ଅନ୍ୟ

ସୋୟାବିନ ବୃନ୍ତ ଘୂଣି ପୋକ

Sternechus subsignatus

ପୋକ

5 mins to read

ସଂକ୍ଷେପରେ

  • କଅଁଳ ଡାଳରେ ଖାଇବା ଜନିତ କ୍ଷତି ଦେଖାଯାଏ । କଟାଯାଇଥିବା ଡେମ୍ଫ , ଘେରିହୋଇରହିଥିବା କାଣ୍ଡ ଓ ଏହାଭିତରେ ଆବୁ ସୃଷ୍ଟି ହୋଇଥାଏ । ଗାଢ ବାଦାମି ମୁଣ୍ଡ ସହିତ ଶୂକ ହଳଦିଆ ଧଳା ରଙ୍ଗର ହୋଇଥାଏ । ବୟସ୍କ ଘୁଣିପୋକ ପିଠି ଓ ମୁଣ୍ଡରେ ହଳଦିଆ ଗାର ସହିତ କଳା ରଙ୍ଗର ହୋଇଥାଏ ।.

ମଧ୍ୟ ଦେଖା ଯାଇପାରେ

2 ଫସଲ ଗୁଡିକ

ଅନ୍ୟ

ଲକ୍ଷଣ

ପ୍ରାୟତଃ ସହଳଅଙ୍ଗୀୟ ବୃଦ୍ଧି ଅବସ୍ଥାରେ ଷ୍ଟେର୍ନେଚାଷ ସବସିଗନାଟସ ର ଶୂକ ଓ ବୟସ୍କ କଅଁଳ କାଣ୍ଡ ଟିସୂକୁ ଖାଏ । ମାଈ ପୋକମାନେ ଡେମ୍ଫ କାଟିଦିଅନ୍ତି ଓଅଣ୍ଡାଦେବା ପାଇଁ କାଣ୍ଡ ଚାରିପଟେ କ୍ଷତ ଟିସୂ ନିକଟରେ ଘେରି ହୋଇ ରହି ଥାନ୍ତି ଓ ଏହାକୁ କଟା ତନ୍ତୁ ଓ ଟିସୂ ଖଣ୍ଡ ଦ୍ଵାରା ଘୋଡାଇ ରଖିଥାନ୍ତି । ଶୂକ ବାହାରିବା କ୍ଷଣି , ସେମାନେ କାଣ୍ଡ ଭିତରେ ପଶନ୍ତି ଓ ଭିତର ଟିସୂ ଖାନ୍ତି , ସାଧାରଣତଃ ଏକ ସ୍ଥିର ଅବସ୍ଥାରେ । ଯେତେବେଳେ ସେମାନେ ବଢନ୍ତି ଓ କାଣ୍ଡ ଭିତର ଟିସୁକୁ ଆଘାତ କରନ୍ତି , କାଣ୍ଡରେ ଘେରିହୋଇଥିବା ଅଂଶରେ ଏକ ଆବୁ ସୃଷ୍ଟି ହୁଏ ।

Recommendations

ଜୈବିକ ନିୟନ୍ତ୍ରଣ

ଆମ ଜାଣିବାରେ , ଏହି ରୋଗ ପାଇଁ କୌଣସି ଜୈବିକ ଉପଚାର ନାହି । ଯଦି ଏହାର ମାତ୍ରା କମାଇବା ପାଇଁ ଆପଣ କୌଣସି ପଦ୍ଧତି ଜାଣିଛନ୍ତି ,ଦୟାକରି ଆମକୁ ଜଣାନ୍ତୁ ।

ରାସାୟନିକ ନିୟନ୍ତ୍ରଣ

ଯଦି ମିଳେ , ସର୍ବଦା , ଜୈବିକ ଉପଚାର ସହିତ ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଶୂକ ମାଟିରେ ଏବଂ ବୃନ୍ତରେ( ପ୍ରାୟ 30 ଦିନ ) ରହିବା ସମୟରେ ଏହି ପୋକ ସଂଖ୍ୟାର ରାସାଯନିକ ନିୟନ୍ତ୍ରଣ ସମ୍ଭବ ଅଟେ । ବିହନ ଓ ପତ୍ର କୀଟନାଶକ ମଧ୍ୟ ଫସଲକୁ ରକ୍ଷା କରିପାରେ । କିନ୍ତୁ , ଏମାନେ ଅଳ୍ପ ସମୟ ପାଇଁ ସୁରକ୍ଷା ଦେଇପାରନ୍ତି , ଯେହେତୁ , ନିରନ୍ତର ଭାବରେ ବୟସ୍କ ବାହାରନ୍ତି ଓ ଫସଲ ଖାନ୍ତି । ରାତିରେ , ଯେତେବେଳେ ବୟସ୍କମାନେ ଗଛର ଉପର ଅଂଶରେ ସକ୍ରିୟ ଥାନ୍ତି ଓ ଦେଖାଯାନ୍ତି ,କୀଟନାଶକ ସିଂଚନ ଭଲ ଫଳ ଦିଏ ।

ଏହାର କାରଣ କଣ

ଗଛ ବୃଦ୍ଧିର ସହଳ ଅବସ୍ଥାରୁ ଅମଳ ପର୍ଯ୍ୟନ୍ତ ଷ୍ଟେର୍ନେଚାଷ ସବସିଗନାଟସ ସକ୍ରିୟ ଥାଏ । ଏହି ପୋକ ମାଟିରେ ଏହାର ଅନ୍ତର୍ନିହିତତା ସ୍ତର ( latency phase , ଯେତେବେଳେ ସୋୟାବିନ ଗଛ ମିଳିନଥାଏ ) ବିତାଏ । ଅମଳ ସମୟ ପୂର୍ବରୁ ସୁଉକା ଗଛରୁ ତଳକୁ ଡେଇଁ ପଡେ ଓ ସୁପ୍ତ ଅବସ୍ଥାରେ , ଆଟି କନିକା ଭିତରେ ସୁରକ୍ଷିତ ରହେ । ବହୁତ ଦିନ ପରେ ବୟସ୍କମାନେ ମାଟିରୁ କ୍ରମଶଃ ବାହାରନ୍ତି । ବୟସ୍କ ମାନେ ଗଛର ନିମ୍ନ ଏକ ତୃତୀୟାଂଶରେ, ପତ୍ର ମଧ୍ୟରେ , ମାଟି ମଧ୍ୟରେ ଏବଂ ଗଛ ଅବଶେଷରେ ଦିନବେଳେ ଲୁଚି ରହିଥାନ୍ତି ଓ ରାତିରେ ସକ୍ରିୟ ହୋଇଥାନ୍ତି । ବୟସ୍କ ମାଈମାନେ ଗଛର କାଣ୍ଡରେ ଏକ ବଳୟ ସୃଷ୍ଟି କରି ଅଣ୍ଡା ଦିଅନ୍ତି । ଜୀବନର ବିଭିନ୍ନ ଅବସ୍ଥାର ସମୟ କାଳ ଯୋଗୁଁ ବୟସ୍କ , ଶୂକ ଓ ଅଣ୍ଡା ଅବସ୍ଥା ସେହି ଗଛ ବା ଜମିରେ ପରସ୍ପର ମିଶିଯାନ୍ତି ।


ସୁରକ୍ଷାତ୍ମକ ଉପାୟ

  • ଘୁଣିପୋକର ସଂଖ୍ୟା କମାଇବା ପାଇଁ ବିଳମ୍ବରେ ଲଗାନ୍ତୁ । ସୋୟାବିନ ଫସଲକୁ ପୋଷକ ନଥିବା ଫସଲ ( ମକା , ଜୋୱାର , କ୍ଷୁଦ୍ର ଶସ୍ୟ , ସୂର୍ଯ୍ୟମୁଖୀ ) କିମ୍ବା ଘାସ ଓ ପ୍ରତିବନ୍ଧକ ଫସଲ ସାମନାରେ ଏକ ଧାଡି ସୋୟାବିନ ଲଗାନ୍ତୁ । ସଂକ୍ରମିତ ଗଛ କାଢିଦିଅନ୍ତୁ । ଅମଳ ପରେ ମାଟି ଚାଷ କରନ୍ତୁ ।ପୋକ ସଂଖ୍ୟା କମାଇବା ପାଇଁ ମକା , ଜୋୱାର , କ୍ଷୁଦ୍ର ଶସ୍ୟ , ସୂର୍ଯ୍ୟମୁଖୀ ଆଦି ସହିତ ଫସଲ ପର୍ଯ୍ୟାୟ କରନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ