ଚିନାବାଦାମ

ଭେଲବେଟ ବା ମଖମଲ ସମ୍ବାଳୁଆ

Anticarsia gemmatalis

ପୋକ

5 mins to read

ସଂକ୍ଷେପରେ

  • ଖାଇବା ଜନିତ କ୍ଷତ ପୁରା ପତ୍ର, କଢ , ଛୋଟ ଛୁଇଁ ଓ କାଣ୍ଡରେ ଦେଖାଯାଏ ।.

ମଧ୍ୟ ଦେଖା ଯାଇପାରେ

5 ଫସଲ ଗୁଡିକ

ଚିନାବାଦାମ

ଲକ୍ଷଣ

ମଖମଲ ସମ୍ବାଲୁଆ ପୋଷକ ଗଛର ପତ୍ରକୁ ଆକ୍ରମଣ କରନ୍ତି । ପ୍ରଥମେ, ନୂଆ ଶୂକ କୋମଳ ଟିସୂ ଖାନ୍ତି । ବଡ ଶୂକ ଶିରା ସହିତ ପୁରା ପତ୍ରକୁ ଖାନ୍ତି । ପରବର୍ତ୍ତୀ ଅବସ୍ଥାରେ , ଶୂକମାନେ କଢ ,ଛୋଟ ଛୁଇଁ ଓ କାଣ୍ଡ ଖାନ୍ତି ।ସେମାନେ ରାତିରେ ସକ୍ରିୟ ଥାନ୍ତି ।ଯଦି ନିୟନ୍ତ୍ରଣ କରାନଯାନ୍ତି , ତାହାହେଲେ ଏକ ସପ୍ତାହ ମଧ୍ୟରେ ପୁରା ଗଛକୁ ପତ୍ରହୀନ କରିବା ପାଇଁ ଏମାନେ ସମର୍ଥ ଅଟନ୍ତି ।

Recommendations

ଜୈବିକ ନିୟନ୍ତ୍ରଣ

ମଖମଲ ପ୍ରଜାପତି ଦମନ ପାଇଁ ପ୍ରକୃତିକ ଶତ୍ରୁ ବ୍ୟବହାର କରନ୍ତୁ , ଉଦାହରଣ ସ୍ୱରୂପ , ଇଉପ୍ଲେକ୍ତ୍ରସ ପୁଟଲେରୀ ,ମେଟିଆରସ ଅଟୋଗ୍ରାଫେ ଭଳି ପରଜୀବୀ ବିରୁଡିର କେତେକ ଜାତି । ଅନ୍ୟ ପରଭକ୍ଷୀମାନେ ହେଲେ ଭୁଇଁ ଭୃଙ୍ଗ, ଲାଲ ଅଗ୍ନି ପିମ୍ପୁଡି,କିମ୍ବା ଟାଚିନିଦ ମାଛି ୱିନ୍ଥେମିଆ ରୁଫୋପିକ୍ତା । ମେରୁଦଣ୍ଡୀ ପରଭକ୍ଷୀମାନେ ଯଥା ପକ୍ଷୀ,ବେଙ୍ଗ ,ଓ ମୁସ ଜାତୀୟ ମଧ୍ୟଶ ମଖମଲ ପ୍ରଜାପତି ସଂଖ୍ୟା କମାନ୍ତି । ମଖମଲ ସମ୍ବାଳୁଆ ଦମନ କରିବା ପାଇଁ ରୋଗକାରୀ ଜୀବାଣୁ ଯଥା ବେଶିଲସ ଥୁରିଙ୍ଗେନେସିସ ପ୍ରୟୋଗ କରାଯାଇପାରେ ।

ରାସାୟନିକ ନିୟନ୍ତ୍ରଣ

ସର୍ବଦା ,ଯଦି ମିଳେ ,ଜୈବିକ ଉପଚାର ସହ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । କୀଟନାଶକ ସହିତ ନିରାକରଣ ଉପଚାର ପୋକ ଦମନ କରିବାରେ ଭଲ ଫଳ ଦିଏ ।

ଏହାର କାରଣ କଣ

ଆନତିକାରସିଆ ଗେମାଟାଲିସ ର ବୟସ୍କ ପ୍ରଜାପତିର 30 ରୁ 40 ମିମି ବିଶିଷ୍ଟ ଡେଣା ଥାଏ । ଆଗ ଡେଣା ପାଉଁଶିଆ ଧୂସର ରୁ ଫିକା ହଳଦିଆ ବାଦାମୀ କିମ୍ବା ଗାଢ ଲାଲ ବାଦାମୀ ହୋଇଥାଏ । ପଛ ଡେଣା ଫିକା ବାଦାମୀ ଓ ଧାର ପାଖରେ ଫିକା ରଙ୍ଗର ଏକ ଧାଡି ଥାଏ । ଡେଣାଗୁଡିକ ସମ୍ପୂର୍ଣ ପ୍ରସାରିତ ହେବାପରେ ଦୁଇଟିଜାକ ସେଟରେ ଗୋଟିଏ ଗାଢ ତୀର୍ଯ୍ୟକ ରେଖା ଥାଏ । ଅଣ୍ଡାଗୁଡିକ ସାମାନ୍ୟ ଅଣ୍ଡାକାର ,ପିଞ୍ଜରାବିଶିଷ୍ଟ ଓ ଫୁଟିବା ପୂର୍ବରୁ ଧଳା ଥାଏ , ପରେ ପିଙ୍କ ବାଆ ଗୋଲାପୀ ହୁଏ । ପତ୍ର ତଲପଟେ ଗୋଟିଏ ଗୋଟିଏ ଅଣ୍ଡା ଦିଅନ୍ତି । 3 ରୁ 7 ଦିନ ପରେ ଅଣ୍ଡା ଫୁଟେ ଓ ଶୂକ ଅଣ୍ଡା ଖୋଳ ଖାଏ ଯେଉଁଥିରୁ ସେ ବାହାରିଥାଏ । ମଖମଲ ପ୍ରଜାପତିର ଶୁକମାନେ ପ୍ରାକ ନିରମୋଚନ ଅବସ୍ଥାରେ ବିଭିନ୍ନ ପ୍ରକାର ରଙ୍ଗର ଓ ଚିହ୍ନର ହୋଇଥାନ୍ତି । ନୂଆ ଶୁକମାଙ୍କୁ ସୋୟାବିନ ଦଉଡିଆ ପୋକ ( ସୁଡୋ ପୁଲସିଆ ଇଙ୍କ୍ଲୁଡେନ୍ସ ) ଭାବି ନିଆଯାଏ । କୋଷର ପୂର୍ବାବସ୍ଥାରେ ଶୁକମାନେ 25 ମିମିକୂ ସଙ୍କୋଚିତ ହୋଇଯାନ୍ତି ଓ କାଠ ବାଦାମୀ ରଙ୍ଗର ହୋଇଯାନ୍ତି । କୋଷା ଫିକା ସବୁଜରୁ ବାଦାମୀ ରଙ୍ଗରେ ପରିଣତ ହୁଏ ଏବଂ ସମାନ 20 ମିମି ଲମ୍ବା ହୁଏ । ଏହା ସିଧା ମାଟି ତଳେ ଥାଏ । ଏହାର ଜୀବନ ଚକ୍ର ଖରା ଦିନେ 4 ସପ୍ତାହରେ ଶେଷ ହୁଏ । ଯେତେବେଳେ ତାପମାତ୍ରା କମେ ,ଜୀବନ ଚକ୍ର ସମୟ ବଢେ । ସ୍ଥାନ ଅନୁସାରେ ଏକ ବର୍ଷରେ ପିଢୀ ସଂଖ୍ୟା ପରିବର୍ତ୍ତନ ହୁଏ ।


ସୁରକ୍ଷାତ୍ମକ ଉପାୟ

  • ସହନୀୟ କିସମ ଲଗାନ୍ତୁ । ସହଳ ଅମଳ ହେଉଥିବା କିସମ ବାଛନ୍ତୁ । ଶୀଘ୍ର ଅମଳ କରିବା ପାଇଁ ଶୀଘ୍ର ଲଗାନ୍ତୁ । ସତରକତର ସହିତ ଗଛ ନିରୀକ୍ଷଣ କରନ୍ତୁ ଓ ଚରମ ସଂଖ୍ୟା ପହଞ୍ଚିଲେ ରୋଗ ପରିଚାଳନା ପଦ୍ଧତିଗୁଡିକୁ କାର୍ଯ୍ୟକରନ୍ତୁ । ଫେରୋମୋନ ଜନ୍ତା ବ୍ୟବହାର କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ