରିଥାଏ। ମାଇଟ ଗଛର ରସ ଶୋଷି ଥାଏ ଯାହାକି ପତ୍ରକୁ ବର୍ଣ୍ଣହୀନ କରାଏ। ଅତି ମାତ୍ରାରେ ଆକ୍ରାନ୍ତ ପତ୍ର ଶୁଖିଲା ଓ ମାଟିଆ-କଳା ରଙ୍ଗର ଦେଖାଯାଏ। ପ୍ରଭାବିତ ପତ୍ର ଅନେକ ସମୟରେ ହଳଦିଆ ହେବା ପରେ ଝଡିଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଯେହେତୁ ଏହା ଏକ ଗୌଣ ପୋକ ଓ ଫଳ ଅମଳ କମାଏ ନାହିଁ, ଏହି ଆକ୍ରମଣ ପାଇଁ ଜୈବିକ ନିୟନ୍ତ୍ରଣର ଆବଶ୍ୟକତା ନାହିଁ। କେବଳ ଉତ୍ତମ ପରିଚାଳନା ପଦ୍ଧତି ଗ୍ରହଣ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ଯେହେତୁ ଏହା ଏକ ଗୌଣ ପୋକ ଓ ଫଳ ଅମଳ କମାଏ ନାହିଁ, ଏହି ଆକ୍ରମଣ ପାଇଁ ରାସାୟନିକ ନିୟନ୍ତ୍ରଣର ଆବଶ୍ୟକତା ନାହିଁ।

ଏହାର କାରଣ କଣ

ପତ୍ର ଆବରଣ ମାଇଟର ସବୁ ସକ୍ରିୟ ଅବସ୍ଥାରେ କ୍ଷତି ହୋଇଥାଏ। ମାଇଟ ଅତି ଛୋଟ, ସାଧାରଣତଃ 0.2 ମିମି ଏବଂ ଖାଲି ଆଖିରେ ଦେଖାଯିବାକୁ ସମର୍ଥ ନୁହେଁ। ଏହା ଫିକା ବର୍ଣ୍ଣର ଓ ସିଲିଣ୍ଡର ଆକୃତିର ଏବଂ ଏହାର ଅଣ୍ଡା ଫିକା ଧଳା, ଗୋଲ ଏବଂ ଚେପଟା ଆକାରର ହୋଇଥାଏ। ଜୀବନର ସବୁ ସକ୍ରିୟ ଅବସ୍ଥାରେ ମାଇଟ ପତ୍ର ଆବରଣ ତଳେ ରହି ଗଛର ରସ ଶୋଷି ଥାଏ। ଏହି ମାଇଟ ସାଧାରଣତଃ କେବଳ ଅତି ବୃଦ୍ଧି ହୋଇଥିବା କିମ୍ବା ଅବହେଳିତ ଆମ୍ବ ଗଛକୁ ଆକ୍ରମଣ କରିଥାଏ। ମାଇଟ ସଂଖ୍ୟା ମାର୍ଚ୍ଚ ମାସରେ ସର୍ବାଧିକ ହୋଇ ଡିସେମ୍ବର ମାସରେ କମିଯାଏ। ଗ୍ରୀଷ୍ମ ଋତୁରେ ଆକ୍ରମଣ ଅଧିକ ହୋଇଥାଏ।


ସୁରକ୍ଷାତ୍ମକ ଉପାୟ

  • ଅମଳ ପରେ ପ୍ରଭାବିତ ଡାଳ କାଟି କାଢି ଦିଅନ୍ତୁ। ଧଳା ଆବରଣ ଥିବା ପତ୍ର କାଢି ନଷ୍ଟ କରି ଦିଅନ୍ତୁ। ଆଲୋକର ପରିମାଣ ବଢାଇବା ଓ ଉତ୍ତମ ବାୟୁ ଚଳାଚଳ ସୁବିଧା ପାଇଁ ଗଛର କାଟଛାଣ୍ଟ କରନ୍ତୁ ଯାହା ଦ୍ଵାରା ଏହା ପତ୍ର ପାଖରେ ପହଞ୍ଚି ମାଇଟ ନିରୁତ୍ସାହିତ କରିଥାଏ ଓ ପ୍ରଭାବ କମାଇ ଥାଏ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ