କ୍ଷୁଦ୍ର ଶସ୍ୟ

କେଣ୍ଡା ପୋକ

Heliocheilus albipunctella

ପୋକ

5 mins to read

ସଂକ୍ଷେପରେ

  • କ୍ଷୁଦ୍ରାଶସ୍ୟ ଫସଲ ର କେଣ୍ଡାରେ ବଢୁଥିବା ଦାନାକୁ ସମ୍ବାଳୁଆ ଖାଇଥାଏ। କେଣ୍ଡା ପୃଷ୍ଠରେ ବହଳିଆ କୁଣ୍ଡଳୀ ଚିହ୍ନ ଥାଏ। ସାଧାରଣତଃ ଅମଳ କମିଥାଏ। ଇଷତ ହଳଦିଆ ଲାର୍ଭା, ପରେ ଲାଲ କିମ୍ବା ଗୋଲାପି ରଙ୍ଗର ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କ୍ଷୁଦ୍ର ଶସ୍ୟ

ଲକ୍ଷଣ

କ୍ଷୁଦ୍ରଶସ୍ୟ ଗଛର ବୃଦ୍ଧି ଅବସ୍ଥା ସହିତ କେଣ୍ଡା ପୋକର ଜୀବନ ଚକ୍ର ଦୃଢ ଭାବେ ସମ୍ପୃକ୍ତ। ଅଣ୍ଡା ଫୁଟିବା ପରେ, ସମ୍ବାଳୁଆ କେଣ୍ଡା ଖାଇ ତାହାର ଲାର୍ଭା ଅବସ୍ଥାର ବିକାଶ କେଣ୍ଡା ଭିତରେ କରିଥାଏ। ଯେତେବେଳେ କେଣ୍ଡାରେ ମଞ୍ଜି ବିକଶିତ ହୁଏ, ଶିଶୁ ଲାର୍ଭା କ୍ଷୁଦ୍ରଶସ୍ୟ ତଷୁ କଣା କରିଥାଏ ଓ ଫୁଲ ଖାଇଥାଏ, ଯେଉଁ ସ୍ଥଳେ ପରିପକ୍ଵ ଲାର୍ଭା ଫୁଲ ଡେମ୍ଫକୁ କାଟି ଦିଏ, ଯାହାକି ଦାନା ସୃଷ୍ଟି ଓ ପରିପକ୍ଵ ହେବାରେ ବାଧା ସୃଷ୍ଟି କରିଥାଏ। ଲାର୍ଭା ଫୁଲର ମୁଖ୍ୟ ଡେମ୍ଫ ଓ ଛୋଟ ଫୁଲ ମଧ୍ୟକୁ ଖାଇବା ସମୟରେ ସେମାନେ ନଷ୍ଟ ଫୁଲ ଓ ବଢୁଥିବା ଦାନାକୁ କାଢି ଦିଅନ୍ତି, ତେଣୁ ଏକ ନିର୍ଦ୍ଦିଷ୍ଟ କୁଣ୍ଡଳୀ ଚିହ୍ନ କେଣ୍ଡାରେ ଦେଖାଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ହାବ୍ରୋବ୍ରାକନ ହେବେଟର କେଣ୍ଡା ପୋକର ଏକ ପ୍ରାକୃତିକ ପରଭକ୍ଷୀ ଅଟେ ଏବଂ ଏହା କେତେକ ଆଫ୍ରିକୀୟ ଦେଶର ଆକ୍ରାନ୍ତ ଜମିରେ ସଫଳତାର ସହିତ କାର୍ଯ୍ୟ କରିଛି, କିଛି କ୍ଷେତ୍ରରେ ଏହା 97% ମୃତ୍ୟୁ ହାର ପାଇଛି ଓ ଦାନା ଅମଳ ବଢାଇଛି।

ରାସାୟନିକ ନିୟନ୍ତ୍ରଣ

ଯଦି ଉପଲବ୍ଧ ହୁଏ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବର୍ତ୍ତମାନ ପାଇଁ ହେଲିୟଚିଲସ ଅଲ୍ବିପଙ୍କ୍ଟେଲାର ଫଳପ୍ରସୂ ଦମନ ପାଇଁ କୌଣସି ରାସାୟନିକ ନିୟନ୍ତ୍ରଣ ନାହିଁ।

ଏହାର କାରଣ କଣ

ହେଲିୟଚିଲସ ଅଲ୍ବିପଙ୍କ୍ଟେଲା ନାମକ କେଣ୍ଡା ପୋକ ଦ୍ଵାରା ଏହି ଲକ୍ଷଣ ସୃଷ୍ଟି ହୋଇଥାଏ। ବୟସ୍କ ପ୍ରଜାପତିର ଉଡିବା ସମୟ ଫୁଲ ଓ କେଣ୍ଡା ବାହାରିବା ଅବସ୍ଥା ସହିତ ପାଖାପାଖି ହୋଇଥାଏ। ମାଇମାନେ କେଣ୍ଡାର ମୁଖ୍ୟ ଡେମ୍ଫ, କିମ୍ବା ଛୋଟ ଫୁଲର ଆଧାର କିମ୍ବା ତାହାର ଡେମ୍ଫ ଉପରେ ହାଲୁକା ଭାବରେ ଲାଗିଥିବା ଗୋଟିଏ କିମ୍ବା ଗୁଚ୍ଛ ଭାବରେ ଅଣ୍ଡା ଦିଅନ୍ତି। ଅଣ୍ଡା ଫୁଟିବା ପରେ ଛୋଟ ଲାର୍ଭା କେଣ୍ଡା ଖାଇଥାଏ ଓ ବଯସ୍କମାନେ ନିର୍ଦ୍ଦିଷ୍ଟ କୁଣ୍ଡଳୀ ସୁଡଙ୍ଗ ଚିହ୍ନ ସୃଷ୍ଟି କରିଥାନ୍ତି। ସଂପୂର୍ଣ୍ଣ ବୃଦ୍ଧି ପାଇଥିବା ଲାର୍ଭା ଲାଲ କିମ୍ବା ଗୋଲାପି ରଙ୍ଗ ରେ ପରିଣତ ହୋଇଥାନ୍ତି ଏବଂ ଭୂମିରେ ପଡିଯାନ୍ତି, ଯେଉଁଠି ସେ ମାଟିରେ ପଶି ପ୍ୟୁପା ସୃଷ୍ଟି କରିଥାଏ। ଶୁଷ୍କ ଋତୁସାରା ସେ ସେହି ସୁପ୍ତ ଅବସ୍ଥାରେ ରହିଥାନ୍ତି ଏବଂ ବର୍ଷା ଆରମ୍ଭ ହେଲେ ବୟସ୍କ ହୋଇ ବାହାରି ଥାନ୍ତି। ପଶ୍ଚିମ ଆଫ୍ରିକାର ସାହାଲିଆନ ଅଞ୍ଚଳରେ ବାଜରା କେଣ୍ଡା ପାଇଁ ଏହି ପୋକ ସର୍ବାଧିକ କ୍ଷତିକାରକ ପୋକ ଭାବରେ ଗଣା ଯାଏ।


ସୁରକ୍ଷାତ୍ମକ ଉପାୟ

  • ଲାର୍ଭା ପାଇଁ କେଣ୍ଡା ଓ ଭୂମିକୁ ନିୟମିତ ନିରୀକ୍ଷଣ କରନ୍ତୁ। କେଣ୍ଡା ବାହାର କରନ୍ତୁ ଏବଂ ଜମିରୁ ଦୂରକୁ ନେଇ ପୋତି କିମ୍ବା ଜାଳି ନଷ୍ଟ କରି ଦିଅନ୍ତୁ। ସହଳ କିସମ କ୍ଷୁଦ୍ରଶସ୍ୟ ( 75 ଦିନରେ ପାଚୁଥିବା) ଦୁଇ ସପ୍ତାହ ବିଳମ୍ବରେ ଲଗାଇଲେ ଫସଲର ସଂବେଦନଶୀଳ ଅବସ୍ଥା କୁ ପୋକର ସର୍ବାଧିକ ଉଡିବା ଅବସ୍ଥା ଠାରୁ ଦୂରେଇ ରଖିହେବା। ଲାର୍ଭା ଓ ପ୍ୟୁପା ବାହାରକୁ କାଢିବା ପାଇଁ ଅମଳ ପରେ ଗଭୀର ହଳ ସୁନିଶ୍ଚିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ