ବାଇଗଣ

ବାଇଗଣ ପତ୍ର ମୋଡା ରୋଗ

Eublemma olivacea

ପୋକ

5 mins to read

ସଂକ୍ଷେପରେ

  • ଲାର୍ଭା କୋମଳ, ନୂତନ ପତ୍ର ଖାଇଥାଏ ଓ ଛିନ୍ନ ବିଛିନ୍ନ ପତ୍ର ସୃଷ୍ଟି କରିଥାଏ। ଛୋଟ ପତ୍ରଗୁଡିକ ଲମ୍ୱା ଭାବରେ ଗୁଡାଇ ହୁଏ। ଗୁଡାଇ ହୋଇଥିବା ପତ୍ରଗୁଡିକ ବାଦାମୀ ଏବଂ ଶେଷରେ ଶୁଖି ଯାଇଥାଏ। ଅତ୍ୟଧିକ ସଂକ୍ରମଣରେ ଗଛଗୁଡିକର ସମସ୍ତ ଅଂଶ ବାଦାମୀ ଦେଖାଯାଏ ଏବଂ ପତ୍ରଝଡା ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ବାଇଗଣ

ଲକ୍ଷଣ

କେବଳ ଲାର୍ଭା ପତ୍ରର କ୍ଷତି କରିଥାଏ। ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ଲମ୍ବରେ ଗୁଡା ହୋଇଥିବା ପତ୍ର ପରି ଦେଖାଯାଏ ଯେଉଁଠାରେ ଲାର୍ଭା ଥାଏ। ସେଠାରୁ ସେମାନେ ପତ୍ରର ଆଭ୍ୟନ୍ତରୀଣ ସବୁଜ ଟିସୁକୁ ଚୋବାନ୍ତି। ଗଛର ଉପର ଭାଗରେ କ୍ଷତି ଅଧିକ ଦେଖାଯାଏ। ଗୁଡାଇ ହୋଇଥିବା ପତ୍ରଗୁଡିକ ବାଦାମୀ, ଝାଉଁଳା ଏବଂ ଶୁଖିଲା ହୋଇପାରେ। ଯେତେବେଳେ କ୍ଷତି ଅଧିକ ହୁଏ, ବାଦାମୀ ରଙ୍ଗ ଗଛର ସବୁ ଅଂଶକୁ ବ୍ୟାପିଥାଏ ଏବଂ ତାପରେ ପତ୍ରଝଡା ଦେହାଯାଏ। ଯଦି ସମ୍ବାଳୁଆର ସଂଖ୍ୟା ନିୟନ୍ତ୍ରିତ ନହୁଏ ତେବେ ଏହା ଗୁରୁତ୍ୱପୂର୍ଣ୍ଣ ଅମଳ କ୍ଷତି ଘଟାଇପାରେ। ତଥାପି, ଏହି କୀଟ ଗଛର ବିକାଶ ଏବଂ ଅମଳ ପାଇଁ କ୍ୱଚିତ୍ ଏକ ବଡ଼ ବିପଦ।

Recommendations

ଜୈବିକ ନିୟନ୍ତ୍ରଣ

ସଂକ୍ରମଣକୁ ହ୍ରାସ କରିବା ପାଇଁ ପରଜୀବୀ ବିରୁଡି ପ୍ରଜାତି ଯେପରିକି କୋଟେସିଆ ପ୍ରଜାତି ଦ୍ଵାରା ଜୈବିକ ନିୟନ୍ତ୍ରଣ ବ୍ୟବହୃତ ହୋଇପାରେ। କୀଟକୁ ନିୟନ୍ତ୍ରଣ କରିବାରେ ମାଣ୍ଟିସ୍ କିମ୍ବା ଉପକାରୀ ଲେଡିବର୍ଡ ବିଟଲ୍ ପ୍ରଜାତି ପରି ପରଭକ୍ଷୀ କୀଟ ମଧ୍ୟ ସାହାଯ୍ୟ କରିପାରନ୍ତି। ଷ୍ଟେନର୍ନେମା ପ୍ରଜାତି ଭଳି ନେମାଟୋଡ/ସୂତ୍ରଜୀବ ମଧ୍ୟ କୀଟକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିପାରେ।

ରାସାୟନିକ ନିୟନ୍ତ୍ରଣ

ସର୍ବପ୍ରଥମେ ସର୍ବଦା ଏକ ସମନ୍ଵିତ ନିରାକରଣ ପଦ୍ଧତି ବିଚାର କରନ୍ତୁ। ଯଦି କୀଟନାଶକ ଆବଶ୍ୟକ ହୁଏ, ବାଇଗଣ ପତ୍ର ମୋଡା ସଂଖ୍ୟା ନିୟନ୍ତ୍ରଣ କରିବାକୁ ମାଲାଥିଆନ ସିଞ୍ଚନ ପ୍ରୟୋଗ କରନ୍ତୁ।

ଏହାର କାରଣ କଣ

ବୟସ୍କମାନେ ଆଗଡେଣାର ବାହ୍ୟ ଅଞ୍ଚଳରେ ଏକ ବଡ଼ ତିନିପାଖିଆ ଗାଢ ପ୍ୟାଚ୍ ସହିତ ମଧ୍ୟମ ଆକାରର, ହାଲୁକା ବାଦାମୀରୁ ଅଲିଭ୍ ସବୁଜ ପ୍ରଜାପତି। ପଛ ଡେଣା ସ୍ୱଚ୍ଛ ଧଳା ଅଟେ। ମାଈ ପୋକଗୁଡିକ ପତ୍ରର ଉପର ପାର୍ଶ୍ୱରେ ପ୍ରାୟ 8-22 ଗୋଷ୍ଠୀରେ ଅଣ୍ଡା ଦିଅନ୍ତି, ସାଧାରଣତଃ ନୂଆ ପତ୍ର ଉପରେ। ପ୍ରାୟ 3-5 ଦିନ ପରେ ଲାର୍ଭା ଫୁଟିଥାଏ। ସେଗୁଡ଼ିକ ବାଇଗଣୀ-ବାଦାମୀ ଏବଂ ହଳଦିଆ କିମ୍ବା କ୍ରିମ୍ ବର୍ଣ୍ଣର ଫମ୍ପା କୁଜ ଏବଂ ପଛରେ ଲମ୍ବା କେଶ ସହିତ ସବଳ ହୋଇଥାଏ। ଲାର୍ଭାର ବୃଦ୍ଧି ଅବଧି ପ୍ରାୟ 4 ସପ୍ତାହ ଅଟେ। ତା’ପରେ ସେମାନେ ଗୁଡାଇ ଥିବା ପତ୍ର ଭିତରେ ପ୍ୟୁପା କରନ୍ତି। ପ୍ରାୟ 7-10 ଦିନର ଅତିରିକ୍ତ ଅବଧି ପରେ ନୂତନ ପିଢୀର ବୟସ୍କ ପ୍ରଜାପତି ବାହାରିଥାଏ। ଜଳବାୟୁ ପରିସ୍ଥିତି ଉପରେ ନିର୍ଭର କରି ବର୍ଷକୁ 3-4 ପିଢୀ ହୋଇପାରେ।


ସୁରକ୍ଷାତ୍ମକ ଉପାୟ

  • ବିଳମ୍ବ ଋତୁରେ ରୋପଣ କରିବାକୁ ପରାମର୍ଶ ଦିଆଯାଇଛି। ଏକ ଭଲ ସାର ପ୍ରୟୋଗ ଯୋଜନା କରି ସୁସ୍ଥ ଫସଲ ବଢାନ୍ତୁ। ରୋଗ କିମ୍ବା ପୋକର କୌଣସି ଚିହ୍ନ ପାଇଁ ଆପଣଙ୍କର ଗଛ କିମ୍ବା କ୍ଷେତ୍ର ଯାଞ୍ଚ କରନ୍ତୁ। ସଂକ୍ରମିତ ପତ୍ର ଏବଂ ସମ୍ବାଲୁଆ ହାତରେ କାଢି ଦିଅନ୍ତୁ। ସଂକ୍ରମିତ ପତ୍ର, ସମ୍ବାଳୁଆ ଏବଂ ଆପଣଙ୍କ ବର୍ଜ୍ୟବସ୍ତୁକୁ ବାହାର କରି ପୋଡି ନଷ୍ଟ କରନ୍ତୁ। କୀଟନାଶକ ମନଇଛା ବ୍ୟବହାରରୁ ଦୂରେଇ ରୁହନ୍ତୁ ଯାହା ପୋକର ପ୍ରାକୃତିକ ଶତ୍ରୁମାନଙ୍କୁ ନଷ୍ଟ କରିଥାଏ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ