ଅଲିଭ

ଅଲିଭ ସାଇଲିଡ

Euphyllura olivina

ପୋକ

5 mins to read

ସଂକ୍ଷେପରେ

  • ସାଇଲିଡ କଢ, ଫୁଲ, କଅଁଳ କାଣ୍ଡ ଓ ଛୋଟ ଫଳର ଟିସୁକୁ କ୍ଷତ କରି ଖାଇଥାଏ। ନିର୍ଗତ ମହୁବିନ୍ଦୁ (ମିଷ୍ଟମଳ) କଳା ଫିମ୍ପିକୁ ଆକର୍ଷଣ କରିଥାଏ ଏବଂ ଆଲୋକ ସଂଶ୍ଳେଷଣକୁ ସୀମିତ କରିଥାଏ। ମହମ ଝର ଫୁଲ ଓ ଛୋଟ ଫଳ ଝଡା ସୃଷ୍ଟି କରିଥାଏ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ
ଅଲିଭ

ଅଲିଭ

ଲକ୍ଷଣ

ଅଲିଭ ସାଇଲିଡ ଅଲିଭ ଗଛକୁ ତିନୋଟି ଉପାୟରେ ପ୍ରଭାବିତ କରିଥାଏ: ପ୍ରଥମେ କଢ, ଫୁଲ, କଅଁଳ କାଣ୍ଡ ଏବଂ ଛୋଟ ଫଳ ଖାଇଥାଏ; ଦ୍ଵିତୀୟରେ ସେମାନେ ଟିସୁରୁ ମିଠା ରସ ଶୋଷିବା ବେଳେ ପ୍ରଚୁର ମହୁବିନ୍ଦୁ (ମିଷ୍ଟମଳ) ଉତ୍ପନ୍ନ କରିଥାନ୍ତି, ଯାହାକି କଳା ଫିମ୍ପି ବୃଦ୍ଧି କରିଥାଏ ଓ ପତ୍ରର ଆଲୋକ ସଂଶ୍ଳେଷଣ କାର୍ଯ୍ୟ ହ୍ରାସ କରାଇ ଥାଏ। ଶେଷରେ, ଅଲିଭ ଫୁଲ ଓ ଫଳ ଧରିବା ସମୟରେ ଶୂକର ମହମ ଭଳି ପଦାର୍ଥ ନିର୍ଗମନ ଅକାଳ ଫୁଲ ଓ ଛୋଟ ଫଳ ଝଡା ସୃଷ୍ଟି କରିଥାଏ। ସଂଖ୍ୟା ଅଧିକ ହେଲେ ନୂଆ ଗଛରେ ବୃଦ୍ଧି କମିଯାଇ ଥାଏ ଏବଂ ଅମଳରେ ଯଥେଷ୍ଟ ହ୍ରାସ ହୋଇଥାଏ। ସାଂଘାତିକ ଭାବରେ ଆକ୍ରାନ୍ତ ଗଛରେ 30 - 60 % ପର୍ଯ୍ୟନ୍ତ ଅମଳ ହ୍ରାସ ହୋଇଥାଏ।

Recommendations

ଜୈବିକ ନିୟନ୍ତ୍ରଣ

ପରଜୀବୀ ବିରୁଡି ସାଇଲେଫାଗସ ଇଉଫିଲୁରା, ପାଇରେଟ ବଗ ଆନ୍ଥୋକୋରିସ ନେମୋରାଲିସ, ଝାଲର ଡେଣା କ୍ରାଇସୋପେଲା କାର୍ନି ଏବଂ ଲେଡି ବିଟଲ କୋକ୍ସିନେଲା ସେପ୍ଟେମ୍ପୁଙ୍କଟାଟା ଆଦି ପରଭକ୍ଷୀ କୀଟ ଅଲିଭ ସାଇଲିଡ ସଂଖ୍ୟା ହ୍ରାସ କରିଥାନ୍ତି। ଅବଶେଷ ନଥିବା, ଜୈବିକ ସଂସ୍ପର୍ଶ କୀଟନାଶକ ଯଥା- ନିମ୍ବ ତେଲରୁ ପ୍ରସ୍ତୁତ କୀଟନାଶକ ସାବୁନ,ଏବଂ ଉଦ୍ୟାନ ତେଲ ଆଦି ସାଇଲିଡ ଦମନ ପାଇଁ କାର୍ଯ୍ୟ କରିଥାଏ। ସେମାନଙ୍କ ସୁରକ୍ଷାତ୍ମକ ମହମ ଆବରଣ ନିର୍ଗମନ କରିବା ପୂର୍ବରୁ ଏହା ପ୍ରୟୋଗ କରାଯିବା ଉଚିତ। ପତ୍ର ସମୂହରେ ବାୟୁ ଚଳାଚଳ ବୃଦ୍ଧି ଏବଂ ଅଲିଭ ସାଇଲିଡ ପ୍ରତି ଉତ୍ତାପ ସଂସ୍ପର୍ଶ ବଢାଇବା ପାଇଁ ଆକ୍ରାନ୍ତ ଅଞ୍ଚଳରେ କାଟଛାଣ୍ଟ କରିବା ଉଚିତ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ, ସର୍ବଦା, ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ। କୀଟନାଶକର ସମୟୋଚିତ ସିଞ୍ଚନ ସାଇଲିଡ ଦମନ ପାଇଁ ଫଳପ୍ରସୂ ଅଟେ, କିନ୍ତୁ ଶେଷ ଉପାୟ ଭାବରେ ବ୍ୟବହାର କରାଯିବା ଉଚିତ। କୀଟ ସେମାନକୁ କିଛି ପରିମାଣରେ ପ୍ରତିରୋଧକତା ଦେଉଥିବା ସେମାନଙ୍କ ସୁରକ୍ଷାତ୍ମକ ମହମ ଆବରଣ ନିର୍ଗମନ କରିବା ପୂର୍ବରୁ ଏହା ପ୍ରୟୋଗ କରାଯିବା ଉଚିତ।

ଏହାର କାରଣ କଣ

ଇଉଫିଲୁରା ଅଲିଭିନା ନାମକ ଅଲିଭ ସାଇଲିଡର ଖାଇବା କାର୍ଯ୍ୟ ଯୋଗୁଁ ଏହି ଲକ୍ଷଣ ହୋଇଥାଏ। ଅଲିଭ ଗଣ୍ଡିରେ ଆଶ୍ରୟ ନେଇଥିବା ସ୍ଥାନରେ ବଯସ୍କମାନେ ଶୀତସୁପ୍ତି କରିଥାନ୍ତୀ। ଫିକାତାମ୍ର ବର୍ଣ୍ଣର ଓ 2.5 ମିମି ଲମ୍ବ ଶରୀର ଓ କିଛି ଛୋଟ ଗାଢ ଦାଗ ସହିତ ଆଗ ଡେଣା ଥାଏ। ବସନ୍ତରେ ନୂଆ ଡାଳରେ ଏବଂ କଢରେ ମାଈପୋକ 1000 ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ। ଶୂକଗୁଡିକ ଚଉଡା, ସବୁଜରୁ ତାମ୍ର ଏବଂ ଏକ ଧଳା ମହମ ଆବରଣ ନିର୍ଗମନ କରିଥାନ୍ତି, ଯାହାକି ସେମାନଙ୍କୁ ସୁରକ୍ଷା ଦେଇଥାଏ। 20° ରୁ 25°Cରେ, ସେମାନେ ପ୍ରାୟ ତିନି ମାସରେ ସେମାନଙ୍କ ଜୀବନ ଚକ୍ର ସଂପୂର୍ଣ୍ଣ କରିଥାନ୍ତି ଏବଂ ଏହି ପରିସ୍ଥିତିରେ ପ୍ରତି ବର୍ଷ ତିନୋଟି ପିଢୀ ଧାରଣ କରିଥାନ୍ତି। ଉଷ୍ଣ ତାପମାତ୍ରାରେ (27°Cରୁ ଉର୍ଦ୍ଧ୍ଵ), ସାଇଲିଡ କମ ସକ୍ରିୟ ହୋଇଥାନ୍ତି ଏବଂ 32 °C ରୁ ଉର୍ଦ୍ଧ୍ଵ ହେଲେ ସେମାନଙ୍କ ମୃତ୍ୟୁ ହାର ବଢିଥାଏ। ଶୂକ ଓ ବୟସ୍କର ଖାଇବା କାର୍ଯ୍ୟ ଦ୍ଵାରା ଗଛ ଟିସୂ ଫାଟି ଯାଇଥାଏ ଓ ଗଛର ସବୁ ଅଂଶକୁ ପୋଷଣ ବଣ୍ଟନରେ ଗଛର ସାମର୍ଥ୍ୟରେ ବାଧା ଦେଇଥାଏ। ଯେତେବେଳେ ଅଲିଭ ସାଇଲିଡ ଫୁଲକେଣ୍ଡାରେ ଥାଏ,ଏହା ସମସ୍ୟା ବହୁଳ ଅଟେ, ଯାହାକି ପରିଶେଷରେ ଫଳ ଧରିବା ଓ ଅମଳରେ ପ୍ରଭାବ ପକାଇ ଥାଏ।


ସୁରକ୍ଷାତ୍ମକ ଉପାୟ

  • ବସନ୍ତ ଆରମ୍ଭରୁ ନିୟମିତ ଅଲିଭ ସାଇଲିଡ ସଂଖ୍ୟା ମନିଟର କରନ୍ତୁ। ସାଇଲିଡ ଧରିବା ପାଇଁ ଅଠାଳିଆ ଜନ୍ତା ସୁପାରିସ କରାଯାଏ। ବ୍ୟାପକ ପ୍ରଭାବୀ କୀଟନାଶକ ଅତ୍ୟଧିକ ପ୍ରୟୋଗ କରି ସାଇଲିଡର ପରଭକ୍ଷୀ ଦୂର କରନ୍ତୁ ନାହିଁ। ଗଛ ରୁ ଗଛ ମଧ୍ୟରେ ଯଥେଷ୍ଟ ବ୍ୟବଧାନ ଦିଅନ୍ତୁ। ସାଇଲିଡ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବା ପାଇଁ ଯଥେଷ୍ଟ ବାୟୁ ଚଳାଚଳ ଓ ଖରା ସଂସ୍ପର୍ଶରେ ଆଣିବା ସୁନିଶ୍ଚିତ କରନ୍ତୁ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ