ହରଡ଼ & ମସୁର

ପତ୍ର ବୁଢିଆଣୀ

Eucosma critica

ପୋକ

5 mins to read

ସଂକ୍ଷେପରେ

  • ପତ୍ରରେ ଜାଲ ବୁଣା ହୋଇଥାଏ। ଫୁଲ ଓ ଛୁଇଁ ପ୍ରଭାବିତ ହୋଇଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

ହରଡ଼ & ମସୁର

ଲକ୍ଷଣ

ପତ୍ରଗୁଡ଼ିକ ଏକାଠି ଜାଲରେ ବୁଣା ହୋଇଥାଏ। ଅନେକ ସମୟରେ ପ୍ରାନ୍ତ କଢ ଜାଲ ଭିତରେ ଥାଏ, ଯାହାକି ଡାଳ ବଢିବାରେ ବାଧା ସୃଷ୍ଟି କରିଥାଏ। ପତ୍ର ଧଳା ହୋଇ ଶୁଖିଯାଏ।

Recommendations

ଜୈବିକ ନିୟନ୍ତ୍ରଣ

ଆଜି ପର୍ଯ୍ୟନ୍ତ ଏହି ପୋକ ପାଇଁ କୌଣସି ଜୈବିକ ନିୟନ୍ତ୍ରଣ ପଦ୍ଧତି ଉପଲବ୍ଧ ଥିବା ଆମେ ଜାଣି ନାହୁଁ। ଯଦି ଏହାର ଲକ୍ଷଣ କିମ୍ବା ଆବିର୍ଭାବ ହ୍ରାସ ପାଇଁ କୌଣସି ସଫଳ ପଦ୍ଧତି ଜାଣିଛନ୍ତି, ଦୟାକରି ଆମ ସହିତ ସମ୍ପର୍କ କରନ୍ତୁ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। ବ୍ୟାପକ ପ୍ରଭାବୀ କୀଟନାଶକ ଏଡାଇବା ଉଚିତ, ଯେହେତୁ ତାହା ଉପକାରୀ ଜୀବକୁ ମଧ୍ୟ ମାରି ଦେଇଥାଏ। ହେଲିକୋଭେର୍ପା ସମ୍ବାଳୁଆ, ଚିତ୍ରିତ ଛୁଇଁ ବିନ୍ଧା ପୋକ କିମ୍ବା ପିଚ୍ଛଳ ପ୍ରଜାପତି ନିୟନ୍ତ୍ରଣ କରୁଥିବା ରାସାୟନିକ ମଧ୍ୟ ପତ୍ର ବୁଢିଆଣୀ ପୋକର ନିୟନ୍ତ୍ରଣ କରିଥାଏ।

ଏହାର କାରଣ କଣ

ଇଉକୋସ୍ମା କ୍ରିଟିକା (ପୂର୍ବରୁ ଗ୍ରାଫୋଲୋଟା କ୍ରିଟିକା) ର ଲାର୍ଭା ଦ୍ଵାରା ଏହି କ୍ଷତି ହୋଇଥାଏ। ମାଇ ପ୍ରଜାପତି ମାଟିଆ ରଙ୍ଗର ହୋଇଥାଏ ଏବଂ ପତ୍ର କଢ ଓ ନୂଆ ପତ୍ର ଉପରେ ଅଣ୍ଡା ଦେଇଥାଏ। କ୍ରିମ-ହଳଦିଆ ଲାର୍ଭା ତାପରେ ପତ୍ରଗୁଡ଼ିକୁ ଏକାଠି ବାନ୍ଧିଥାନ୍ତି ଓ ସେହି ଜାଲ ଭିତରେ ରହି ଏହାର କଅଁଳ ଅଂଶକୁ ଖାଇଥାନ୍ତି। ଜାଲରେ ବନ୍ଧା ହୋଇଥିବା ପତ୍ରରେ ଏହା ପ୍ୟୁପା ଗଠନ କରିଥାଏ। ସାରା ଋତୁ ଗଛ ପ୍ରଭାବିତ ହୋଇଥାଏ। ଯଦି ଚାରା ଅବସ୍ଥାରୁ ଆକ୍ରାନ୍ତ ହୋଇଥାଏ, ତାହାହେଲେ ଗଛ ଅତ୍ୟଧିକ ପ୍ରଭାବିତ ହୋଇଥାଏ। ତାପମାତ୍ରା 23°C ରୁ 30°C ମଧ୍ୟରେ ପୋକ ଆକ୍ରମଣ ପାଇଁ ଅନୁକୂଳ ଅଟେ। ଏହା ଏକ ଗୌଣ ପୋକ ଓ ଅଧିକ ଆର୍ଥିକ କ୍ଷତି କରେ ନାହିଁ।


ସୁରକ୍ଷାତ୍ମକ ଉପାୟ

  • ଯଦି ମିଳେ ପ୍ରତିରୋଧୀ କିମ୍ବା ସହନଶୀଳ କିସମ ଲଗାନ୍ତୁ। ଗେଣ୍ଡୁ କିମ୍ବା ଜଡା ସହିତ ଅନ୍ତଃ ଫସଲ ନିଅନ୍ତୁ। ଜାଲ ବୁଣା ହୋଇଥିବା ପତ୍ର ପାଇଁ ଜମି ନିରୀକ୍ଷଣ କରନ୍ତୁ। ଆକ୍ରାନ୍ତ ଗଛ ଅଂଶ ସଂଗ୍ରହ ଓ ନଷ୍ଟ କରନ୍ତୁ। ପୋକ ସଂଖ୍ୟା ହ୍ରାସ କରୁଥିବା ପରଭକ୍ଷୀ ଓ ପରଜୀବୀ ସଂରକ୍ଷଣ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ