କଦଳୀ

ଜଡା ବାଳୁଆ ସମ୍ବାଳୁଆ

Pericallia ricini

ପୋକ

5 mins to read

ସଂକ୍ଷେପରେ

  • କୋରି ହୋଇଥିବା ପତ୍ର ଟିସୂ ନିଜେ ସବୁଜ କଣା ବିନା ଫିକା ବାଦାମୀ ରଙ୍ଗରେ ପରିଣାତ ହୁଏ । ଖୋଲା ହୋଇନଥିବା ପତ୍ର ଉପରେ ଖାଇବା ଜନିତ କ୍ଷତ ଗୋଟିଏ ଝରକା ପରି ଦେଖାଯାଏ । ଅତ୍ୟଧିକ ସଂକ୍ରମଣ ସ୍ଥଳେ ଏହି କ୍ଷତ ପତ୍ରଝଡା ସୃଷ୍ଟି କରେ ।.

ମଧ୍ୟ ଦେଖା ଯାଇପାରେ

1 ଫସଲ ଗୁଡିକ

କଦଳୀ

ଲକ୍ଷଣ

ଏହି କ୍ଷତ ଶୂକ ଯୋଗୁଁ ହୋଇଥାଏ । ଶୂକ ପତ୍ର ଟିସୂର ସବୁଜ କଣା ଖାଇବା ଯୋଗୁଁ ଏହି ଲକ୍ଷ କୋରି ହେଲା ପରି ଦେଖାଯାଏ ।ସମୟକ୍ରମେ ,ସ୍ଵଛ ଫିକା ବାଦାମୀ ରଙ୍ଗର ବଡ ଚିହ୍ନ ପତ୍ର ଉପରେ ଝରକା ଭଳି ଦେଖାଯାଏ । ଅତ୍ୟଧିକ ସଂକ୍ରମଣ ସ୍ଥଳେ ,ଖାଇବା ଜନିତ କ୍ଷତ ପତ୍ରଝଡା ଦିଏ ।

Recommendations

ଜୈବିକ ନିୟନ୍ତ୍ରଣ

ଶୂକ ବିକାଶର ପ୍ରାଥମିକ ଅବସ୍ଥାରେ ଆକ୍ରମଣକୁ ନିୟନ୍ତ୍ରଣ କରିବାକୁ ନିମ୍ବ ମଞ୍ଜି ନିର୍ଯ୍ୟାସ ବା ତେଲ ବ୍ୟବହାର କରନ୍ତୁ ।5% ନିମ୍ବ ନିର୍ଯ୍ୟାସ 1 ଲିଟର ପାଣିରେ ମିଶାଇ ବ୍ୟବହାର କରାଯାଏ ।

ରାସାୟନିକ ନିୟନ୍ତ୍ରଣ

ଜୈବିକ ଉପଚାର ସହିତ ,ସର୍ବଦା, ଏକ ସମନ୍ଵିତ ନିରାକରଣ ପଦ୍ଧତି ଗ୍ରହଣ କରନ୍ତୁ । ଯଦି କୀଟନାଶକ ଦରକାର ହୁଏ ,କ୍ଳୋରୋପାଇରିଫୋସ ପତ୍ର ସିଂଚନ କରାଯାଏ । ଯାନୀ ରଖନ୍ତୁ ଯେ ,ଏହି ରାସାଯନିକ ମାନବ ସ୍ୱାସ୍ଥ୍ୟ , ସ୍ତନ୍ୟପାୟୀ ପ୍ରାଣୀ ,ମହୁ ମାଛି ,ମାଛ,ଏବଂ ପକ୍ଷୀ ଉପରେ ବିଷାକ୍ତ ପ୍ରଭାବ ପକାଏ ।

ଏହାର କାରଣ କଣ

ଜଡା ବାଳୁଆ ସମ୍ବାଳୁଆ ରାତ୍ରିଚର ପ୍ରଜାପତି ଜାତିର ଅଟେ। ତେଣୁ ବଯସ୍କମାନଙ୍କୁ ବିଳମ୍ବ ସନ୍ଧ୍ୟା ବା ରାତିରେ ଖୋଜାଯାଏ । ଦୃଢକାୟ ବଯସ୍କମାନଙ୍କ ଆଗ ଡେଣା କଳା ଚିହ୍ନ ସହିତ ଧୂସର ଅଟେ ଓ ପଛ ଡେଣା ଗୋଲାପୀ ବା ପିଙ୍କ ଅଟେ ।


ସୁରକ୍ଷାତ୍ମକ ଉପାୟ

  • ପୋକର ଲକ୍ଷଣ ଜାଣିବା ପାଇଁ ଗଛ ବା ବଗିଚା ନିୟମିତ ପରୀକ୍ଷା କରନ୍ତୁ ।ସଂକ୍ରମଣ ବଢିବ ବନ୍ଦ ପାଇଁ ଅଣ୍ଡା ସମୂହ ,ଶୂକ,ସଂକ୍ରମିତ ଗଛ ବା ଗଛ ଅଂଶ ହାତରେ ସଂଗ୍ରହ କରନ୍ତୁ ଓ ନଷ୍ଟ କରନ୍ତୁ ।ନିରୀକ୍ଷଣ ଉଦ୍ଦେଶ୍ୟରେ କିମ୍ବା ଜନତାରେ ପକାଇ ମାରିବା ଉଦ୍ଦେଶ୍ୟରେ ଆଲୋକ ଜନ୍ତା ବ୍ୟବହାର କରି ବୟସ୍କ ପୋକକୁ ଆକର୍ଷିତ କରନ୍ତୁ । ପୋକର ଶୈଶବ ଅବସ୍ଥାରେ ଆକର୍ଷିତ କରିବା ପାଇଁ ଓ ସମୂହ ମାରିବା ପାଇଁ ଜଳନ୍ତା ଟର୍ଚ୍ଚ ବ୍ୟବହାର କରନ୍ତୁ । ସଂକ୍ରମିତ ଗଛକୁ କାଢିନିଅନ୍ତୁ ଓ ଜାଳି ନଷ୍ଟ କରିଦିଅନ୍ତୁ ।.

ପ୍ଲାଣ୍ଟିକ୍ସ ଡାଉନଲୋଡ୍ କରନ୍ତୁ